ଆମ ଜିଲା ଖବର

ରେଳ ଧାରଣାରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ଭଦ୍ରକ,୧୫।୧୧: ଭଦ୍ରକ ଜିଲା କେନ୍ଦୁଆପଦା ରେଲଓ୍ବେ ଷ୍ଟେଶନ ନିକଟ ଧାରଣାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଶୁକ୍ରବାର ଜିଆର୍‌ପି ପୋଲିସ ଉଦ୍ଧାର କରିଛି। ମୃତ ବ୍ୟାଙ୍କ କର୍ମଚାରୀ ଜଣକ ଶେରପୁର ଗାଁର ବୋଲି ଜଣାପଡିଛି। ଅନ୍ୟପକ୍ଷେ ବ୍ୟାଙ୍କ କର୍ମଚାରୀ ଜଣକ…

ଗଞ୍ଜାମ ଏନ୍‌ଏସିର ବିଚିତ୍ର ନୀତି: ଆହାର କେନ୍ଦ୍ର ସମ୍ମୁଖରେ ଡମ୍ପିଂୟାର୍ଡ

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସିରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଶୁକ୍ରବାର ସହରବାସୀ ପବିତ୍ର କାର୍ତ୍ତିକ ମାସ ଶେଷ ବ୍ରତ ପୂଜା ପାଳନ କରୁଥିବା ବେଳେ ତ୍ରିବେଣୀ ମଠ ଛକସ୍ଥିତ ଆହାର କେନ୍ଦ୍ର ସମ୍ମୁଖରେ କୁଢ଼କୁଢ଼ ଅଳିଆ…

ବଲାଙ୍ଗୀରର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଡଙ୍ଗା ଭସାଇ…

ବଲାଙ୍ଗୀର,୧୫ା୧୧(ସୁନୀଲ କୁମାର ମହାନ୍ତି): ପାଞ୍ଚଦିନ ଧରି ପବିତ୍ର ପଞ୍ଚକ ପାଳିତ ହେବା ପରେ ଶୁକ୍ରବାର ଉତ୍ସାହର ସହ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇଛି। ଏହି ଅବସରରେ ବଲାଙ୍ଗୀର ସହରର ବିଭିନ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ବୋଇତ ବନ୍ଦାଣ କରିବା ସହ…

କାର୍ତ୍ତିକ ପୂର୍ଣ୍ଣିମାରେ ଭାସିଲା ୧୬୦ ଫୁଟର ଡ଼ଙ୍ଗା

ସୋର,୧୫।୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ନୌବାଣିଜ୍ୟ ପରମ୍ପରାପକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ନଦୀ, ପୋଖରୀ, ମହୋଦଧିରେ ଡଙ୍ଗା ଭସାଇଛନ୍ତି। ଠିକ୍‌ ସେହିପରି ବାଲେଶ୍ୱର ଜିଲା ସୋର ବ୍ଲକ ମାଣତ୍ରୀ…

‘ଭାରତକୁ ସ୍ବାଧୀନତା ଆଣିବାରେ ବିର୍ସା ମୁଣ୍ଡାଙ୍କ ଅବଦାନ ଅତୁଳନୀୟ’

ଦାରିଙ୍ଗବାଡ଼ି,୧୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ବଡ଼ ଧୂମ୍‌ଧାମରେ ପାଳନ କରାଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ…

କାବେରୀ ଘାଟରେ ବୋଇତ ବନ୍ଦାଣ କଲେ ପାଟଣା ବିଧାୟକ

ପାଟଣା,୧୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଇଁ ଶୁକ୍ରବାର ରାତ୍ରି ୪ଟାରୁ ପାଟଣା ବୈତରଣୀ ନଦୀର ପରମେଶ୍ୱର ଶିବ ମନ୍ଦିର ସଂଲଗ୍ନ ଅନସୂୟା ଘାଟ ଓ ରାଜନଗର ଶୈବ୍ୟା…

ଗ୍ୟାସ୍‌ ଟାଙ୍କି ଫାଟି ୩ ଗୁରୁତର

ରାୟଗଡ଼ା,୧୫ା୧୧(ଆଶିଷ ରଞ୍ଜନ ପଣ୍ଡା): ଗ୍ୟାସ୍‌ ଟାଙ୍କି ଫାଟି ତିନି ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ପଠାଯାଇଥିବାବେଳେ ଅନ୍ୟ ଜଣଙ୍କୁ ପରିବାରବର୍ଗ…

ବୁଡ଼ାଗୁଡ଼ା-ଗୁମିକିଆ ରାସ୍ତା ସାରା ଖାଲ, ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା କଷ୍ଟକର

ଦାରିଙ୍ଗବାଡ଼ି,୧୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଗୁମିକିଆ ଓ ଅଲିମାହା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପ୍ରକାଶ ଯେ, ବୁଡ଼ାଗୁଡ଼ାଠାରୁ ଅଲିମାହା ଗ୍ରାମକୁ ପ୍ରାୟ ୭ କିଲୋମିଟର ରାସ୍ତା ଖାଲଖମା ହୋଇ ରହିଥିବା ବେଳେ ଯାତାୟାତରେ ସମସ୍ୟା…

ବିଜେଡି ଦୟାରୁ ମୋ ନାଁରେ ୭୨ କେସ୍‌: ଜୟନାରାୟଣ

ସମ୍ବଲପୁର,୧୫।୧୧(ଭବାନୀ ଶଙ୍କର ଭୋଇ)\:ବିଜେଡି ଦୟାରୁ ମୋ ନାଁରେ ୭୨ କେସ୍‌ । କେସ୍‌, ମୋ ପାଇଁ କେସ୍‌ ଗୋଟେ ଉପହାର ସଦୃଶ ା ବିଜେଡି ସରକାର ମୋତେ ନିର୍ଯାତନା ଦେବା ପାଇଁ କେସ୍‌ ଦେଉଥିଲା। ବିରୋଧୀ ଦଳରେ ରହିଲେ କେସ୍‌ ହେବ।…

କାର୍ତ୍ତିକ ସରିଲା, ଶୀତ ଗାଏବ: ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି, ୧୫।୧୧ (ଅରୁଣ ସାହୁ): କାର୍ତ୍ତିକ ସରିଲା ହେଲେ ଅଦ୍ୟାବଧି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୀତ ଆସିନାହିଁ । ଏହି ସମୟରେ ସର୍ବନିମ୍ମ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବା ନଜିର ରହିଥିବାବେଳେ ଚଳିତବର୍ଷ ଶୁକ୍ରବାର ସୁଦ୍ଧା ସର୍ବନିମ୍ନ…

ଆରୁହା ପାହାଡ଼ରେ ବେଆଇନ କଳାପଥର ଖାଦାନ

ଯାଜପୁର,୧୫ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଏତେ ପରିମାଣରେ ବେଆଇନ କ୍ରଶର ଏବଂ ପଥର ଖାଦାନ ଚାଲିଛି ଯେ, ସ୍କୁଲ ପିଲାଙ୍କ ଜୀବନ ପ୍ରତି ମଧ୍ୟ ଚିନ୍ତା କରାଯାଉ ନାହିଁ। ୩ଟି ସ୍କୁଲଠାରୁ ମାତ୍ର ୫୦୦ ମିଟର ଦୂରତା…

ରାଜ ପରିବାର: ଭାଇ-ଭାଇ ପତିଆରା କଳି

ବଲାଙ୍ଗୀର,୧୫ା୧୧(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନ ପରେ ବଲାଙ୍ଗୀରରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। ୨୪ ବର୍ଷର ନବୀନ ସରକାରର ପତନ ପରେ ବିଜେଡି ନେତାଙ୍କ ପ୍ରଭାବ କମିଥିବା ବେଳେ ଭାଜପା ନେତାଙ୍କ ପତିଆରା ବହୁ ଗୁଣରେ ବୃଦ୍ଧି ପାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?