
ଜୟପୁର,୧୩ା୧(ପବନ ପାଣିଗ୍ରାହୀ): ବେଆଇନ ଭାବେ ମହୁଲ ଫୁଲ ଚାଲାଣ ବେଳେ ଚଢ଼ାଉ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। କାଉଡ଼ିଆଗୁଡ଼ା ଓ ପକନାଗୁଡ଼ାର ୨ ଅଭିଯୁକ୍ତ ଟଙ୍କଧର ନାୟକ (୨୪) ରତ୍ନାକର ନାୟକ (୪୮)। ପିକ୍ଅପ୍ ଭ୍ୟାନ୍ରେ ୬୭ ବସ୍ତାରେ ୨୪ କ୍ୱିଇଣ୍ଟାଲ ୧୨ କେଜି ମହୁଲ ଫୁଲ ଜବତ କରିଛି। ସେହିପରି ଜୟପୁର ସଦର ଥାନା ଅନ୍ତର୍ଗତ କୁମୁଲିପୁଟ ଚଢ଼ାଉ କରି ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଡ୍ରାଇଭର ଡଙ୍ଗରା ଗ୍ରାମର ଧନୁର୍ଜୟ ନାୟକ (୨୪) ପାଓ୍ବାର ହାଉସ୍ ୭ ଲାଇନ୍ର ହୃଷୀକେଶ କର (୫୫) ୨୩.୦୮ କେଜି ମହୁଲ ଫୁଲ ଜବତ କରିଛି। ବେଆଇନ ଭାବେ ପ୍ରସ୍ତୁତ ପାଇଁ ଚାଲାଣ କରୁଥିବା ବେଳେ ଚଢ଼ାଉ କରାଯାଇଛି। ଜିଲା ଫ୍ଲାଇଂ ସ୍କ୍ବାଡ୍ ଓ ଜୟପୁର ଅବକାରୀ ନିରୀକ୍ଷକ କାର୍ଯ୍ୟାଳୟର ମିଳିତ ଚଢ଼ାଉ କରାଯାଇଛି। ଚଢ଼ାଉ କରି ୨ଟି ପିକ୍ ଅପ୍ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରୀ ନିରୀକ୍ଷକ ଶଶିକାନ୍ତ ଦତ୍ତ ସୂଚନା ଦେଇଛନ୍ତି।