ହାଡ଼ଭଙ୍ଗା ଶୀତରେ ଥରୁଛି କଳାହାଣ୍ଡିର କଶ୍ମୀର
ଥୁଆମୂଳ ରାମପୁର, ୨୨।୧୧ (ଦୁର୍ଗା କୀର୍ତ୍ତି) : – କଳାହାଣ୍ଡି ଜିଲାର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ବ୍ଲକ ଏବେ ଶୀତରେ ଥରୁଛି। ଚଳିତ ବର୍ଷ ଏହାର ଆଖପାଖ ଅଞ୍ଚଳରେ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଗତ କିଛିଦିନ ହେବ…
ଇନ୍ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି,୨୨ା୧୧(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ ବର୍ଡର ତେଲଙ୍ଗାନା ଭେଜେଡୁ ମଣ୍ଡଳ ପେରୁ ଗ୍ରାମର ଉଇକା ରମେଶ ଏବଂ ଉଇକା ଅର୍ଜୁନଙ୍କୁ ପୋଲିସ ଇନ୍ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି। ମାଓବାଦୀଙ୍କ ୱାଜେଡୁ ଭେଙ୍କଟାପୁରମ୍ ସଂଗଠନ ସଚିବ ଶାନ୍ତଙ୍କ ଦ୍ୱାରା ଘଟଣାସ୍ଥଳରେ ଏନେଇ ଏକ ହାତଲେଖା…
ଏମ୍ଜିଏନ୍ଆର୍ଇଜିଏସ୍ ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ
ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପଲନା ପଞ୍ଚାୟତରେ ଏମ୍ଜିଏନ୍ଆର୍ଇଜିଏସ୍ରେ ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ସଡ଼କ, ପିଚୁ ରାସ୍ତା ଉପରେ ୧୦ ଲକ୍ଷ ଟଙ୍କାର ମାଟି ଓ ମୋରମ କାମ ହୋଇଥିବା ଦର୍ଶାଇ ଯୋଜନାରେ ମିଛ…
ଦିଲ୍ଲୀ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ
ଦାରିଙ୍ଗବାଡି, ୨୨।୧୧ (ଅରୁଣ ସାହୁ )-ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଜିଲାରେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ହଳଦୀ କିଣିବା ସହ ଦାରିଙ୍ଗବାଡ଼ିକୁ ନେଇ ନିଜର…
ବିଇଏମ୍ସି ବୈଠକରେ ପ୍ରବଳ ହଟ୍ଟଗୋଳ: ରାସନ କାର୍ଡ ମହିଳା କର୍ମଚାରୀଙ୍କୁ ଘେରିଲେ କର୍ପୋରେଟର
ବ୍ରହ୍ମପୁର,୨୨ା୧୧(ସ୍ମୃତି ରଂଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି)ର ଶୁକ୍ରବାର ସାଧାରଣ ବୈଠକରେ କର୍ପୋରେଟରଙ୍କ ପ୍ରବଳ ହଟ୍ଟଗୋଳ ହୋଇଛି। ବୈଠକରେ ନିଗମର ରାସନ କାର୍ଡ ଓ ଜନ୍ମ ମୃତ୍ୟୁ ପଞ୍ଜିକରଣ ଦାୟିତ୍ୱରେ ଥିବା କର୍ମଚାରୀ କର୍ପୋରେଟରଙ୍କୁ ଗୁରୁତ୍ୱ ଦେଉ ନ ଥିବା…
ବ୍ଲକ ପରିସରରେ ଶିକ୍ଷାବିତ, ସମିତି ସଭ୍ୟ ହତାହାତି
ଡେରାବିଷ, ୨୨।୧୧ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଡେରାବିଷ ବ୍ଲକ ପରିସରରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବ୍ଲକ ପରିସରରେ ସମିତି ସଭ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ ଓ ସାମାଜିକ କର୍ମୀ ତଥା…
ରାସ୍ତା ମଝିରେ କାର୍ ଛାଡ଼ି ଡ୍ରାଇଭର ଫେରାର: ବଢୁଛି ସନ୍ଦେହ
ଭୁବନେଶ୍ୱର,୨୨।୧୧: ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ ଉପରେ ଶୁକ୍ରବାର କେହି ଜଣେ କାର୍ ଥୋଇ ପଳାଇଛନ୍ତି। ଫଳରେ ରାସ୍ତା ଉପରେ ଅଜଣା କାର୍କୁ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଛି। କାରଟି ଜାତୀୟ ରାଜପଥ ମଝିରେ ଅଟକି ରହିଥିବାରୁ ଟ୍ରାଫିକ ଜାମ୍ ହୋଇଛି।…
ହୁତୁହୁତୁ ହୋଇ ଜଳିଗଲା ୭ ବଖରା
ସୋର,୨୨।୧୧: ବାଲେଶ୍ୱର ଜିଲା ନଟାପଡ଼ା ପଞ୍ଚାୟତ ଚହଳିମା ଗାଁରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୭ ବଖରା ଚାଳ ଘର ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଶର୍ଟ ସର୍କିଟରୁ…
ବବି ଦାସ ଭାଇଙ୍କ ନାଁରେ ଏତଲା, ବ୍ୟବସାୟୀଙ୍କୁ ଧମକ ଦେଇ…
ଯାଜପୁର,୨୨ା୧୧: ବିଜେଡି ନେତା ତଥା ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା ଦିଆଯାଇଛି। ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଯାଜପୁର ଥାନାରେ ଏତଲା ଦେଇଛନ୍ତି ବ୍ୟବସାୟୀ ଜଣକ। ଭବଙ୍କ ସହଯୋଗୀ ଧମକ…
କୃଷକଙ୍କ ଉନ୍ନତି ହେଲେ ଦେଶର ହେବ ଉନ୍ନତି
ଛତ୍ରପୁର,୨୨।୧୧(ଦିଲ୍ଲୀପ ସାମଲ): ରାଜ୍ୟ ସରକାର କୃଷି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ କୃଷକ୍ମାନଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆ ଠାରେ…
ଭାରସାମ୍ୟ ହରାଇ ବସ୍କୁ ଧକ୍କା ଦେଲା ବାଇକ୍, ଦୁଇ ଗୁରୁତର
ପାଟଣା,୨୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ନଂ ଜାତୀୟ ରାଜପଥର ମଙ୍ଗଳପୁର ପୋଲ ନିକଟରେ ଶୁକ୍ରବାର ଭୁବନେଶ୍ୱରରୁ ଆସୁଥିବା ପୁଜାରାଣୀ ବସକୁ ଏକ ବାଇକ ଧକ୍କା ଦେବାରୁ ବାଇକରେ ଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି।…
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା
ଭୁବନେଶ୍ୱର,୨୨।୧୧: ଥମୁନି ଅଭିନେତାଙ୍କ କଳି। ଡିସିପି ଅଫିସ ଆଗରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍ କୌଣସି କଥାକୁ ନେଇ ମୁହାଁମୁହିଁ ହୋଇଛନ୍ତି। ପୋଲିସ ଉଭୟଙ୍କୁ କାବୁ କରି ସ୍ଥିତି ନିୟନ୍ତ୍ରଣ…

