ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ଜିଲାପାଳ କହିଲେ ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ…

ଝରିଗାଁ,୭ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଏକ ଆଦବାସୀ ବହୁଳ ଅଞ୍ଚଳ ଅଟେ। ସରକାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ତଥା ଗୁଣାତ୍ମକ ଶିକ୍ଷା ଦେବା ନେଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସେହିପରି ଡ୍ରପ୍‌ ଆଉଟ ପିଲାଙ୍କୁ କିପରି ଶିକ୍ଷା ମିଳିପାରିବ, ଉତ୍ତମ ଖାଦ୍ୟ ପ୍ରଦାନ କରାଯାଇପାରିବ ସେଥିନେଇ ବହୁ ସ୍ଥାନରେ ହଷ୍ଟେଲମାନ ଖୋଲାଯାଇଛି। କିନ୍ତୁ ଭିତ୍ତିଭୂମି ଅଭାବ, ନିମ୍ନମାନର ଖାଦ୍ୟ ଅଭାବ, ରହିଥିବା ସହ ଶିକ୍ଷକମାନଙ୍କ ମାନବିକତା ଏବଂ ଆନ୍ତରିକତା ଅଭାବ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲ ଯୋଗୁ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଶତାଧିକ ପିଲା ଅତିଷ୍ଠ ହୋଇ ହାତରେ ବ୍ୟାଗ୍‌ ଧରି ୧୦ କିମି ଚାଲି ଯାଇଥିଲେ। ଶୁକ୍ରବାର ଏହି ଘଟଣାରେ ଜିଲାପାଳ ମହେଶ୍ୱର ସ୍ବାଇଁ, ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲା ଶିକ୍ଷାଧିକାରୀ ଛତ୍ରପତି ସାହୁ, ଜିଲା ମଙ୍ଗଳ ବିଭାଗୀୟ ଅଧିକାରୀ ପଲକା ରବୀନ୍ଦ୍ର ବିଦ୍ୟାଳୟରେ ପହଞ୍ଚି ଛାତ୍ରାବାସରେ ରହୁଥିବା ପିଲାଙ୍କ ସହ ଆଲୋଚନା କରି ଅଭିଯୋଗ କରୁଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ସେହିପରି ବିଦ୍ୟାଳୟ ପରିସରରେ ରହିଥିବା ଅର୍ଦ୍ଧନିମ୍ନ ଶ୍ରେଣୀ ଗୃହ, ପାଇଖାନା, ରୋଷେଇ ଗୃହ, ଚାଉଳ ରଖାଯାଇଥିବା ଗୃହ ବୁଲି ଦେଖିଥିଲେ। ଏହାପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ପିଲା ରହୁଥିବା ଛାତରୁ ପାଣି ଗଳୁଥିବା ବେଳେ ଛାତ ଉପରେ ପଲିଥିନ ପକାଯିବ ଏବଂ ପରେ ଛାତ ମରାମତି କରାଯିବ। ସେହିପରି ଆସନ୍ତା କାଲି ପାଇଖାନା ମରାମତି କରାଯିବ ନେଇ ଜିଲାପାଳ ଝରିଗାଁ ବିଡିଓଙ୍କୁ କହିଥିଲେ। ସେହିପରି ଛାତ୍ରାବାସରେ ପିଲାଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯିବା ନେଇ ଏବଂ ପିଲାମାନେ ହଷ୍ଟେଲ ଛାଡି ଚାଲିଯିବା ନେଇ ଉପଜିଲାପାଳଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯିବ ଏବଂ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ।

ସେହିପରି ପିଲା ଛତ୍ରାବାସ ଛାଡ଼ିବା ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଦଣ୍ଡ ମିଳିବ,ଏଥିସହ ଏଠାରେ ୨ଶହ ବିଶିଷ୍ଟ ଛାତ୍ରାବାସର ନୂତନ କୋଠା ପାଇଁ ସରକାରଙ୍କୁ ଅନୁମୋଦନ ନିମନ୍ତେ ଯାଇଛି। ତାହା କିପରି ଶୀଘ୍ର ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିବା ନେଇ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ପ୍ରକାଶ କରିଛନ୍ତି।

ଏହି ଅବସରରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି, ଦୁଇ ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ନିବେଦିତା ବିଶ୍ୱାଳ, ଭରତ ଚନ୍ଦ୍ର ସାହୁ, ବିଡିଓ ମଧୁସୂଦନ ମାଝୀ, ଏଇ ବିନିତ୍‌ କୁମାର ମିଶ୍ର , ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟ୍ଟନାୟକ, ଏବିଇଓ ଦଶରଥ ଗଣ୍ଡ, ସିଆରସିସି ପଦାରବିନ୍ଦ ମହାଳିକ ପ୍ରମୁଖ ଉପସ୍ଥିତ ରହିଥିଲେ।

ସୂଚନା ଯୋଗ୍ୟ ଗତ ଗୁରୁବାର ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଭିତ୍ତିଭୂମି ଅଭାବ ସହ ହଷ୍ଟେଲ ଛାତ୍ରଙ୍କୁ ନିମ୍ନମାନର ଖାଦ୍ୟ ଦିଆ ଯାଉଥିବା ଯୋଗୁ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ପ୍ରାୟ୧୪୦ ଛାତ୍ର ଅସନ୍ତୁଷ୍ଟ ହୋଇ ବିଦ୍ୟାଳୟକୁ ଶିକ୍ଷକ ଆସିବା ପୂର୍ବରୁ ସକାଳ ପ୍ରାୟ ୯ ଟାରୁ ହାତରେ ବ୍ୟାଗ୍‌ ଧରି ପ୍ରାୟ ୧୦ କି. ମି ଚାଲିଯାଇଥିଲେ।
ପତ୍ର ସଂଖ୍ୟା ୪୫୨୦/ତା-୬.୮.୨୬ ଅନୁସାରେ ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାରଣାଙ୍କୁ ନିଲମ୍ବିତ କରି ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅବସ୍ଥାପିତ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?