ପୁନଶ୍ଚ ଗଣେଶ୍ୱର-ସିପ୍ରା ମୁକାବିଲା

କେନ୍ଦ୍ରାପଡ଼ା,୨୧ା୪(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ବିଧାନସଭା ଆସନରେ ପୁଣିଥରେ ଗଣେଶ୍ୱର ବେହେରା ଏବଂ ଡ.ସିପ୍ରା ମଲ୍ଲିକଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ଶନିବାର ବିଧାୟକ ଶଶିଭୂଷଣ ବେହେରାଙ୍କ ବଦଳରେ ଗଣେଶ୍ୱରଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଏହି ଆସନ ପାଇଁ ସିପ୍ରାଙ୍କୁ ଚୟନ କରିଛି। ଏଠାରେ ଗତ ୩ ନିର୍ବାଚନରେ ଭାଜପା ତୃତୀୟ ସ୍ଥାନରେ ରହିଥିବାବେଳେ ଦଳ ଚଳିତ ନିର୍ବାଚନ ପାଇଁ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ।
୨୦୦୯ରେ କେନ୍ଦ୍ରାପଡ଼ା ଆସନକୁ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରଖାଯାଇଥିଲା। ସେହିବର୍ଷ ହୋଇଥିବା ନିର୍ବାଚନରେ ସିପ୍ରା ଓ ଗଣେଶ୍ୱର ବିଧାୟକ ପ୍ରାର୍ଥୀ ଭାବେ ମୁହଁାମୁହିଁ ହୋଇଥିଲେ। ସେତେବେଳେ ସିପ୍ରା ବିଜେଡିରୁ ଏବଂ ଗଣେଶ୍ୱର କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ଇତିମଧ୍ୟରେ ଉଭୟଙ୍କ ଦଳ ବଦଳ ହୋଇଛି। ୧୫ ବର୍ଷର ବ୍ୟବଧାନ ପରେ ଉଭୟଙ୍କ ମଧ୍ୟରେ ଲଢ଼େଇ ଏକ ରୋଚକ ସ୍ଥିତି ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି।
୨୦୦୯ ନିର୍ବାଚନରେ ୧,୧୮,୬୭୮ ମତଦାତାଙ୍କ ମଧ୍ୟରୁ ୬୨,୪୩୬ଜଣଙ୍କ ଭୋଟ ସିପ୍ରାଙ୍କୁ ମିଳିବା ପରେ ସେ ବିଜୟୀ ହୋଇଥିଲେ। ଦ୍ୱିତୀୟ ସ୍ଥାନରେ ଥିବା ଗଣେଶ୍ୱର ୪୬,୫୦୫ ଭୋଟ ପାଇଥିଲେ। ଭାଜପା ପ୍ରାର୍ଥୀ ବିଜୟ କୁମାର ମଲ୍ଲିକ ୬,୮୬୧ ଭୋଟ ପାଇଥିଲେ। ଏହି ନିର୍ବାଚନ ପରଠାରୁ ସିପ୍ରା ମୁକାବିଲା କରିବା ପାଇଁ ଆଉ ସୁଯୋଗ ପାଇ ନ ଥିଲେ। ଅପରପକ୍ଷେ ଏହି ନିର୍ବାଚନମଣ୍ଡଳୀରେ ଗଣେଶ୍ୱର ଏକାଧିକ ଥର ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇ ଭାଗ୍ୟ ପରୀକ୍ଷା କରିଛନ୍ତି। ୨୦୦୯ରେ ତାଙ୍କୁ ୩୯.୧୯ ପ୍ରତିଶତ ଜନସମର୍ଥନ ମିଳିଥିବାବେଳେ ୨୦୧୪ରେ ୪୩.୧ ପ୍ରତିଶତ ଭୋଟପାଇଥିଲେ। ସେହିପରି ୨୦୧୯ରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କଠାରୁ ସେ ମାତ୍ର ୬,୫୮୫ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ଗଣେଶ୍ୱର କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ଶଶିଭୂଷଣଙ୍କଠାରୁ ଅଧିକ ଭୋଟ ପାଇଥିଲେ। ଏହି ସଂରକ୍ଷିତ ଆସନରେ ଭୋଟରଙ୍କ ସଂଖ୍ୟା ୨,୨୮,୫୯୬ରେ ପହଞ୍ଚତ୍ଛି। ଦଳବଦଳ କରି ୨ ପ୍ରାର୍ଥୀ ମୁହଁାମୁହିଁ ହେଉଥିବା ବେଳେ ଦଳୀୟ ଅସନ୍ତୋଷକୁ ନେଇ ଗଣେଶ୍ୱର ଅଧିକ ଚିନ୍ତାରେ ଅଛନ୍ତି। ଦୀର୍ଘବର୍ଷ ଧରି ବିଜେଡିରେ ରହି କାର୍ଯ୍ୟ କରୁଥିବା ଆଶାୟୀଙ୍କ ଆଶା ଗଣେଶ୍ୱର ଆସିବା ପରେ ମଉଳିଯାଇଛି। ଏଥିପାଇଁ ଗତ ୬ ଓ ୭ ତାରିଖରେ ଆଶାୟୀ ପ୍ରାର୍ଥୀମାନେ ଖୋଲାଖୋଲି ଭାବେ ଗଣେଶ୍ୱରଙ୍କ ପ୍ରାର୍ଥତ୍ତ୍ୱ ବିରୋଧରେ ସଭାପତି ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି କି ଭୁବନେଶ୍ୱର ଶଙ୍ଖଭବନ ଆଗରେ ଦଳୀୟ ସମର୍ଥକଙ୍କ ସହ ସିପ୍ରା ବିଧାୟକ ପ୍ରାର୍ଥୀ ହେବା ପାଇଁ ଦାବି କରିଥିଲେ। ଏନେଇ କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେ ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଇଥିଲେ। କଂଗ୍ରେସ ତାଙ୍କୁ ଶନିବାର ଏହି ଆସନରୁ ପ୍ରାର୍ଥୀ କରିବା ପରେ ସ୍ଥିତି ରୋଚକ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?