ଜିଲାପାଳ ବଦଳିଲା ପରେ ଗୋ ଶ୍ରଦ୍ଧା ଯୋଜନା ଫେଲ୍‌

ସୋନପୁର,୨୧।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ପୌର ପ୍ରଶାସନ ପକ୍ଷରୁ ୨୦୨୧ ଅଗଷ୍ଟ ୧୬ ତାରିଖ ଠାରୁ ସହରରେ ଆରମ୍ଭ ହୋଇଥିଲା ଗୋ ଶ୍ରଦ୍ଧା ଯୋଜନା। ସହରରେ ଗାଈ ଗୋରୁ ପାଳନ କରୁଥିବା ବ୍ୟକ୍ତିମାନେ ସେମାନଙ୍କ ପାଳିତ ଗାଈ ଗୋରୁଙ୍କୁ କୌଣସି ପରିସ୍ଥିତିରେ ରାସ୍ତା ଉପରକୁ ନ ଛାଡି ଆବଶ୍ୟକ ଯତ୍ନ ନେବାକୁ ପ୍ରଶାସନ ପକ୍ଷରୁ ପୂର୍ବରୁ ପରାମର୍ଶ ଦିଆ ଯାଇଥିଲା। ରାସ୍ତା ଉପରେ ବୁଲୁଥିବା ଗୋରୁଙ୍କୁ କୋଲପଡାସ୍ଥିତ କାଞ୍ଜିଆହୁଦାରେ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ପୌର ପରିଷଦ ପକ୍ଷରୁ ତେଲନଦୀ କୂଳ କୋଲପଡାର ପ୍ରାୟ ୧ ଏକରରୁ ଊର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ବାଡା ଦେବା ସହ ଗୁହାଳ ନିର୍ମାଣ କରା ଯାଇଥିଲା। ପ୍ରାକ୍ତନ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସହରର ସ୍ବେଚ୍ଛାସେବୀଙ୍କ ସହଯୋଗରେ ଏହି ଯୋଜନା ଭଲ ଭାବେ ଚାଲିଥିଲା। କାଞ୍ଜିଆହୁଦାରେ ଶତାଧିକ ବୁଲା ଗୋରୁ ଓ ଷଣ୍ଢଙ୍କୁ ରଖା ଯାଇଥିଲା। ଗୋରୁଙ୍କ ପାଇଁ ଜଗୁଆଳି, ସେବା ପାଇଁ କର୍ମଚାରୀ ଓ ଖାଦ୍ୟର ବ୍ୟବସ୍ଥା ଜିଲାପାଳ ବେସରକାରୀ ଭାବେ କରୁଥିଲେ। ତେବେ ଝାରସୁଗୁଡା ଉପନିର୍ବାଚନ ପାଇଁ ଜିଲାପାଳ ନରଓ୍ବଣେଙ୍କର ହଠାତ୍‌ ବଦଳି ପରେ ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମ ଦିଗହରା ହୋଇପଡିଛି। ଏବେ କାଞ୍ଜିଆହୁଦାରେ ଅଳ୍ପ ସଂଖ୍ୟକ ଗାଈଗୋରୁ ଅଛନ୍ତି। ଅନ୍ୟପକ୍ଷେ ସହରର ବିଭିନ୍ନ ରାସ୍ତାରେ ଶତାଧିକ ଗୋରୁ ଓ ଷଣ୍ଢ ବୁଲୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ବାରମ୍ବାର ଦୁର୍ଘଟଣା ଘଟୁଛି । ଟ୍ରକ୍‌ ବସ୍‌ ଧକ୍କାରେ ଗାଈ ଗୋରୁ କ୍ଷତାକ୍ତ ହେଉଛନ୍ତି । ଯାତାୟତରେ ବାଧା ସୃଷ୍ଟି ହେଉଛି। ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସହଯୋଗ ମିଳୁନି। ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରୁନାହିଁ ।
ପ୍ରଶାସନର ଆଗ୍ରହ କ୍ରମେ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହଯୋଗରେ ଜିଲା ପ୍ରଶାସନ ଓ ପୌର ପ୍ରଶାସନ ମିଳିତ ଭାବେ ସହରର ବୁଲା ଗୋରୁଙ୍କୁ ଧରି କାଞ୍ଜିଆ ହୁଦାରେ ରଖିଥିଲେ। କାଞ୍ଜିହୁଦାରେ ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ରଖାଯିବାର ବ୍ୟବସ୍ଥା ହୋଇଥିଲା। ଏହି ସମୟ ସୀମା ଭିତରେ ଯଦି ଗୋରୁ ମାଲିକ ନିଜର ମାଲିକାନା ଦାବି କରନ୍ତି ତେବେ ତାଙ୍କୁ ଗୋରୁ ପ୍ରତି ଦୈନିକ ୫୦୦ ଟଙ୍କା ଜରିମାନା ଦେବାକୁ ପଡୁଥିଲା। ଜରିମାନା ଦେଇ ଅଳ୍ପ କେତେଜଣ ବ୍ୟକ୍ତି ସେମାନଙ୍କ ଗୋରୁ ନେଇଥିବା ବେଳେ ଅଧିକାଂଶ ଗୋରୁଙ୍କ ଦାବିଦାର ନ ଥିଲେ। ପ୍ରାୟ ଦେଢ ଶହରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ରଖା ଯାଇଥିଲା। ସହର ରାସ୍ତାଘାଟରେ ବୁଲା ଗୋରୁଙ୍କ ସଂଖ୍ୟା କମିଥିଲା। ବର୍ତ୍ତମାନ ସ୍ଥିତି ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିଛି। ସହରର ସୋନପୁର-ଶରଧାପାଲି ମୁଖ୍ୟ ରାସ୍ତାର ଝୁପୁଡିପଡା, ବ୍ଳକ ଛକ, ସୁରେଶ୍ୱରୀ ମନ୍ଦିର ସମ୍ମୁଖ, ଗୁଣ୍ଡିଚା ମନ୍ଦିର ସମ୍ମୁଖ, ବଡବଜାର, ଭଗବତୀ ପ୍ଲଟ, ମହାନଦୀ ଓ ତେଲନଦୀ ବ୍ରିଜ୍‌ ଉପରେ ଶତାଧିକ ବୁଲା ଗୋରୁ ଏବେ ପ୍ରତ୍ୟହ ଦଳ ଦଳ ହୋଇ ବୁଲୁଛନ୍ତି। ସହରରେ ଅଧିକାଂଶ ଗୋପାଳକଙ୍କ ଗୁହାଳ ନ ଥିବାରୁ ସେମାନେ ଗାଇଗୋରୁଙ୍କୁ ରାସ୍ତାରେ ଛାଡି ଦେଉଛନ୍ତି। ପ୍ରଶାସନ ଏହି ବୁଲା ଗାଇଗୋରୁଙ୍କୁ ନେଇ କାଞ୍ଜିଆହୁଦାରେ ରଖିବାରେ ବିଫଳ ହୋଇଛି। ଜିଲା ସଦର ମହକୁମାର ସମସ୍ତ ମୁଖ୍ୟ ଓ ଗଳି ରାସ୍ତାରେ ବୁଲା ଗୋରୁ ଏବେ ଅବାଧରେ ଯାତାୟତ କରୁଛନ୍ତି। ପୁଣି ରାତିରେ ରାସ୍ତାରେ ଶୋଇ ରହୁଛନ୍ତି। ଏଥିଯୋଗୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ଘଟୁଛି। ତେଣୁ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରରେ ବୁଲା ଗାଈଗୋରୁଙ୍କୁ ପୁଣି ଗୋଶାଳାରେ ରଖିବାର ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri