ବିବାହକୁ ପୂରିନି ମାସେ: ଜୁଲାଇ ୧୨ରେ ବାହାଘର ଅଗଷ୍ଟ ୫ରେ ହତ୍ୟା, ବାହାଘର ନା…

ନିଶ୍ଚିନ୍ତକୋଇଲି,୭।୮(ଅଶୋକ କୁମାର ମହାପାତ୍ର): ବାହାଘରକୁ ମାତ୍ର ୨୫ ଦିନ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଛନ୍ତି। କଟକ ଜିଲା ନେମାଳ ଥାନା ଅନ୍ତର୍ଗତ ସହଦେବପୁର ଗାଁରେ ବୁଧବାର ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା କରିଛି। ମୃତା ହେଲେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନାନକାର ଗାଁର ରୋଜାଲିନ ମଳିକ(୨୭)। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲାବେଳେ ଅଭିଯୁକ୍ତ ସ୍ବାମୀ ଶୈଳେନ୍ଦ୍ର ମଳିକ(୩୦) ଫେରାର ଅଛନ୍ତି। ଖବରପାଇ ପୋଲିସ ରୋଜାଲିନଙ୍କ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରୋଜାଲିନ୍‌ଙ୍କ ବାପଘର ଲୋକଙ୍କ ଅଭିଯୋଗକ୍ରମେ ନେମାଳ ଥାନାରେ ମାମଲା (ନଂ. ୨୧୦/୨୬) ରୁଜୁ ହୋଇଛି।
ଶୈଳେନ୍ଦ୍ର ଅହମ୍ମଦାବାଦର ଏକ ଘରୋଇ କମ୍ପାନୀ ଚାକିରି କରିଥିଲେ। ଗତ ମାସରେ ସେ ଚାକିରି ଛାଡ଼ି ଓଡ଼ିଶା ଚାଲିଆସିଥିଲେ। ପରେ ଜୁଲାଇ ୧୨ରେ ନାନକାର ଗାଁର ରୋଜାଲିନଙ୍କୁ ବିବାହ କରିଥିଲେ। ବୁଧବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଶୋଇବା ଘରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଶୈଳେନ୍ଦ୍ର ଉତ୍‌କ୍ଷିପ୍ତ ହୋଇ ହଠାତ୍‌ ଘରୁ ଏକ ଟାଙ୍ଗିଆ ବାହାରକରି ସ୍ତ୍ରୀ ରୋଜାଲିନ୍‌ଙ୍କ କାନମୁଣ୍ଡାକୁ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ଅନ୍ୟ ଘରେ ଅଭିଯୁକ୍ତଙ୍କ ବୋଉ, ବାପା ଏବଂ ଭାଇ ଶୋଇଥିଲେ। ରୋଜାଲିନ୍‌ଙ୍କ ଚିିତ୍କାର ଶୁଣି ସେମାନେ କବାଟ ବାଡ଼େଇଥିଲେ। ମାତ୍ର ଶୈଳେନ୍ଦ୍ର ସମସ୍ତଙ୍କୁ ହାଣିଦେବେ ବୋଲି ଧମକ ଦେବା ସହ ଘରୁ ଫେରାର ହୋଇଯାଇଥିଲେ। ଅପରପକ୍ଷରେ ଏହି ହତ୍ୟାକାଣ୍ଡରେ ଶୈଳେନ୍ଦ୍ରଙ୍କ ପରିବାର ଲୋକ ସାମିଲ ଥିବା ନେଇ ରୋଜାଲିନ୍‌ଙ୍କ ପରିବାର ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି। ମାତ୍ର ଶୈଳେନ୍ଦ୍ରଙ୍କ ମା’, ବାପା ଏହି ହତ୍ୟାକାଣ୍ଡର କାରଣ ବିଷୟରେ କିଛି ଜାଣି ନ ଥିବା ବେଳେ ଏହାପଛରେ ସେମାନଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି ପୋଲିସକୁ କହିଛନ୍ତି। ଏପରି କି ଏହି ଘଟଣାପୂର୍ବରୁ ଶୈଳେନ୍ଦ୍ର ଓ ରୋଜାଲିନ୍‌ଙ୍କ ମଧ୍ୟରେ ସୁସମ୍ପର୍କ ଥିଲା ବୋଲି ସେମାନେ ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଶୈଳେନ୍ଦ୍ର ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଅଭିଯୁକ୍ତ ଧରା ପଡ଼ିବା ପରେ ହତ୍ୟାକାଣ୍ଡ ପଛର କାରଣ ଜଣାପଡ଼ିବ ବୋଲି ନେମାଳ ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri