ବଦଳିପାରେ ଭୋଟ ସମୀକରଣ

ଯାଜପୁର,୨୬ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ସୁକିନ୍ଦା ବିଧାନସଭା ନିର୍ବାଚନମଣ୍ଡଳୀରେ ଘଡ଼ାଇ ପରିବାରର ପ୍ରଭାବ ୧୯୯୦ରୁ ରହିଆସିଛି। ପ୍ରଫୁଲ୍ଲ ଘଡ଼ାଇ ଏଠାରୁ ୫ ଥର ନିର୍ବାଚିତ ହୋଇ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ। ୨୦୧୪ ଓ ୨୦୧୯ରେ ତାଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼ାଇ ଏହି ନିର୍ବାଚନମଣ୍ଡଳୀରୁ ବିଜୟଲାଭ କରି ଏବେ ମନ୍ତ୍ରୀ ଅଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ପ୍ରୀତିରଞ୍ଜନ ବିଜେଡି ଟିକେଟରେ ଲଢ଼ିବା ପାଇଁ ଆଶା ରଖିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଏବଂ ଲୋକବଳ ଆଧାରରେ ପୁଣି ସେ ଜିତିବେ ବୋଲି ବିଜେଡି କର୍ମୀମାନେ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। କିନ୍ତୁ ଅସଲ କଥା ଦେଖିଲା ବେଳକୁ ଉକ୍ତ ନିର୍ବାଚନମଣ୍ଡଳୀର ବିଜେଡିର ଅନେକ ବରିଷ୍ଠ ନେତା ଓ କର୍ମୀ ଇତିମଧ୍ୟରେ ଭାଜପାରେ ଯୋଗଦେଇଛନ୍ତି। ଫଳରେ ପ୍ରୀତିରଞ୍ଜନଙ୍କ ପାଇଁ ସ୍ଥିତି ଅଡ଼ୁଆ ହୋଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି।
ପ୍ରଥମେ ଜନତା ଦଳ ଓ ପରେ ବିଜେଡିର ଆଗଧାଡ଼ିର ନେତୃତ୍ୱ ନେଇ ପ୍ରଫୁଲ୍ଲ ଘଡ଼ାଇ ସୁକିନ୍ଦାରେ ନିର୍ବାଚନ ଜିତି ଆସୁଥିଲେ। ୨୦୧୪ ନିର୍ବାଚନ ପୂର୍ବରୁ ପ୍ରଫୁଲ୍ଲଙ୍କୁ ବିଜେଡିରୁ ନିଲମ୍ବିତ କରାଯିବା ପରେ ତାଙ୍କ ପୁତ୍ର ପ୍ରୀତିରଞ୍ଜନ ବିଜେଡିର ସାଂଗଠନିକ ନେତୃତ୍ୱ ନେବାରେ ସଫଳ ହୋଇପାରିଛନ୍ତି। ଗତ ଦୁଇଟି ନିର୍ବାଚନରେ ସେ ସଫଳତା ପାଇଛନ୍ତି। ଏଥିରେ ପିତା ପ୍ରଫୁଲ୍ଲ ସମ୍ପୂର୍ଣ୍ଣ ଭାବେ ତାଙ୍କୁ ସହଯୋଗ କରିଆସିଛନ୍ତି। ୨୦୧୬ ଜୁଲାଇରେ ନଗଡ଼ାରେ ଅପପୁଷ୍ଟି ଦେଖାଦେବା କାରଣରୁ ଶିଶୁମୃତ୍ୟୁ ଘଟଣା ଏହି ପରିବାରକୁ ବଦନାମ କରିଥିଲା। ତଥାପି ୨୦୧୯ ସାଧାରଣ ନିର୍ବାଚନରେ ପ୍ରୀତିରଞ୍ଜନ ଭାଜପାର ପ୍ରଦୀପ ବଳସାମନ୍ତଙ୍କୁ ୧୬,୭୩୦ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ। ଏକଦା ବିଜେଡିକୁ କଡ଼ା ଟକ୍କର ଦେଉଥିବା କଂଗ୍ରେସ ଧରାଶାୟୀ ହୋଇ ମାତ୍ର ୧୧.୫୮% ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଯାଇଥିଲା। ତେବେ ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସର ଅଭିଜ୍ଞ ନେତା ଅମଳେନ୍ଦୁ ବେହେରା ଓ ତାଙ୍କ ସମର୍ଥକ ବିଜେଡିରେ ଯୋଗଦାନ କରିବା ପରେ ଏଭଳି ସ୍ଥିତି ଉପୁଜିଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହି ନିର୍ବାଚନର ପ୍ରାୟ ୨ ବର୍ଷ ପରେ ପ୍ରୀତିରଞ୍ଜନଙ୍କ ନେତୃତ୍ୱ ଉପରେ ଅମଳେନ୍ଦୁ ଅସନ୍ତୋଷ ବ୍ୟକ୍ତକରି ଭାଜପାରେ ଯୋଗଦେଇଥିଲେ। ଏବେ ପ୍ରଦୀପ ଓ ଅମଳେନ୍ଦୁ ମିଶି ଭାଜପାକୁ ସୁଦୃଢ଼ କରିବାରେ ଲାଗିପଡ଼ିଛନ୍ତି। ଗତ ୬ ମାସ ମଧ୍ୟରେ ଏହାର ପ୍ରମାଣ ଦେଖିବାକୁ ମିଳିଛି। ଇତିମଧ୍ୟରେ ଦାନଗଦି ବ୍ଲକ କିଆଝର ପଞ୍ଚାୟତର ବିଜେଡିର କେତେ ଜଣ ସଙ୍ଗଠକ ଭାଜପାରେ ଯୋଗଦାନ କରିଛନ୍ତି। ଏହି ବ୍ଲକ ଖପୁରିପଡା ପଞ୍ଚାୟତର ବିଜେଡିର ଯୁବ ସଙ୍ଗଠକ ପ୍ରଫୁଲ୍ଲ ଧଳ, ଅଜୟ ଧଳ ଏବଂ ଧୂଳିଗଡ଼ ପଞ୍ଚାୟତର କିଶୋର ଚନ୍ଦ୍ର ଜେନା ପ୍ରମୁଖ ଭାଜପା ଶିବିରକୁ ଯାଇଛନ୍ତି। କିଛିଦିନ ତଳେ ରାଛିପୁର ଗ୍ରାମର କେତେ ଟାଣୁଆ ବିଜେଡି ନେତା ଭାଜପାରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଏହାସହ ବିଜେଡି ସମର୍ଥନରେ ଜିତିଥିବା ଦାନଗଦି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲଳିତା ରାୟ ଓ ତାଙ୍କ ସ୍ବାମୀ ପ୍ରଶାନ୍ତ ରାୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଲୋପାମୁଦ୍ରା ନାଏକ ଓ ତାଙ୍କ ସ୍ବାମୀ ହଳଧର ନାଏକ, ପୂର୍ବତନ ଦାନଗଦି ବ୍ଲକ ଉପାଧ୍ୟକ୍ଷ ସୁଧାଂଶୁ ଭଞ୍ଜ, ପୂର୍ବତନ ଜିଲା ପରିଷଦ ସଭ୍ୟ ପ୍ରତାପ ଧୀର, ବାଙ୍ଗରକୋଟା ପୂର୍ବତନ ସରପଞ୍ଚ ଅଧିକାରୀ ରାଉତ ଓ ସାଲିଜଙ୍ଗା ପଞ୍ଚାୟତର ପ୍ରମୋଦ ମହନ୍ତ, ବିଜେଡିର ପୂର୍ବତନ ଜିଲା ଉପସଭାପତି ପବିତ୍ର ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୁଡାନ ସିଂ ଜାମୁଡ଼ା ସେମାନଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେଡି ଛାଡି ଭାଜପା ଶିବିରକୁ ଯାଇଛନ୍ତି। ଏହାପୂର୍ବରୁ ସୁକିନ୍ଦା ବ୍ଲକ କଅଁସ, କାଳିଆପାଣି, ରଁାସୋଳ, କାଙ୍କଡ଼ପାଳ, କୁହିକା, ପିମ୍ପୁଡିଆ, ବନ୍ଧଗାଁ, ଲେମ୍ବୋ, ହରିପୁର, ସୁକିନ୍ଦା, ସଂସାଇଲୋ, ରଣାଗୁଣ୍ଡି, କିଆଝର, ଚିତିରି, ଆମ୍ପଲବା, ଦୁଧୁଯୋରୀ ଆଦି ପଞ୍ଚାୟତର ପର୍ଯ୍ୟାୟକ୍ରମେ ବିଜେଡି କର୍ମୀମାନେ ଭାଜପାରେ ଯୋଗଦାନ କରିଥିବା ଶୁଣିବାକୁ ମିଳୁଛି। ତେବେ ଗତ ରବିବାର ସୁକିନ୍ଦା ବ୍ଲକର ଚିଙ୍ଗୁଡିପାଳ ପଞ୍ଚାୟତର ହୁଡ଼ିସାହିଠାରେ ହୋଇଥିବା ମିଶ୍ରଣ ପର୍ବରେ ଶତାଧିକ କର୍ମୀ ବିଜେଡିରୁ ଆସି ଭାଜପା ଟୋପି ପିନ୍ଧିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଭାଜପା ଓ କଂଗ୍ରେସ ଦଳ ଛାଡି ଇତିମଧ୍ୟରେ ବିଜେଡିରେ କେତେ ଜଣ ନେତା ମିଶିଥିଲେ ସେମାନେ ସନ୍ତୁଷ୍ଟ ନ ଥିବା ଚର୍ଚ୍ଚା ହେଉଛି।
‘ଫାଷ୍ଟ କମ୍‌, ଫାଷ୍ଟ ଲୋଡ୍‌’ ଘଟଣା ସିଧାସଳଖ ସୁକିନ୍ଦା ଅଞ୍ଚଳବାସୀ ଓ ଶ୍ରମିକଙ୍କୁ ପ୍ରଭାବିତ କରିଚାଲିଛି। ଖଣିକୁ ଯିଏ ପ୍ରଥମେ ଆସି ପହଞ୍ଚତ୍ବେ ତାଙ୍କର ଲୋଡ୍‌ ପ୍ରଥମେ ହେବା କଥା। କିନ୍ତୁ ଏଥିରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ରାଜନୈତିକ ଚାପ ଯୋଗୁ ବିଧାୟକଙ୍କ ସମର୍ଥକମାନେ ଲାଭ ଉଠାଉଛନ୍ତି ବୋଲି ଅଭିଯୋଗ ହେଉଛି। ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ଅଣଦେଖା କରାଯାଇ ଖଣି ଠିକାଦାର ଓ ମାଲିକଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦିଆଯାଉଥିବାରୁ ସୁକିନ୍ଦାରେ ବିଜେଡି ନେତୃତ୍ୱକୁ ବିରୋଧ କରାଯାଉଥିବା ନେଇ ଶୁଣିବାକୁ ମିଳୁଛି। ଫଳରେ ସ୍ଥାନୀୟ ଅଧିବାସୀ ଓ ଶ୍ରମିକଙ୍କ ସ୍ବାର୍ଥ ବ୍ୟାହତ ହେଉଥିବା ଅଞ୍ଚଳସାରା ଆଲୋଚନା ହେଉଛି। ଏସବୁ ଦିଗକୁ ଦୃଷ୍ଟି ଦିଆ ନ ଗଲେ ଆସନ୍ତା ନିର୍ବାଚନରେ ସ୍ଥାନୀୟ ବିଜେଡି ନେତୃତ୍ୱ ନେଇ ଭୋଟ ସମୀକରଣ ବଦଳିବାର ଆଶଙ୍କା ଏବେଠାରୁ ସୃଷ୍ଟି ହେଲାଣି ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri