ଆମ ଜିଲା ଖବର

ପାଟୁଳି ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ଚଞ୍ଚକତା କରି ସ୍ଥାନାନ୍ତର, ପ୍ରତିବାଦରେ ଧାରଣା ଦେଲେ ଗ୍ରାମବାସୀ

ଭଦ୍ରକ,୩୧ା୧(ସନାତନ ରାଉତ): ୧୯୯୨ଠାରୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଚାଲି ଆସୁଥିବା ପାଟୁଳି ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ଚଞ୍ଚକତା କରି ସ୍ଥାନାନ୍ତରିତ କରିବା ପ୍ରତିବାଦରେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ବସିଛନ୍ତି ପାଟୁଳି ଗ୍ରାମବାସୀ। ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦୧୩ରୁ…

ଦାୟିତ୍ୱ ଗ୍ରହଣ କଲେ ଦକ୍ଷିଣାଞ୍ଚଳ ନୂତନ ଆଇଜି

ବ୍ରହ୍ମପୁର,ବ୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ଦକ୍ଷିଣାଞ୍ଚଳ ନୂତନ ଆଇଜି ଭାବେ ଜୟନାରାୟଣ ପଙ୍କଜ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଆଇଜି ସତ୍ୟବ୍ରତ ଭୋଇଙ୍କ ଠାରୁ ସେ ଦାଇତ୍ୱ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସ୍‌ପି ଡ. ସର୍ଵଣା ବିବେକ ଏମ,…

ଏଟିଏମ୍‌ ଭାଙ୍ଗି ଲୁଟିନେଲେ, କାରକୁ ଜଙ୍ଗଲରେ ଛାଡି ଚାଲିଗଲେ

ନବରଙ୍ଗପୁର,୩୧।୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ନିକଟ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଏଟିଏମ୍‌ରୁ ଲୁଟ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଏଟିଏମ୍‌ ତାଲା ଭାଙ୍ଗି ମେଶିନ୍‌କୁ କଟର ମାଧ୍ୟମରେ କାଟି ନେଇଥିବା ଜଣାପଡ଼ିଛି। ତେବେ କେତେଟଙ୍କା ଏଟିଏମ୍‌ରୁ…

ଅର୍ଥକରୀ ଫସଲ ଚାଷୀଙ୍କୁ ସ୍ବାବଲମ୍ବୀ କରିବ

କେନ୍ଦ୍ରାପଡ଼ା, ୩୧।୧ (ଜଗନ୍ନାଥ ଧଳ): ପ୍ରତି ଜିଲାରେ ଗୋଟିଏ ଉତ୍ପାଦକୁ ଗୁରୁତ୍ୱ ଦେବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଯୋଜନା କରାଯାଇଛି। ପାରମ୍ପରିକ କୃଷିକୁ ପ୍ରାଧାନ୍ୟ ଦେବା ସହିତ ଅର୍ଥକରୀ ଫସଲ ପାଇଁ ୫ ବର୍ଷିଆ ଯୋଜନା ଦ୍ୱାରା ଏହା ସମ୍ଭବ…

ବିନା ଘୋଡ଼ଣିରେ ବିଷାକ୍ତ ପାଉଁଶ ପରିବହନ

ଯାଜପୁରରୋଡ଼,୩୧।୧(ପବିତ୍ର ରଞ୍ଜନ ମହାନ୍ତି): କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାରେ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରାଯାଇଥାଏ। ପରେ ସେଥିରୁ ବହୁ ପରିମାଣରେ ପାଉଁଶ ବାହାରିଥାଏ।। ସେହି ପାଉଁଶ କାରଖାନାର କୌଣସି କାମରେ ବ୍ୟବହୃତ ହୋଇ ନ ଥାଏ। ସେହି ବିଷାକ୍ତ ପାଉଁଶ…

ଆବର୍ଜନାରେ ଭର୍ତ୍ତି ବିଜିପୁର ପୋଖରୀ ତୁଠ

ବ୍ରହ୍ମପୁର,୩୧।୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ମୁକ୍ତା ଯୋଜନାରେ ସହରର ଜଳାଶୟଗୁଡିକର ପୁନରୁଦ୍ଧାର ଓ ସାୈନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସହରରେ ଥିବା ୪୮ଟି ପୋଖରୀକୁ ଆମ ପୋଖରୀରେ ସାମିଲ କରାଯାଇଛି। ସେଥିମଧ୍ୟରୁ ୩୧ଟି ପୋଖରୀର…

ଯିଏ ଉଚ୍ଛେଦ ଦାବି କରୁଥିଲେ, ସେ ଜବରଦଖଲକାରୀ

ତିହିଡ଼ି,୩୧।୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ଗୁଆମାଳ ପଞ୍ଚାୟତର ଗଣ୍ଡପଡ଼ା ଗ୍ରାମରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମର ଖାତା ନଂ. ୧୪୨୮ ପ୍ଲଟ ନଂ. ୩୮୫୦ରେ ୧ ଡିସିମିଲ ସରକାରୀ ଜାଗାକୁ…

ହନୁ ଶୁଣିଲା ହନୁମାନ ଚାଳିଶା

ଯୋଡ଼ା,୩।୧।୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ମଙ୍ଗଳା ମନ୍ଦିରରେ ମଙ୍ଗଳବାର ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ସକାଳ ୮ଟାରେ ପୂଜକ ରଜନୀକାନ୍ତ ଦାସ ଆଳତି ପରେ ପୁଷ୍ପାଞ୍ଜଳି ଦେବା ସମୟରେ ଏକ ହନୁ ମାଙ୍କଡ଼ ମନ୍ଦିର ଭିତରକୁ ପଶି ଯାଇଥିଲା।…

ରାଉରକେଲାରୁ ବିମାନସେବା ଆରମ୍ଭ

ରାଉରକେଲା,୩୧।୧(ସଙ୍ଗୀତା ଜେନା): ରାଉରକେଲା-କୋଲକାତା ବିମାନ ସେବା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଅପରାହ୍ନ ୨ଟାରେ କୋଲକାତାରୁ ଉକ୍ତ ବିମାନ ଆସି ରାଉରକେଲାରେ ଅବତରଣ କରିଥିଲା। ଏଥିରେ ୩୩ଜଣ ଯାତ୍ରୀ ଆସିଥିଲେ। ଏହାପରେ ବିମାନଟି ଭୁବନେଶ୍ୱର ଯାଇଥିଲା। ସେଠାରୁ ପୁଣି ରାଉରକେଲା ଆସି କୋଲକାତା…

ଏସ୍‌ସିବିରେ ପ୍ରଥମଥର ହେମୋଫିଲିଆ ଅସ୍ତ୍ରୋପଚାର ସଫଳ

କଟକ,୩।୧।୧(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ପ୍ରଥମଥର ପାଇଁ ହେମୋଫିଲିଆ ରୋଗର ଅସ୍ତ୍ରୋପଚାର ସଫଳ ହୋଇଛି। ଫଳରେ ରୋଗୀ ଜଣଙ୍କ ସୁସ୍ଥ ହେବାରୁ ମଙ୍ଗଳବାର ଏସ୍‌ସିବିରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି। ବାଲେଶ୍ୱର ଜିଲା ହଳଦିଆପଡା ଅଞ୍ଚଳର ଚନ୍ଦନ ମହାଲିକ…

ଛାତ୍ରୀଛାତ୍ରଙ୍କୁ ସଫଳତାର ବାଟ ବତାଇଲେ ପାଣ୍ଡିଆନ

ବ୍ରହ୍ମପୁର,୩୧।୧(ତନୁଶ୍ରୀ ନାହାକ)/ଭୁବନେଶ୍ୱର(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଗଞ୍ଜାମ ଜିଲା ଗସ୍ତକରି ଜିଲାର କଲେଜ ରୂପାନ୍ତରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହିତ ବ୍ରହ୍ମପୁର ଉପକଣ୍ଠ ଆମ୍ବପୁଆ ବିବେକ ବିହାରଠାରେ…

ଛତିଶଗଡ ସୀମାରେ ମାଓ ହମଲା: ପାଲଟା ଜବାବ ଦେଲେ ସୁରକ୍ଷାକର୍ମୀ, ୬ ମାଓବାଦୀଙ୍କୁ ଏନକାଉଣ୍ଟର

ମାଲକାନଗିରି,୩୦।୧: ଛତିଶଗଡ ବିଜାପୁର-ସୁକମା ସୀମାରେ ମଙ୍ଗଳବାର ହୋଇଥିବା ମାଓ ଆକ୍ରମଣର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ। ସୀମାରେ ଗୁଳି ବିନିମୟରେ ୩ଯବାନ ଶହୀଦ ହୋଇଥିବାବେଳେ ୧୪ଜଣ ଆହତ ହୋଇଥିଲେ। ଏହି ଘଟଣାର ଅଳ୍ପ ସମୟ ମଧ୍ୟରେ ସୁରକ୍ଷାବାହିନୀର ଯବାନମାନେ ୬ଜଣ ମାଓବାଦୀଙ୍କୁ ଏନକାଉଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?