କେସିଙ୍ଗାର ଯୁବ ପ୍ରତିଭା, ସାମାଜିକ କର୍ମୀ ରମେଶ କୁମାର ଜେନାଙ୍କ ଅକାଳ ବିୟୋଗ: ଝୁରୁଛି ଗାଁ ମାଟି

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୧୧ ନମ୍ବର ୱାର୍ଡର ଅନନ୍ତ ରାମ ଜେନାଙ୍କ ପୁତ୍ର ତଥା ସଜନୀ ଜେନାଙ୍କ ସୁପୁତ୍ର ରମେଶ କୁମାର ଜେନାଙ୍କ ଅକାଳ ବିୟୋଗ ଘଟିଛି। ସେ ୧୯୭୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଡିଗ୍ରୀ ହାସଲ କରିବା ସହ ଜାତୀୟ ସମର ଶିକ୍ଷା ବାହିନୀ (ଏନ୍‌ସିସି)ରେ ଯୋଗଦେଇ ବିଭିନ୍ନ ରାଜ୍ୟରେ ପୁରସ୍କୃତ ହୋଇଥିଲେ।

ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ କେସିଙ୍ଗା ଅଞ୍ଚଳର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ଜିଲା ସମାଜ ମଙ୍ଗଳ ବିଭାଗରେ ଚାକିରି କରୁଥିଲେ। ଚାକିରି ଜୀବନ ସହ ସମାଜସେବା କ୍ଷେତ୍ରରେ ମଧ୍ୟ ସେ ନିଷ୍ଠାର ସହ କାର୍ଯ୍ୟ ତୁଲାଉଥିଲେ। ଜଣେ ସଂସ୍କୃତିପ୍ରେମୀ, ସାହିତ୍ୟିକ ଓ ସାମାଜିକ କର୍ମୀ ଭାବେ ସେ ସହରର ଅଧିକାଂଶ ଅନୁଷ୍ଠାନ ସହ ଜଡ଼ିତ ଥିଲେ।

କେସିଙ୍ଗା ସହରର ବିଭିନ୍ନ ସମସ୍ୟାକୁ ନେଇ ସେ ସାମାଜିକ ଗଣମାଧ୍ୟମରେ ନିଜର ମତାମତ ଓ ଦାବି ରଖୁଥିଲେ। ହଠାତ୍ ସେ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ। ଦୀର୍ଘ ୨ ବର୍ଷ ଧରି ଚିକିତ୍ସାଧୀନ ରହିବା ପରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିଲା। କ୍ୟାନ୍ସର ସହ ଲଢ଼ି ବଞ୍ଚିବା ପାଇଁ ସଂଗ୍ରାମ କରୁଥିଲେ ମଧ୍ୟ ସେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଥିଲେ।

ବିଶେଷକରି ରମେଶ ଜେନା ‘ବୃନ୍ଦାବନ’ ସାଂସ୍କୃତିକ ଅନୁଷ୍ଠାନର ଜଣେ ସକ୍ରିୟ ସଦସ୍ୟ ଥିଲେ। ‘ବୁଢ଼ାଡଙ୍ଗର ଲୋକ ମହୋତ୍ସବ’ର ସ୍ମରଣିକା ଉନ୍ମୋଚନ ଭଳି କାର୍ଯ୍ୟକ୍ରମରେ ସେ ବେଶ୍ ସକ୍ରିୟ ଅଂଶଗ୍ରହଣ କରୁଥିଲେ। ସେହିପରି କେସିଙ୍ଗା ସିଟିଜନ ଫୋରମ୍ ଏବଂ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ସହ ମଧ୍ୟ ସେ ଜଡ଼ିତ ଥିଲେ।

କେସିଙ୍ଗା ସିଟିଜନ ଫୋରମ୍ ତଥା ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟର ଅଧ୍ୟକ୍ଷ ଡା. ହେମସାଗର ସାହା କହିଛନ୍ତି ଯେ, ରମେଶଙ୍କ ମୃତ୍ୟୁ ତାଙ୍କ ସହ ଜଡ଼ିତ ଅନୁଷ୍ଠାନଗୁଡ଼ିକ ପାଇଁ ଏକ ଅପୂରଣୀୟ କ୍ଷତି। ସେ ବିଭିନ୍ନ ଅନୁଷ୍ଠାନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେ ‘ଚେତାବନୀ ସାହିତ୍ୟ ସଂସଦ’ର ପୂର୍ବତନ ସମ୍ପାଦକ ମଧ୍ୟ ଥିଲେ।

କେସିଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ସେ ପ୍ରଶାସନିକ ସ୍ତରରେ ପହଞ୍ଚାଇବା ସହ ଗରିବ ଓ ଅସହାୟ ଲୋକଙ୍କୁ ସହାୟତା କରୁଥିଲେ। ତାଙ୍କ ଶବଦାହ ସମୟରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେ ୧୧ ନମ୍ବର ୱାର୍ଡର କାଉନସିଲର ରମାକାନ୍ତ ଜେନାଙ୍କ ଭାଇ ଥିଲେ।

ତାଙ୍କ ଅକାଳ ବିୟୋଗରେ ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଟାଉନ ବିଜେଡି ସଭାପତି ନଳୀନ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଜର୍ଣ୍ଣାଲିଷ୍ଟ ଆସୋସିଏସନର କର୍ମକର୍ତ୍ତା ଓ ସଦସ୍ୟ, ସାମ୍ବାଦିକ ମହାସଂଘର ସଭାପତି ଓ କର୍ମକର୍ତ୍ତା, ମା’ ସରସ୍ୱତୀ ବିଦ୍ୟାମନ୍ଦିରର ସଭାପତି, କଂଗ୍ରେସ କାଉନସିଲର ରୋହିତ ଜୈନ, ପୂର୍ବତନ ନଗରପାଳ ରାମକୁମାର ଜୈନ, ପୂର୍ବତନ ଉପନଗରପାଳ ସୂର୍ଯ୍ୟକାନ୍ତ ଦାସ, ବିଶିଷ୍ଟ ଗାଳ୍ପିକ ତଥା ‘ଚେତାବନୀ ସାହିତ୍ୟ ସଂସଦ’ର ଯାଜ୍ଞସେନୀ ଦଳପତି, କବି ଯାଦବେନ୍ଦ୍ର ସାହା, ଉପସଭାପତି ରଞ୍ଜନ ପଣ୍ଡାଙ୍କ ସମେତ କାଉନସିଲରବୃନ୍ଦ ଶୋକବ୍ୟକ୍ତ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?