ଆମ ଜିଲା ଖବର

ଝାଡ଼ା ବାନ୍ତିରେ ୫୦ ଜଣରୁ ଅଧିକ ଆକ୍ରାନ୍ତ

ଯାଜପୁର,୨୩।୨: ଯାଜପୁର ଜିଲା ବ୍ୟାସନଗର ସହର ସମେତ ଆଖପାଖ ଅଞ୍ଚଳରେ ଡାଇରିଆ ଯୋଗୁ ବହୁଲୋକ ଆକ୍ରାନ୍ତ ହୋଇଛନ୍ତି। କୋରେଇ ବ୍ଲକ ଖମଣ ପଞ୍ଚାୟତ ସଙ୍ଖଚିଲା, ଭିକିପୁର, ରାଧାନଗର, ଉଦୟପାଟଣା, ଠାକୁର ପାଟଣା, ଗୁରୁସାହି, ଦାନଗଦି ବ୍ଳକ ରାଛିପୁର, ନେଳୀବାରି, ପୌରାଞ୍ଚଳ ମୁଣ୍ଡମାଳ,…

ଏସ୍‌ଆଇଙ୍କ ପୁଅ ପରୀକ୍ଷାରେ କପି କରି ପଡ଼ିଲେ ଧରା, ରାତିରେ କରିଦେଲେ ଏପରି କାଣ୍ଡ

ବ୍ରହ୍ମପୁର,୨୩।୩(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସୂର୍ଯ୍ୟନଗରରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବାଶିଷ ସେଠୀ(୧୭) ବୋଲି ପୋଲିସ କହିଛି। ବେଦ୍ୟନାଥପୁର ଥାନା ପୋଲିସ କେସ୍‌ ନମ୍ବର ୧୦୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ…

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ୧୯ ଅଧିକାରୀ, ୧୬ ପୂର୍ବତନ ପ୍ରତିନିଧି

ହାଟଡିହୀ,୨୩।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ବିଭାଗର ୧୯ ଅଧିକାରୀ, ବିଭିନ୍ନ ପଞ୍ଚାୟତର ୧୬ ପୂର୍ବତନ ଲୋକ ପ୍ରତିନିଧି ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି l ପୂର୍ବତନ ବିଡ଼ିଓ କୈଳାଶ ବେହେରା, ପୂର୍ବତନ…

ଭାଲୁକୁ ପିଟିପିଟି ମାରି ଦେଲେ କି…

କେନ୍ଦୁଝର,୨୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ରେଞ୍ଜ ନେଲୁଙ୍ଗ ଗ୍ରାମ ନିକଟ ଜମିରୁ ଏକ ଭାଲୁର ମୃତଦେହ ବନ ବିଭାଗ ଜବତ କରିଛି। ଭାଲୁଟିର କିପରି ମୃତ୍ୟୁ ଘଟିଲା ସେ ନେଇ ଜଣାପଡ଼ିନାହିଁ। ଜଙ୍ଗଲ ନଷ୍ଟ ଯୋଗୁ ଭାଲୁମାନେ ଜନ ବସତି ମୁହାଁ…

ହତ୍ୟା କରି ମହିଳାଙ୍କୁ ପିଙ୍ଗିଦେବା ମାମଲା: ଅଭିଯୁକ୍ତଙ୍କୁ ଧରି ସିନ୍‌ ରିକ୍ରିଏଶନ କଲା ପୋଲିସ

ବଲାଙ୍ଗୀର,୨୩।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା କେଶରକେଲାସ୍ଥିତ ପମ୍ପହାଉସ ନିକଟରେ ସଂଯୁକ୍ତା ମହାନନ୍ଦଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିଲା। ଘଟଣାରେ ସମ୍ପୃକ୍ତ ହତ୍ୟାକାରୀଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଏପରିକି ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍‌…

ଅନୁଗୋଳରୁ ଅଯୋଧ୍ୟା ଗଡ଼ିଲା ସ୍ବତନ୍ତ୍ର ଆସ୍ଥା ଟ୍ରେନ

ଅନୁଗୋଳ:୨୩।୨(ଅମିତ କୁମାର ସାମଲ): ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି। ଏନେଇ ଦେଶରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାମଲାଲାଙ୍କ ଦର୍ଶନ ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ…

୨୭ରେ ଚାଷୀ ସମାବେଶ

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରାୟ ୭୦ ପ୍ରତିଶତ କୃଷି ଉପରେ ନର୍ଭର କରିଥାନ୍ତି। ଏଠାରେ ଅଧିକ ଧାନ ଉତ୍ପାଦନ ହୋଇଥାଏ ବୋଲି ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ । କିନ୍ତୁ ଜିଲାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ…

ଯୁବତୀଙ୍କୁ ଏକୁଟିଆ ପାଇ ବେକରୁ ଚେନ୍‌ ଛିଡ଼ାଇ ଚମ୍ପଟ ମାରିଲେ ଲୁଟେରା

ଧାମନଗର,୨୩ା୨(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳରେ ଏବେ ଲୁଟେରାଙ୍କ ପ୍ରାଦୁର୍ଭାବ ଦେଖାଦେଇଛି। ଶୁକ୍ରବାର ସକାଳୁ ଜଣେ ଲୁଟେରା ଧାମନଗର-ଜାହାଙ୍ଗୀର ରାସ୍ତାର ରାମେଶ୍ବରପୁର ଛକ ଗେଟ୍‌ ନିକଟରେ ଜଣେ ଯୁବତୀଙ୍କୁ ଏକୁଟିଆ ପାଇ ସୁନା ଚେନ୍‌ ବେକରୁ ଛିଡ଼ାଇ ଚମ୍ପଟ…

ଫ୍ୟାନ୍‌ରେ ଝୁଲିପଡ଼ିଲେ ମାଟ୍ରିକ ଛାତ୍ର

ଧାମନଗର,୨୩ା୨(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଜାହାଙ୍ଗୀର ଶାସନ ରାଢ଼ୋ ଗ୍ରାମରେ ଶୁକ୍ରବାର ସକାଳେ ଜଣେ ମାଟ୍ରିକ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଅଭିଷେକ ପଣ୍ଡା (୧୬)। ଅଭିଷେକଙ୍କ ଘର ମୟୂରଭଞ୍ଜ ଜିଲା ଉଦଳା…

ଟ୍ରକ ଧକ୍କାରେ ବାପପୁଅ ମୃତ, ମୃତ୍ୟୁ ଖବର ଶୁଣି ସାନଭାଇ ହୃଦ୍‌ଘାତରେ ମୃତ

କେନ୍ଦୁଝର,୨୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପିପିଳିଆ ଛକରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଲୁହାରଡ଼ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଏକ ସ୍କୁଟିକୁ ପଛପଟୁ ଧକ୍କା ଦେବାରୁ…

ଶ୍ରୀମନ୍ଦିର ନିକଟ କପାଳମୋଚନ ମନ୍ଦିରରୁ ଚୋରି

ପୁରୀ,୨୩ା୨: ଦୁର୍ବୃତ୍ତମାନେ ଠାକୁରଙ୍କୁ ବି ଛାଡୁନାହାନ୍ତି। ଶ୍ରୀମନ୍ଦିର ନିକଟ କପାଳମୋଚନ ମନ୍ଦିରରୁ ଦୁର୍ବୃତ୍ତମାନେ ଅଢ଼େଇ ଫୁଟ ଉଚ୍ଚର ଏକ ବିରଳ ପଥର ମୂର୍ତ୍ତି ଚୋରି କରି ନେଇଯାଇଛନ୍ତି। ଗୁରୁବାର ରାତିରେ ମନ୍ଦିର ଗ୍ରୀଲ୍‌ ଭାଙ୍ଗି ମୂର୍ତ୍ତି ଚୋରି କରିନେଇଛନ୍ତି। ଶ୍ରୀମନ୍ଦିରଠାରୁ ୧୦୦…

ମାଟ୍ରିକ୍‌ ପରୀକ୍ଷା ପରିଦର୍ଶକ ନିଯୁକ୍ତିରେ ସ୍ବଚ୍ଛତା ନାହିଁ

ରସୁଲପୁର,୨୩ା୨(ରଞ୍ଜିତ ରାଉତ):ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ପ୍ରିୟାପ୍ରୀତି ତୋଷଣ ପ୍ରକ୍ରିୟାରେ ଯାଜପୁର ଜିଲା ଶିକ୍ଷାଧିକାରୀ ଚଳିତ ମାଟ୍ରିକ ପରୀକ୍ଷା ପାଇଁ ପରିଦର୍ଶକ ନିଯୁକ୍ତି କରିଥିବା ଅଭିଯୋଗ ହୋଇଛି। ଏଥିରେ ରସୁଲପୁର ବ୍ଲକ ଅଞ୍ଚଳରେ ସ୍ଥିରୀକୃତ ୧୭ ମାଟ୍ରିକ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?