ଜିଲା ପରିଷଦ ସୋମନାଥଙ୍କ ଉଦ୍ୟମ ସଫଳ ହେଲା, ବଉଳା ନାଳ ଉପରେ ପୋଲ ନିର୍ମାଣ ପାଇଁ ମିଳିଲା ଅନୁମତି

ହାଟଡିହୀ/ଛେନାପଦୀ,୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବଉଳା ନାଳ ଉପରେ ପୋଲ ନିର୍ମାଣ ହୋଇପାରୁ ନ ଥିଲା। ଫଳରେ ସ୍ଥାନୀୟ ଅଧିବାସୀମାନେ ଗୁରୁତର ଅସୁବିଧା ଭୋଗ କରୁଥିଲେ। କାରଣ ବନ ବିଭାଗ ଅନୁମତି ଦେଉ ନଥିବାରୁ ନାଳ ଉପରେ ପୋଲ ନିର୍ମାଣ ହୋଇ ପାରୁ ନ ଥିଲା। ନାଳ ଉପରେ ପୋଲ ନିର୍ମାଣ ପାଇଁ କେନ୍ଦୁଝର ଜିଲାପରିଷଦ ଉପାଧ୍ୟକ୍ଷ ତଥା ହାଟଡିହୀ ବ୍ଲକ ଜିଲା ପରିଷଦ ସଭ୍ୟ ସୋମନାଥ ଦାସଙ୍କ ଉଦ୍ୟମ ଶେଷରେ ସଫଳ ହୋଇଛି । ବନ ବିଭାଗର ଅନୁମତି ମିଳିବା ସହ ପୋଲ ନିର୍ମାଣ ପାଇଁ ସରକାର ୧୨ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି।

ସୂଚନା ଯୋଗ୍ୟ,ହାଟଡିହି ବ୍ଲକ କେ. ବାଲିପାଳ ପଞ୍ଚାୟତର ମଲ୍ଲିପଶି, ସରମୁଣ୍ଡି ଏବଂ ମୟୂରଭଞ୍ଜ ଜିଲାର ବଉଳା, ଝର୍ଝରୀ, ଜାମବଣି, ଭାଲିଆଡାଳ, ଶଗଡ଼ାପଟା ଅଞ୍ଚଳକୁ ଯାତାୟାତ ପାଇଁ ରାସ୍ତା ନଥିଲା। ଏନେଇ ବାରମ୍ବାର ଦାବି ହେବା ପରେ ୨୦୨୦ ମସିହାରେ କେନ୍ଦୁଝର ଡିଏମ୍ଏଫ ଫଣ୍ଡରୁ ରାସ୍ତା ପାଇଁ ୩ କୋଟି ୧୬ ଲକ୍ଷ ଟଙ୍କା ଏବଂ ବଉଳା ନାଳ ଉପରେ ପୋଲ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଥିଲା। ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ରାସ୍ତା ନିର୍ମାଣ କରାଗଲା। ବଉଳା ନାଳ ଉପରେ ପୋଲ ନିର୍ମାଣ ଆରମ୍ଭ ବେଳେ ବନ ବିଭାଗ ତରଫରୁ ଅଙ୍କୁଶ ଲାଗିଥିଲା । ଫଳରେ ଠିକାସଂସ୍ଥା କାମ ଛାଡ଼ି ପଳାଇଥିଲା । ଯାହାଦ୍ୱାରା ବିଭିନ୍ନ ଗ୍ରାମର ଲୋକ ମାନେ ବର୍ଷା ଦିନେ ନାନା ଦୁର୍ଦ୍ଦଶା ଭୋଗି ଯାତାୟାତ କରନ୍ତି । ରୋଗୀକୁ ଡାକ୍ତରଖାନା ନେବା ପାଇଁ ଗାଁକୁ ଅମ୍ବୁଲାନ୍ତୁ ଆସିବା,ଲୋକେ ରୋଗୀକୁ ଖଟିଆରେ ବୋହି ନାଳ ପାର କରି ଡାକ୍ତରଖାନା ନେଉଥିଲେ । ଛାତ୍ରୀଛାତ୍ର ମାନେ ମଧ୍ୟ ହଇରାଣ ହେଉଥିଲେ ।
ପରେ ପୋଲ ନିର୍ମାଣ ପାଇଁ ଗ୍ରାମସଭା, ପଲ୍ଲୀସଭା କରାଯାଇ ଜଙ୍ଗଲ ବିଭାଗର ଅନୁମତି ଲୋଡ଼ା ଯାଇଥିଲା କିନ୍ତୁ ଅନୁମତି ମିଳିବାରେ ବହୁ ବିଳମ୍ବ ହୋଇଥିଲା। ଏନେଇ ଜିଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ବାରମ୍ବାର ଜିଲା ପରିଷଦ ବୈଠକରେ ପ୍ରଶ୍ନ ଉଠାଇ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି କରିବା ସହିତ ମୟୂରଭଞ୍ଜ ଜିଲାର ଜଙ୍ଗଲ ବିଭାଗ ଅଧିକାରୀ, କରଞ୍ଜିଆ ବିଧାୟକଙ୍କୁ ଭେଟି ଅନୁମତି ଦେବାକୁ ନିବେଦନ କରିଥିଲେ। ଜଙ୍ଗଲ ବିଭାଗ ପୋଲ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିବା ପରେ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ନିର୍ମାଣ ପାଇଁ ୧୨କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛି। ଫଳରେ ଉଭୟ ରାସ୍ତା ଏବଂ ପୋଲ ନିର୍ମାଣ ହେବ। ଆନ୍ତଃ ଜିଲା ସଂଯୋଗୀ କରଣ ରାସ୍ତା ଯୋଜନାରେ ଏହି ରାସ୍ତା ନିର୍ମାଣ ହେବ। କରଞ୍ଜିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡିପିଆର ପ୍ରସ୍ତୁତ କରାଯାଇ ଟେଣ୍ଡର ପ୍ରକ୍ରିୟା ପ୍ରସ୍ତୁତ ହୋଇଛି । କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ର ମଲ୍ଲିପଶି, ସରମୁଣ୍ଡି ଏବଂ ମୟୂରଭଞ୍ଜ ଜିଲା ବଉଳା, ଝର୍ଝରୀ, ନାମବଣି, ଭାଲିଆଡାଳ, ଶଗଡ଼ପଟା ଗ୍ରାମର ହଜାର ହଜାର ଲୋକେ ଉପକୃତ ହୋଇପାରିବେ । କରଞ୍ଜିଆ ଫରେଷ୍ଟ ଡିଭିଜନ ଓ ଗ୍ରାମ୍ୟଉନ୍ନୟନ ବିଭାଗ ପୋଲ ଓ ରାସ୍ତା ନିର୍ମାଣ ପାଇଁ ତ୍ୱରିତ ପଦକ୍ଷେପ ନେଇ ଥିବାରୁ ଅଞ୍ଚଳବାସୀ ଜିଲା ପରିଷଦ ଉପାଧ୍ୟକ୍ଷ ସୋମନାଥଙ୍କ ସମେତ ପ୍ରଶାସନକୁ ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୧୦ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଘୋଷଣା

ନୂଆଦିଲ୍ଲୀ,୨୨।୯: ଉତ୍ତର ପ୍ରଦେଶରୁ ୧୦ଟି ଏବଂ ଉତ୍ତରାଖଣ୍ଡରୁ ଗୋଟିଏ – ଏହିପରି ମୋଟ ୧୧ଟି ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ।…

ଓୱାଇସିଙ୍କ ବୟାନକୁ ନେଇ ହଇଚଇ, କହିଲେ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କୁ….

ନୂଆଦିଲ୍ଲୀ,୨୨।୯: ରାଜନୈତିକ ପ୍ରସଙ୍ଗରେ ନିଜ ମତ ରଖୁଥିବା AIMIM ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି…

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ

ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?