ଖତ ଖାଉଛି ଲକ୍ଷାଧିକ ଟଙ୍କାର କୃଷି ଯନ୍ତ୍ରପାତି

ପାତ୍ରପୁର,୨୬ା୧(ଉମାଚରଣ ନେପାକ): ରାଜ୍ୟ ସରକାର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମିଶନଶକ୍ତି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୃଷି କ୍ଷେତ୍ରରେ ମହିଳାଙ୍କୁ ସାମିଲ କରିବା ପାଇଁ ସେମାନଙ୍କୁ ସୁବିଧାରେ ବିଭିନ୍ନ ଯନ୍ତ୍ରପାତି ମଧ୍ୟ ରିହାତିରେ ଦେଉଛନ୍ତି। ହେଲେ ବିଡମ୍ବନାର ବିଷୟ ସୀମାନ୍ତ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ୍‌ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବ୍ଳକରେ ୨୩ଟି ପଞ୍ଚାୟତ ରହିଥିବା ବେଳେ ୩ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଆଦିବାସୀ ଅଧୁଷିତ। ସମସ୍ତ ପଞ୍ଚାୟତକୁ ଜୀବିକା ମିଶନ ପକ୍ଷରୁ ଗତ ୨୦୨୧ରେ ପ୍ରାୟ ୩ଲକ୍ଷ ଟଙ୍କାର କୃଷି ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା । ତେବେ ସେଗୁଡିକ ଦୀର୍ଘ ବର୍ଷ ହେବ ବ୍ୟବହାର ନ ହୋଇ ପଡିରହିଛି।
ସରକାରଙ୍କ ପକ୍ଷରୁ ଓଜନ ମାପ ଯନ୍ତ୍ର, ଚୁନାକଳ, ମିନି ଚାଉଳ ମିଲ୍‌, ଡାଲି ମିଲ୍‌, ଧାନକଟା ମେଶିନ୍‌ ଭଳି ଯନ୍ତ୍ରପାତି ପ୍ରଦାନ କରାଯାଇଥିବା ବେଳେ ଉକ୍ତ ଯନ୍ତ୍ରପାତି ଗୁଡିକ ଲୋକଙ୍କ କାମ ଆସୁନି। ସରକାରଙ୍କ ଦ୍ୱାରା ଦିଆଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି ଗୁଡିକ ବର୍ତ୍ତମାନ ପଞ୍ଚାୟତ କାର୍ଯ୍ୟାଳୟରେ ଖତ ଖାଉଛି। ପ୍ରତ୍ୟେକ ପଞ୍ଚାୟତରେ ଗଠନ ହୋଇଥିବା ପଞ୍ଚାୟତସ୍ତରୀୟ ସଂଘକୁ ଏହା ପ୍ରଦାନ କରାଯାଇଥିବା ବେଳେ ଚାଷୀ ଓ ମହିଳା ଗୋଷ୍ଠୀକୁ ଭଡା ଆକାର ଦେବା ନିୟମ ରହିଛି। ପଞ୍ଚାୟତ ସ୍ତରୀୟ ସଂଘ ଓ ବ୍ଲକ୍‌ ପ୍ରଶାସନ ଏହାକୁ ଏକ ପ୍ରକାର ଭୁଲିଯାଇଛନ୍ତି। ଯନ୍ତ୍ରପାତିକୁ ବ୍ଲକ ଜୀବିକା ମିଶନ କର୍ମଚାରୀ ମହିଳା ସଂଘକୁ ଦେଲା ଭଳି କାଗଜପତ୍ର କରି ଅର୍ଥ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଜିଲା ପ୍ରଶାସନ ଏହାକୁ ଗୁରୁତର ସହିତ ନେଇ ସ୍ଥାୟୀ ସମାଧାନ କରିବାକୁ ବୃଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି। ଏନେଇ ବ୍ଲକ ଜୀବିକା ମିଶନ ସାଇଦତ୍ତ ବେହେରାଙ୍କୁ ପଚାରିବାରୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯନ୍ତ୍ରପାତି ମହିଳା ସଂଘର ସଭ୍ୟାମାନଙ୍କ ପାଇଁ ଆସିଥିଲା। କିନ୍ତୁ କୌଣସି କର୍ମୀ ନେଉନାହାନ୍ତି ବୋଲି କହିଛନ୍ତି। ଅନ୍ୟପଟେ କେତେକ ଯନ୍ତ୍ରପାତି ମାଗି ମାଗି ଥକିଲୁଣି କିନ୍ତୁ ମିଳିଲାନି ବୋଲି ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri