ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ ପାହାଡ଼ ଉପରେ ଏକ କାଠ କୃଶରେ ବିଦ୍ଧ କରାଯାଇଥିଲା। ତେବେ ଯିଶୁଙ୍କୁ ଯେଉଁମାନେ ଏଭଳି ଦଣ୍ଡ ଦେଇଥିଲେ ସେହି ପାପୀମାନଙ୍କୁ ଯିଶୁ କ୍ଷମା କରିଦେଇଥିଲେ। ତେଣୁ ଏହାକୁ ମନେ ପକେଇବା ପାଇଁ ଚାଳିଶ ଦିନ ପୂର୍ବରୁ ଅର୍ଥାତ ଭସ୍ମ ବୁଧବାର ତଥା ଫେବୃଆରୀ ୧୪ରୁ ଖ୍ରୀଷ୍ଟଶ୍ରଦ୍ଧାଳୁ ଉପବାସ ରହି ବ୍ରତ କରିବା ସହ ଦାନ ଧର୍ମ କରିଥାନ୍ତି। ଏପରିକି ଆମିଷ ଛାଡି ଯିଶୁଙ୍କୁ ସ୍ମରଣ କରିଥାନ୍ତି। ଗୁଡ୍‌ ଫ୍ରାଇଡେରେ କାଠ କୃଶକୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା। ପରେ ଶ୍ରଦ୍ଧାଳୁ ଚର୍ଚ୍ଚରେ ବାଇବେଲ ପାଠ କରି ପ୍ରଭୁ ଯିଶୁଙ୍କୁ ସାମୂହିକ ପ୍ରାର୍ଥନା କରିଥିଲେ।

କୃଶ ପଥ କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ଯିଶୁଖ୍ରୀଷ୍ଟଙ୍କ କୃଶବିଦ୍ଧ ସମୟର ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ଚର୍ଚ୍ଚ ପରିସରରେ ସାମୂହିକ ପ୍ରାର୍ଥନା ସହ କୃଶ ଚୁମ୍ବନ, ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରବିବାର ଯିଶୁଙ୍କ ପୁନରୁଥାନ ଦିବସ ପାଳନ କାର୍ଯ୍ୟକ୍ରମ ରହିଛି। ଏହିଦିନ ଉପବାସ ସମାପ୍ତ କରାଯିବ ବୋଲି ଚର୍ଚ୍ଚର ଧର୍ମଯାଜକ ଆନନ୍ଦ ପ୍ରଧାନ ଏବଂ ଜୋସେଫ ମାଇକେଲ କହିଛନ୍ତି।

ସିମନବାଡି କ୍ୟାଥଲିକ ଚର୍ଚ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଅଞ୍ଚଳର ବାଡାବାଙ୍ଗା, ସିମନବାଡି, ଶ୍ରାନିକେତା, ତିଲୋରୀ, ପର୍ତ୍ତମାହା, କିରୁକୁଟି ପଞ୍ଚାୟତ ଅଞ୍ଚଳର ୨୨ଟି ମଣ୍ଡଳର ଖ୍ରୀଷ୍ଟ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପ୍ପଜନକ ମିଶନରେ ପ୍ରିୟଙ୍କା ଚୋପ୍ରା

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ରାଜ୍‌ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ। ତାଙ୍କ ଅଭିନୀତ ହଲିଉଡ ସିରିଜ୍‌ ‘ସିଟାଡେଲ’ ଚହଳ ସୃଷ୍ଟି କରିଛି। ପିସି…

ପୋଲତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମୃତଦେହ କାହାର? ତଦନ୍ତ ଆରମ୍ଭ

ସୋରଡା,୨୨ା୪(ରଜନି ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ବାଲପଙ୍କା ଗାଁରେ ଅଭାବନୀୟ ଘଟଣା । ରାସିପଙ୍କାଳ ଶଙ୍ଖ ନିକଟରେ ପଡ଼ିରହିଛି ଅଜଣା ବ୍ୟକ୍ତିର ମୃତଦେହ ।ମୃତଦେହ…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ନୂଆ ଷ୍ଟାଇଲ୍‌ରେ ପ୍ରେମିକଙ୍କୁ ପ୍ରପୋଜ କରିବା ବାହାନାରେ ଏମିତି କାଣ୍ଡ କଲେ ପ୍ରେମିକା, ହାତଗୋଡ଼ ବାନ୍ଧିଲେ, ପରେ…

ବେଙ୍ଗାଲୁରୁ,୨୨ା୪: କର୍ନାଟକର ରାଜଧାନୀ ତଥା ଦେଶର ଆଇଟି ହବ୍‌ ବେଙ୍ଗାଲୁରୁରୁ ଏକ ଚାଞ୍ଚଲ୍ୟକର ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏହା ସମଗ୍ର ସହରକୁ ଥରାଇ…

ଚାଞ୍ଚଲ୍ୟ… ଦିଲ୍ଲୀରେ IRS ଅଧିକାରୀଙ୍କ ଝିଅକୁ ବଳାତ୍କାର ପରେ ହତ୍ୟା, ମୋବାଇଲ ଚାର୍ଜରରେ କାଟିଦେଲେ ଗଳା

ନୂଆଦିଲ୍ଲୀ,୨୨ା୪: ଦିଲ୍ଲୀର ଅମର କଲୋନି ଅଞ୍ଚଳରେ ଜଣେ ଯୁବତୀଙ୍କ ବଳାତ୍କାର ଏବଂ ପରେ ହତ୍ୟା ସହିତ ଜଡିତ ଏକ ମାମଲା ସାମ୍ନାକୁ ଆସିଛି । ମୃତକ ଜଣକ…

ଆନନ୍ଦପୁର କଲେଜର ସାମ୍ସ ରୁମରେ ଅଗ୍ନିକାଣ୍ଡ, ୧୦ରୁ ଅଧିକ…

ବଞ୍ଚୋ,୨୨ା୪(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର କଲେଜର ସାମ୍ସ (SAMS) ରୁମରେ ଆଜି ହଠାତ୍ ଅଗ୍ନିକାଣ୍ଡ ଘଟିଛି । ରୁମ ଭିତରେ ହଠାତ୍ ନିଆଁ ଲାଗିଯାଇଥିବାରୁ ୧୦ରୁ…

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର୍‌, ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ଝାରସୁଗୁଡା,୨୨।୪(ଆଶିଷ ରଞ୍ଜନ ଦାଶ): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ ଅଫିସର୍‌। ଜିଏନଏମ ଛାତ୍ରୀମାନଙ୍କୁ ପ୍ରାକ୍ଟିକାଲ ଟ୍ରେନିଂ ପାଇଁ ବିଭିନ୍ନ ପିଏଚସି…

ଜେଲ ପାଚେରୀ ଡେଇଁ କଏଦୀ ଫେରାର

ଭବାନୀପାଟଣା,୨୨।୪: କଳାହାଣ୍ଡି ଜେଲ ପାଚେରୀ ଡେଇଁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଫେରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri