ଆମ ଜିଲା ଖବର

ଗଛ କଟାକୁ କେନ୍ଦ୍ରକରି ଫରେଷ୍ଟ ଗାର୍ଡଙ୍କୁ ଆକ୍ରମଣ: ଭିଡିଓ ଭାଇରାଲ୍‌

ବାରିପଦା,୨ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବାକୁ ବାରଣ କରିବାରୁ ଜଣେ ଫରେଷ୍ଟ ଗାର୍ଡଙ୍କୁ କେତେକ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ବାଙ୍ଗିରିପୋଷି ବନାଞ୍ଚଳର ଯୋକା ବିଟ୍‌ ଅଞ୍ଚଳରେ ଏହି ଘଟଣା…

ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର: ବନ୍ଧା ହେଲେ ଯୁବକ 

ନିରାକାରପୁର,୨ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ବଳାତ୍କାର କରିବା ଘଟଣାରେ ଜଙ୍କିଆ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ଅଞ୍ଚଳର ବାପି ଦାସ…

ଦିଲ୍ଲୀ ହୁରିକେନ୍ସକୁ ପରାସ୍ତ କରି ଓଡ଼ିଶା ମହିଳା ରଗ୍‌ବୀ ଦଳ ଚାମ୍ପିୟନ

ଭୁବନେଶ୍ୱର, ୨।୩ (ତପନ ସ୍ବାଇଁ): ରଗ୍‌ବୀ ଇଣ୍ଡିଆ, ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏଶନ (ଓଆରଏଫ୍‌ଏ), ରାଜ୍ୟ କ୍ରୀଡ଼ା ବିଭାଗ ଓ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଜାତୀୟ ୧୫ଏସ୍‌ ମହିଳା ଡିଭିଜନ-୧ ରଗ୍‌ବୀ ଚାମ୍ପିୟନଶିପ୍‌ ଶେଷ ହୋଇଛି। କିଟ୍‌ର ରାହୁଲ ବୋଷ…

ଏଥର କିଡ୍‌ନୀ ବାହାରକୁ ଯାଉନାହିଁ

କଟକ/ପଟ୍ଟାମୁଣ୍ଡାଇ, ୨ା୩(ଶିଳ୍ପା ପ୍ରିୟଦର୍ଶିନୀ/କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଶ୍ରୀଓମ୍‌ ଶିବୁ(୧୮)ଙ୍କ ମୃତ୍ୟୁ ପରେ ତାଙ୍କ କିଡ୍‌ନୀ ୨ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଉଛି। ରମେଶ ଚନ୍ଦ୍ର ଦାସ ଓ ରଶ୍ମିତା ଦାସଙ୍କ ପୁଅ ଶିବୁଙ୍କର ମୁଣ୍ଡ ବିନ୍ଧିବା ସହ ଆଖିକୁ…

ଭାଜପା ଫୋକସ୍‌ରେ ଭଦ୍ରକ ଲୋକ ସଭା ଆସନ

ଭଦ୍ରକ,୨।୩ (ସନାତନ ରାଉତ): ୨୦୧୯ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ଭାଜପା ଭଦ୍ରକ ସଂରକ୍ଷିତ ଲୋକ ସଭା ଆସନ ହରାଇଥିଲା। ଏଥର ଦଳ ଏହି ନିର୍ବାଚନମଣ୍ଡଳୀ ଉପରେ ଅଧିକ ଫୋକସ୍‌ କରୁଥିବା ଆଭାସ ମିଳିଲାଣି। ୧୯୯୮ଠାରୁ ଲଗାତର ବିଜେଡି ଦଖଲରେ ଭଦ୍ରକ ଲୋକ…

ମାର୍ଣ୍ଡିଙ୍କ ପାଇଁ ଚ୍ୟାଲେଞ୍ଜ ମକରଧ୍ୱଜ

ବାଙ୍ଗିରିପୋଷି,୨ା୩(ସଞ୍ଜୟ କୁମାର ଅଗ୍ରୱାଲା): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ। ଏଠାକାର ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ପୁଣି ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ତାଙ୍କୁ…

ଜଗନ୍ନାଥଙ୍କୁ ଜଗନ୍ନାଥ ଅଡ଼ୁଆ

ରାୟଗଡ଼ା,୨।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ରାଜନୀତି ଦୁଇ ଜଗନ୍ନାଥଙ୍କୁ ନେଇ ଚଳଚଞ୍ଚଳ ହୋଇଯାଇଛି। ଜଣେ ଜଗନ୍ନାଥ ସାରକା ଓ ଆଉ ଜଣେ ଜଗନ୍ନାଥ ନୁଣ୍ଡୃକା। ଉଭୟ ବିଜେଡିରେ ରହିଆସିଥିବା ବେଳେ ଶୁକ୍ରବାର ଜଗନ୍ନାଥ ନୁଣ୍ଡୃକା ଭୁବନେଶ୍ୱରରେ ବିଧିବଦ୍ଧ ଭାବେ…

ଦୀପକଙ୍କ ଘର ସମେତ ବହୁ ସ୍ଥାନରେ ଇଡି ଚଢ଼ାଉ

ବଡ଼ବିଲ(ଦେବପ୍ରିୟ ରଣା)/ ଯୋଡ଼ା (ମାନସ ରଞ୍ଜନ ମହାନ୍ତି)/ ରାଉରକେଲା, (ସଙ୍ଗୀତା ଜେନା)/ ଭୁବନେଶ୍ୱର, ୨।୩(ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ୧୮ଶହ କୋଟିର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ସକ୍ରିୟ ହୋଇଉଠିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ…

ପ୍ରଶ୍ନପତ୍ର ଲିକ୍‌ ଘଟଣା: ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ବିଗତ କିଛି ବର୍ଷ ଧରି ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସାମ୍ନାକୁ ଆସୁଥିବା ବେଳେ ସରକାର ଏବଂ ଗଣଶିକ୍ଷା ବିଭାଗ ଚୁପ ହୋଇ ବସିଛଛି। ଗତ ୨୩ ତାରିଖ ଦିନ ମୟୂରଭଞ୍ଜ ଏବଂ କେନ୍ଦୁଝର…

ଆନନ୍ଦପୁର ଛାତ୍ର ବିଜେଡି ସଂଯୋଜକ ହେଲେ ଅମରେନ୍ଦ୍ର

ହାଟଡ଼ିହୀ,୧ା୩(ଶୁଭକାନ୍ତ ନାୟକ): ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଛାତ୍ର ଜନତା ଦଳର ସଂଯୋଜକ ଭାବେ ଅମରେନ୍ଦ୍ର ଧଳଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଥିବା ନେଇ ବିଜୁ ଜନତା ଦଳର ସାଙ୍ଗଠନିକ…

ଅଙ୍ଗ ଦାନ କରି ଦୁଇ ଜୀବନ ବଞ୍ଚାଇଲେ କେନ୍ଦ୍ରାପଡ଼ାର ୧୮ ବର୍ଷୀୟ ଯୁବକ

ଭୁବନେଶ୍ୱର,୧ା୩: ମସ୍ତିଷ୍କ ଟ୍ୟୁମରରେ ପୀଡିତ ଜଣେ ୧୮ ବର୍ଷୀୟ ଯୁବକ ଦୁଇ ଜଣଙ୍କୁ ନିଜର ଅଙ୍ଗ ଦାନ କରି ସେମାନଙ୍କୁ ନୂଆ ଜୀବନ ଦେଇଛନ୍ତି। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ରମେଶ ଦାସଙ୍କ ପୁଅ ଓମ ଶିବୁ କଟକସ୍ଥିତ ଏସସିବି ମେଡିକାଲ…

ଅସ୍ତ୍ରୋପଚାର ପରେ ବାହାରିଲା ୬ କେଜିର ଟ୍ୟୁମର

କୋରାପୁଟ,୧ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପ୍ରାୟ ୬ କେଜି ଟ୍ୟୁମରର ସଫଳ ଅସ୍ତ୍ରୋପଚାର ହୋଇଛି। ଜିଲାର ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କାମତା ପଞ୍ଚାୟତର ରତାଳି ଗ୍ରାମର ଚନ୍ଦ୍ରମା ଭତରା (୩୦) ପ୍ରାୟ ୪ ବର୍ଷ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?