ଯାତ୍ରାରେ ଧାର୍ମିକ ଭାବନାକୁ ଆଘାତ ଅଭିଯୋଗ: ମଞ୍ଚରେ ଦର୍ଶକଙ୍କ ଭଙ୍ଗାରୁଜା, କଳାକାରଙ୍କୁ ଆକ୍ରମଣ

ସମ୍ବଲପୁର, ୧୧।୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦରଥାନା ଅନ୍ତର୍ଗତ ନକ୍ସାପାଲି ଠାରେ ଚାଲିଥିବା ଯାତ୍ରା ମଞ୍ଚକୁ ଚଢ଼ି ଦର୍ଶକଙ୍କ ଭଙ୍ଗାରୁଜା ସହ କଳାକାରଙ୍କୁ ଆକ୍ରମଣ କରାଯାଇଥିବା ଖବର ମିଳିଛି। ମଙ୍ଗଳବାର ସନ୍ଧ୍ଯାରେ ସ୍ଵର୍ଣ୍ଣ ମହଲ ଯାତ୍ରା ଦଳ ପକ୍ଷରୁ ନାଟକ ‘ସ୍ବାମୀ ପାଇଁ ପଛେ ନର୍କକୁ ଯିବି’ ମଞ୍ଚସ୍ଥ ହୋଇଥିଲା। ଏଥିରେ ରହିଥିବା ଏକ ଧର୍ମାନ୍ତରୀକରଣ ଦୃଶ୍ୟରେ କଳାକାରଙ୍କ ଜୀବନ୍ତ ଅଭିନୟକୁ ନେଇ ଦର୍ଶକ ଭାବବିହ୍ବଳ ହୋଇ ପଡ଼ିଥିଲେ।

ଏଥିରେ ଜଣେ ହିନ୍ଦୁ ବ୍ଯକ୍ତିଙ୍କୁ ଗୋମାଂସ ଖୁଆଇବା ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା। ଏହା ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ କରି ଜଣେ ଉତ୍ଯକ୍ତ ଦର୍ଶକ ସିଧା ମଞ୍ଚ ଉପରକୁ ଉଠିଯାଇ ଚୌକି ଆଦି ଫିଙ୍ଗାଫୋପଡ଼ା ତଥା ମଞ୍ଚ ଭଙ୍ଗାରୁଜା କରିବା ସହ କଳାକାରଙ୍କୁ ମଧ୍ଯ ମାଡ଼ ମାରିଥିଲେ। ଫଳରେ କିଛି ସମୟ ପାଇଁ ଏଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ସାମୟିକ ଭାବେ ନାଟକଟି ବନ୍ଦ ରହିଥିଲା। ପରେ ସ୍ଥାନୀୟ ଲୋକେ ଏଥିରେ ହସ୍ତକ୍ଷେପ କରି ଉତ୍ଯକ୍ତ ଦର୍ଶକଙ୍କୁ ବୁଝାସୁଝା କରିବାରୁ ଉତ୍ତେଜନା ପ୍ରଶମିତ ହୋଇଥିଲା।

ଏହାପରେ ନାଟକଟି ପୁଣି ଆରମ୍ଭ ହୋଇଥିଲା। କିନ୍ତୁ ଏହି ନାଟକରେ ହିନ୍ଦୁ ବ୍ଯକ୍ତିଙ୍କୁ ଗୋମାଂସ ଖୁଆଇବା ଦୃଶ୍ୟକୁ କାଟି ଦିଆଯାଇଥିଲା। ତେବେ ଅନ୍ଯ କୌଣସି ସ୍ଥାନରେ ମଞ୍ଚସ୍ଥ ହେଉଥିବା ବେଳେ ଉକ୍ତ ନାଟକରେ ହିନ୍ଦୁ ଭାବନା ବିରୋଧୀ ଦୃଶ୍ଯ ରହିଲେ ପରିସ୍ଥିତି ଭୟାବହ ହେବ ବୋଲି ଦର୍ଶକ ଜଣକ ଚେତାବନୀ ଦେଇଛନ୍ତି। ଏଥିରେ କେହି ଆହତ ହୋଇ ନ ଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ବଡ଼ଧରଣର ବିସ୍ଫୋରଣ

ଅନୁଗୋଳ,୧୪ା୧୦(ଜ୍ୟୋତିରଞ୍ଜନ ସାହୁ)/ ଛେଣ୍ଡିପଦା (ଅଜିତ ଧଳ)- ଅନୁଗୋଳ ନିଶା ଶିଳ୍ପାଞ୍ଚଳଠାରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍‌ପି)ର ବଡ଼ଧରଣର ବିସ୍ଫୋରଣ ହୋଇଛି। ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ...

ନାବାଳିକାଙ୍କୁ ଛୁରି ଦେଖାଇ ସାରା ରାତି ବଳାତ୍କାର, ଅଭିଯୁକ୍ତ ଫେରାର

ଏମ୍‌ଭି ୭୯, ୧୪ା୧୦(ଭିକି ବାରିକ): ଦୁର୍ଗାପୂଜା ପାଇଁ ମଣ୍ଡପଗୁଡିକରେ ଗହଳି ଲାଗି ରହିଥିବା ବେଳେ ମାଲାକନଗିରି ଜିଲା ମୋଟୁ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଛୁରି...

ଏକ ମୋବାଇଲ ଚୋରି ଖୋଲିଦେଲା ସବୁ ଗୁମର: ଧରାପଡ଼ିଲେ ପୁଣା ଗ୍ୟାଙ୍ଗ, ୩ କୋର୍ଟ ଚାଲାଣ

ଭବାନୀପାଟଣା,୧୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଏକ ମୋବାଇଲ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ଥିବା...

ଦୂର ହେବ ଦାଦନ ସମସ୍ୟା, ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୪।୧୦: ଦାଦନ ରୋକିବାକୁ ରାଜ୍ୟ ସରକାର ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିଛନ୍ତି। ଦାଦନ ସମସ୍ୟାର ନିରାକରଣ ପାଇଁ ଦିଗଦର୍ଶନ ଦେବାକୁ ଟାସ୍କଫୋର୍ସ ଗଠନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ...

ଗଞ୍ଜାମ ପୋଲିସର ସ୍ବତନ୍ତ୍ର ଡ୍ରାଇଭ: ଜୁଆଖେଳରୁ ୧୦ ଦିନରେ ୧୦୧ ଗିରଫ

ଛତ୍ରପୁର,୧୪ା୧୦(ଦିଲୀପ ସାମଲ): ପାର୍ବଣରେ ଚାଲିଥିବା ଜୁଆଖେଳଗୁଡିକରେ ଗଞ୍ଜାମ ପୋଲିସ ପକ୍ଷରୁ ଚଢାଉ ଜାରି ରହିଛି । ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ...

ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ: ମା’ଙ୍କ ସୁନା ଅଳଙ୍କାରକୁ ମଧ୍ୟ ଛାଡିଲେନି ଦୁର୍ବୃତ୍ତ

ଛତ୍ରପୁର, ୧୪।୧୦(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅନ୍ତର୍ଗତ ବିରିସିଂ ଓ ଜଗନ୍ନାଥ ମନ୍ଦିରରେ ହୁଣ୍ଡି ଭାଙ୍ଗି ଟଙ୍କା ନେବା ସହିତ ବିରିସିଂ ମା’ଙ୍କ ସୁନା ଅଳଙ୍କାରଗୁଡିକ...

‘ସୁଭଦ୍ରା’ ଫର୍ମ ପୂରଣ ନାଁରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ କରିଥିଲେ, ଏବେ ପଡିଲେ ଧରା

ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲା ୧୬ ଅକ୍ଟୋବରରେ ଶପଥ ଗ୍ରହଣ କରିବେ। ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ଶପଥ ସମାରୋହ ପାଇଁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ, ଜଣେ ଗିରଫ

ଖଲ୍ଲିକୋଟ,୧୪।୧୦(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଫରେଷ୍ଟ ଅଫିସ ପାଖରେ ଥିବା ମଙ୍ଗଳା ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି। କୌଣସି ଜମିବାଡ଼ି ବିବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri