ଆମ ଜିଲା ଖବର

ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୨ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଅତିରିକ୍ତ ଜିଲା ଜଜ୍‌ କୋର୍ଟର ମମିତା ଦାସ ଶନିବାର ଏକ ହତ୍ୟା ମାମଲାର ଶୁଣାଣି କରି ଏରେଣ୍ଡେଇ ଗ୍ରାମର ଶିବ ମୁଣ୍ଡା (୨୫), ରଥ ମୁଣ୍ଡା (୨୦), ଟିମା ମୁଣ୍ଡା (୨୦)ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ…

କେନ୍ଦୁଝରରେ ମେଡିକାଲ କଲେଜ, ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାରଠାରୁ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରୋଗୀ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କେନ୍ଦୁଝରରେ ୫୦୦ ଶଯ୍ୟା ବିଶିଷ୍ଟ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦ୍‌ଘାଟନ…

ଭଦ୍ରକରେ ଭାଇର ଆତ୍ମହତ୍ୟା ଖବର ଶୁଣି ଜୀବନ ହାରିଲା ଭଉଣୀ

ଭୁବନେଶ୍ୱର,୨।୩: ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଭଦ୍ରକ ଜିଲାରେ ଭାଇ ଭଉଣୀ ଗୋଟିଏ ଦିନରେ ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରଥମେ ଭାଇ ଆତ୍ମହତ୍ୟା କରିଥିଲେ ଏବଂ ଏହାର ଦୁଇ ଘଣ୍ଟା ବ୍ୟବଧାନରେ ଭାଇର ମୃତ୍ୟୁ ଖବର ଶୁଣି ଭଉଣୀ ନିଜର…

ପ୍ରେମରେ ଫସାଇ ମହିଳାଙ୍କୁ ଘରେ ଆଣି ରଖିଥିଲେ ବୃଦ୍ଧ, ପିଟିପିଟି କଲେ ହତ୍ୟା

କୁଆଁରମୁଣ୍ଡା,୨ା୩(ମହେନ୍ଦ୍ର କୁମାର ସାହୁ): ସ୍ତ୍ରୀଙ୍କ ମୃତ୍ୟୁ ପରେ ଅନ୍ୟ ଜଣେ ବିଧବା ମହିଳାଙ୍କୁ ଭଲ ପାଇ ଗତ ୧ ବର୍ଷ ହେଲା ନିଜ ଘରେ ରଖି ଆସୁଥିବା ଜଣେ ବ୍ୟକ୍ତି ଠେଙ୍ଗାରେ ପିଟି ପିଟି ମାରିଦେଇଛନ୍ତି। ଏହି ଘଟଣା ସୁନ୍ଦରଗଡ଼ ଜିଲା…

ଭଦ୍ରକ ରାଜନୀତିରେ ହଲଚଲ: ପଦ୍ମ ଧରିବେ ରାଜୁ ଦାସ

୨୦୨୪ ସାଧାରଣ ନର୍ବାଚନକୁ ନେଇ ରାଜନୀତି ଏବେ ସରଗରମ। ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ଏହାରି ଭିତରେ ଦଳଡିଆଁ ପର୍ବ ଆରମ୍ଭ ହୋଇଛି । ଭଦ୍ରକ ରାଜନୀତିରୁ ଏକ ବଡ଼ ଖବର…

ମାଟିତଳୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ: କୁକୁର ଟାଣିଟାଣି କାଢ଼ୁଥିଲା

ଦେବଗଡ଼,୨।୩(ଶଶାଙ୍କ ଶେଖର ଝାଙ୍କର): ମାଟି ତଳେ  ପୋତା ଯାଇଥିବା ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି। ତାଙ୍କୁ କେହି  ହତ୍ୟା କରିଥିବା  ସନ୍ଦେହ କରାଯାଉଛି। ଏଭଳି ଘଟଣା ଘଟିଛି ଦେବଗଡ ଜିଲା ରିଆମାଳ ଥାନା ତାଳକୁଣ୍ଡି ପଞ୍ଚାୟତ ମଧ୍ୟପୁର ଗ୍ରାମରେ। ଖେଳ…

୨୦ ଦିନ ଛୁଟିରେ ଥିଲେ ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ, କାର୍ଯ୍ୟରେ ଯୋଗଦେବାର ଦିନକ ପରେ ମିଳିଲା ଝୁଲନ୍ତା ମୃତଦେହ

ଫୁଲବାଣୀ,୨।୩(ରାକେଶ କୁମାର ରାଉତ): ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ର ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଷାରେନ୍ଦ୍ର ନାୟକଙ୍କ ମୃତଦେହ ନଦୀଖଣ୍ଡି ସାହିସ୍ଥିତ ସରକାରୀ ବାସଭବନରୁ ମିଳିଛି। ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛଥିବା କୁହାଯାଉଛି। ସୂଚନାଯୋଗ୍ୟ, ଗତ ୨୦ ଦିନ…

୫ ତାରିଖରେ ଚଣ୍ଡିଖୋଲ ଗସ୍ତ କରିବେ ମୋଦି: ସମୀକ୍ଷା କଲେ ପ୍ରଶାସନିକ ଅଧିକାରୀ

ଚଣ୍ଡିଖୋଲ,୨।୩: ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଜପୁର ଗସ୍ତ କରିବେ। ଯାଜପୁରସ୍ଥିତ ଚଣ୍ଡିଖୋଲ ଗସ୍ତ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ପ୍ରଶାସନିକ…

ସୁନ୍ଦରଗଡ଼ ସମେତ ରାଜ୍ୟର ୫ଟି ମେଡିକାଲ କଲେଜ ଓ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼,୨।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସୁନ୍ଦରଗଡ଼ ସମେତ ରାଜ୍ୟର ୫ଟି ମେଡିକାଲ କଲେଜ ଓ ହସ୍ପିଟାଲକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଉଦ୍‌ଘାଟନୀ ସମାରୋହ…

ପଲିଥିନମୁକ୍ତ ସହର ଅଭିଯାନ ବାଟବଣା

ରାଉରକେଲା,୨।୩(ବିପ୍ଲବ ରନ ଦାଶ): ୨୦୦୮ରୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ରୋକିବା ପାଇଁ ସରକାର ଆଇନଗତ କଟକଣା ସହ ବ୍ୟାପକ ସଚେତନତା ଅଭିଯାନ କରୁଛନ୍ତି। ୨୦୨୨ରେ ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଏବଂ ପଲିଥିନ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି। ଏହାସତ୍ତ୍ୱେ…

କଲରାପତରିଆ ବାଘ ଗଣିବେ ନବୀନ ସରକାର

ଭୁବନେଶ୍ୱର, ୨।୩(ଅସମାପିକା ସାହୁ): ରାଜ୍ୟ ସରକାର ନିଜସ୍ବ କଲରାପତରିଆ ବାଘ ଗଣନା କରିବେ। ଆସନ୍ତା ମେ’ରୁ ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରାଯିବ। ରାଜ୍ୟର ସବୁ ଅଞ୍ଚଳରେ କଲରାପତରିଆ ଗଣନା ହେବ ବୋଲି ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ…

୩ ମେଗା ପ୍ରକଳ୍ପ ଦିଗହରା: ଅବଧି ସରିଲାଣି, ସରୁନି କାମ

ରାୟଗଡ଼ା,୨।୩(ଭାଗ୍ୟଶ୍ରୀ ମିଶ୍ର): ପ୍ରତ୍ୟେକ ଘରକୁ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ଲକ୍ଷ୍ୟ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଜଳ ଜୀବନ ମିଶନ କାର୍ଯ୍ୟକାରୀ ହେଉଛି। ଏହି ମିଶନ ଅଧୀନରେ ଜଳ ଯୋଗାଣର ମେଗା ପ୍ରୋଜେକ୍ଟ ନିର୍ମାଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri