ଆମ ଜିଲା ଖବର

କୋଳି ତୋଳିବାକୁ ଯାଇଥିଲେ ମା’-ଝିଅ, ହଠାତ୍‌ ବଦଳିଗଲା ପାଗ, ଘଟିଲା ବଡ଼ ଅଘଟଣ

ଉମରକୋଟ,୨୮ା୬(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକରୁ ଆସିଛି ଏକ ଦୁଃଖଦ ଖବର। କୋଳି ତୋଳିବାକୁ ଯାଇ ମା’-ଝିଅଙ୍କ ଜୀବନ ଚାଲିଯାଇଛି। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ନବରଙ୍ଗପୁର ଜିଲା ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତ ଅନ୍ତର୍ଗତ…

ଶିଶୁକନ୍ୟାର ମୁଣ୍ଡ ଉପରେ ଚଢ଼ିଗଲା ମିନିଟ୍ରକ୍‌

ନବରଙ୍ଗପୁର,୨୮ା୬(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ ଖବର। ୪ ବର୍ଷର ଏକ ଶିଶୁକନ୍ୟାଙ୍କ ଉପରେ ଚଢ଼ିଗଲା ମିନିଟ୍ରକ୍‌। ଯାହା ଫଳରେ ଘଟଣାସ୍ଥଳରେ ହିଁ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଉମରକୋଟ ପୁରୁଣା ବସଷ୍ଟାଣ୍ଡ…

୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା: ପୂର୍ତ୍ତ ବିଭାଗର ନୀରବଦ୍ରଷ୍ଟା ନେଇ ବଢିବାରେ ଲାଗିଛି ଜନ ଅସନ୍ତୋଷ

ଲାଞ୍ଜିଗଡ,୨୮।୬(ରମେଶ ଚନ୍ଦ୍ର ନାୟକ) : କଳାହାଣ୍ଡି ଜିଲା ଭବାନୀପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା । ବିଶେଷ କରି କଦଳି ଘାଟିରୁ କିଡିଙ୍ଗ ପର୍ଯ୍ୟନ୍ତ ଦୀର୍ଘ ଦୁଇ ବର୍ଷ ହେଲା ନିର୍ମାଣ ଚାଲିଛି,…

ସାନ ଭାଇ, ବାପାଙ୍କୁ କଟୁରିରେ ହାଣିଲେ ବଡ଼ ଭାଇ: ଜମିଜମା ବିବାଦରୁ ଘଟିଲା ରକ୍ତାକ୍ତ…

ଉଦଳା: ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିରାଥଳି ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ଜମି ବଣ୍ଟନକୁ ନେଇ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ରବିବାର ହିଂସାତ୍ମକ ରୂପ…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ୩ ବର୍ଷ ତଳେ କରିଥିଲେ ପ୍ରେମବିବାହ, ଆଜି ସକାଳୁ…

ଝାରସୁଗୁଡ଼ା,୨୮ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଚ୍‌. କଣ୍ଟାପାଳି (ଗଣ୍ଠିଆବୁଡ଼) ଗାଁରେ ରବିବାର ସକାଳୁ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପାରିବାରିକ କଳହକୁ କେନ୍ଦ୍ର କରି ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ…

ଗଞ୍ଜେଇ ଚାଲାଣବେଳେ ମାଡ଼ିବସିଲା ପୋଲିସ: ବାଇକ୍‌ ସହ ୨୨ କେଜି ଗଞ୍ଜେଇ ଜବତ କରି…

ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): ଗଞ୍ଜେଇ ଚୋରା କାରବାରରେ ଯୁବଗୋଷ୍ଠୀ ବେଶି ସଂଶ୍ଲିଷ୍ଟ ରହୁଥିବା ପୋଲିସର ଗିରଫରୁ ଜଣାପଡ଼ିଛି। ଏଭଳି ଘଟଣା କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ଦେଖାଯାଉଥିବାବେଳେ ଜିଲାର ଦାରିଙ୍ଗବାଡ଼ି ପୋଲିସ ଜଣେ ଯୁବକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଶନିବାର…

ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପ୍ରତି ଏତିକି କୋଟି ଟଙ୍କା ଦାବି କଲେ ଗ୍ରାମବାସୀ

ପାଟଣା,୨୮ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ରବିବାର ପୂର୍ବାହ୍ନରେ ଯମୁନା ପଶି ପଞ୍ଚାୟତ ବରୁ ଗ୍ରାମର ସ୍କୁଲ ପଡ଼ିଆରେ ଦଶମ ଗ୍ରାମସଭା ଅନୁଷ୍ଠିତ ହୋଇଛି। ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ…

କୁମ୍ଭାରସାହିରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ଲୋକଙ୍କ ମାଳମାଳ ଅଭିଯୋଗ ଶୁଣି ଦେଲେ ଏହି ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୩୫ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ରବିବାର ସାରା ଦେଶବାସୀଙ୍କ ପାଇଁ ରହିଥିଲା। ଏହା ଶୁଣିବାକୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ବୁଥ୍‌ରେ ଆୟୋଜନ ଓ ବ୍ୟବସ୍ଥା କରାଯାଇଥିଲା। ଏହି…

ମାଲକାନଗିରି ପୋଲିସକୁ ଆଉ ଏକ ବଡ଼ ସଫଳତା: ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସକୁ ପୁଣିଥରେ ଏକ ବଡ଼ ସଫଳତା ମିଳିଛି। ମାଓବାଦୀଙ୍କ ଡମ୍ପ୍‌ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ତଥ୍ୟ ଅନୁଯାୟୀ, ଆଜି ସକାଳୁ ଡିବିଏଫ୍‌ ଯବାନମାନେ କାଲିମେଳା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ା…

ବାହାଘର ଭୋଜିରେ ମଟନ ଦେଲେନି ବୋଲି କ୍ୟାଟରିଂ ପିଲାର ବେକ କାଟିଦେଲେ, ୪ ଜଣଙ୍କୁ ଅଟକ ରଖି…

ବାଲେଶ୍ୱର,୨୮ା୬(ବାଞ୍ଛାନିଧି ଦେ): ଜଣେ ନାବାଳକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ୪ ନାବାଳକ। ରେମୁଣା ଥାନା ମନ୍ଦିର ଛକରେ ନାବାଳକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏକ ବିବାହ ଭୋଜିରେ କ୍ୟାଟରିଂରେ ଯାଇଥିବା ନାବାଳକଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଭୋଜିରେ ମଟନ ନ…

ଶ୍ରମ ନୁହେଁ, ଶିକ୍ଷା ଚାହୁଁ

ମହାକାଳପଡ଼ା,୨୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡ଼ାଙ୍ଗ ପଞ୍ଚାୟତ ସ୍ଥାନୀୟ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନ୍ଦର ମୋହନ ସିଂଙ୍କ ତତ୍ତ୍ୱାବଧାନରେ ଶନିବାର ପୂର୍ବାହ୍ନରେ ଛାତ୍ରୀଛାତ୍ରମାନେ ଗାଁ ପରିକ୍ରମା କରି ଶ୍ରମ ନୁହେଁ ଶିକ୍ଷା ଲାଭ କରିବା…

ବର୍ଷା-ପବନ ହେଲେ ୫–୬ ଘଣ୍ଟା ବିଦ୍ୟୁତ ବିଭ୍ରାଟ: ହନ୍ତସନ୍ତ ୧୦ ହଜାରରୁ ଅଧିକ ଉପଭୋକ୍ତା

ଅମରପାଲି, ୨୮/୬ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ସୁବଳୟା ବିଦ୍ୟୁତ ସେକ୍ସନ ଅଧୀନରେ ଥିବା ମୁର୍ଷୁଣ୍ଢୀ ଓ ସୁବଳୟା ଗ୍ରିଡ୍‌ର ଦୀର୍ଘ ଫିଡର୍ ଯୋଗୁଁ ଅଞ୍ଚଳବାସୀ ବାରମ୍ବାର ବିଦ୍ୟୁତ ବିଭ୍ରାଟର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ ବର୍ଷା କିମ୍ବା ପବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?