ଆମ ଜିଲା ଖବର

ଟୋକନ ଆସିଲା, ଧାନ ଉଠିଲାନି

ବଲାଙ୍ଗୀର,୭ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାରେ ଡିସେମ୍ବର ୨ ତାରିଖରୁ ଧାନକିଣା ଆରମ୍ଭ ହେବ ବୋଲି ଜିଲା ସ୍ତରୀୟ ଧାନକ୍ରୟ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ହେଲେ କୌଣସି ମଣ୍ଡିରେ ଚାଷୀଙ୍କ ଧାନ କିଣାଯାଇ ନ ଥିବା ଜଣାପଡିଛି। ମଣ୍ଡି ଗୁଡିକ…

ନୀଳଗିରିରେ ପଶିଲେ ୫୫ ଟିକିଆ ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି, ୭।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୫୫ ଟିକିଆ ଝାଡଖଣ୍ଡୀ ହାତୀପଲ। ଝାଡଖଣ୍ଡୀ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ ଭାବେ ଗୋଟିଏ ରାସ୍ତାରେ ନୀଳଗିରିକୁ ଏହି ହାତୀ ପଲ ଆସୁଛନ୍ତି। ପ୍ରତିବର୍ଷ ଭଳି…

ଧାନ ବିକ୍ରି ପାଇଁ ଟୋକନ୍‌ ତାରିଖରେ ବିଳମ୍ବ

ଭବାନୀପାଟଣା,୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୨୯ରେ ଖୋଲିଛି ଧାନ ମଣ୍ଡି। ହେଲେ ଏବେଯାଏ ଆରମ୍ଭ ହୋଇପାରିନି ଧାନ ସଂଗ୍ରହ ପ୍ରକ୍ରିୟା। ଚଳିତବର୍ଷ ପ୍ରଥମଥର ପାଇଁ ଚାଷୀ କୁଇଣ୍ଟାଲ ୩୧୦୦ ଟଙ୍କାରେ ନିଜ କଷ୍ଟ…

ଛତିଶଗଡ଼ ଢାଞ୍ଚାରେ ଧାନ କିଣିବାକୁ ଚାଷୀଙ୍କ ଦାବି

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା-ଛତିଶଗଡ ରାଜ୍ୟର ଧାନ ସଂଗ୍ରହ ପ୍ରକ୍ରିୟା ତଥା ବିକ୍ରି ବ୍ୟବସ୍ଥା ମଧ୍ୟରେ ଆକାଶ ପାତାଳ ଫରକ ରହିଛି ବୋଲି ବରଗଡ଼ର ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନ ମତବ୍ୟକ୍ତ କରିଛି। ଉକ୍ତ ସଙ୍ଗଠନର ଏକ ପ୍ରତିନିଧି ଦଳ ଶୁକ୍ରବାର…

ଅଟକିଛି ଭାରୀଯାନ : ଦାରିଙ୍ଗବାଡି-ବ୍ରହ୍ମପୁର ଯାତାୟତ ଠପ୍‌

ଦାରିଙ୍ଗବାଡି, ୭।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ୧ ବୁଲାଣି ରାସ୍ତାରେ ଗାଡିଟି ବୁଲାଇ ନ ପାରି ଅଟକି ରହିଛି। ଫଳରେ ଉକ୍ତ ଘାଟି ଉପରେ ଏକାଧିକ ଯାତ୍ରୀବାହୀ ବସ…

ଆନୁଷଙ୍ଗିକ ସୁବିଧା ଅଭାବରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଭବାନୀପାଟଣା,୭ା୧୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଫୁର୍ଲିଝରଣ ଜଳପ୍ରପାତ। ଏଠାକୁ ବର୍ଷତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ବିଶେଷ କରି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଓ ନୂତନ ବର୍ଷରେ…

ପାକ୍ସ ସମ୍ପାଦକଙ୍କୁ ୪ ବର୍ଷ ଜେଲ

ସୋନପୁର,୬।୧୨(ମୃତ୍ୟୁଞ୍ଜୟ ଶତପଥୀ): ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାରକରି ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ମଳୟ ରଞ୍ଜନ ଦାଶ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥର ପାକ୍ସ(ପ୍ରାଥମିକ କୃଷି ସମବାୟ ସମିତି)ର ସମ୍ପାଦକ ଜଗଦୀଶ ରଥଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ…

କୋକସରାରେ ନୂତନ ଧାନମଣ୍ଡି ଉଦ୍‌ଘାଟିତ

କୋକସରା,୬ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କୋକସରା ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଥିବା ରେଙ୍ଗାଳପାଲି ପଞ୍ଚାୟତର ଝରିଆଗୁଡାଠାରେ ଚଳିତ ବର୍ଷ ନୂତନ ଧାନ ମଣ୍ଡି ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ମଣ୍ଡି ପାଇଁ ଜାଗା ସମସ୍ୟା ଥିବାରୁ ଝରିଆଗୁଡା ଗ୍ରାମର ଚାଷୀ ଜୟଲାଲ…

ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଶ୍ରୁତିରାଣୀ ମନୋନୀତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ବିଜୟ ପଦ୍ମନାଭପୁର ଲାଡ଼ି ଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ୭ମ ଶ୍ରେଣୀ ଛାତ୍ରୀ ଶ୍ରୁତିରାଣୀ ଦାସ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି। ଶୁକ୍ରବାର ଗଞ୍ଜାମ ଜିଲା କନିଶି ବାଲାଜୀ…

ବିଧାନସଭାରେ ନୂଆ ପରୀକ୍ଷା ବିଲ୍‌ ପାରିତ: କ’ଣ ରହିଛି ନିୟମ

ଭୁବନେଶ୍ୱର,୬।୧୨: ବିଧାନସଭାରେ ଶୁକ୍ରବାର ପାରିତ ହୋଇଛି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌-୨୦୨୪ । ପରୀକ୍ଷାରେ ଅନିୟମିତତା ସହ ତ୍ରୁଟି ରୋକିବାକୁ ରାଜ୍ୟ ସରକାର ଏହି ବିଲ୍‌ ଆଣିଛନ୍ତି। ନୂଆ ବିଲ୍‌ରେ କଠୋର ଦଣ୍ଡବିଧାନ ସହ ଜରିମାନା ବ୍ୟବସ୍ଥା ରହିଛି। ଯଦି କୌଣସି…

ଶର୍ଟ ସର୍କିଟରୁ ୧୦ ପରିବାରର ବିଦ୍ୟୁତ ଉପକରଣ ପୋଡି ନଷ୍ଟ

ଆସିକା,୬ା୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା କଲେଜଛକ ମହାରଣା କଲୋନୀରେ ଶୁକ୍ରବାର ବିଦ୍ୟୁତ ଶର୍ଟ ସର୍କିଟରେ ପ୍ରାୟ ୧୦ ପରିବାରର ବିଦ୍ୟୁତ ଉପକରଣ ପୋଡି ନଷ୍ଟ ହୋଇଯାଇଛି। ଏପରିକି ଘର ସବୁ ଧୂଆଁମୟ ହୋଇଥିବା କ୍ଷତିଗ୍ରସ୍ତ ପରିବାରଗୁଡିକ ଅଭିଯୋଗ କରିଛନ୍ତି । ସୌଭାଗ୍ୟବଶତଃ…

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର, ମନ୍ଦିର ଭଙ୍ଗାରୁଜାକୁ ତେଜିଲା ବିରୋଧ

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ମଠମନ୍ଦିର ଭଙ୍ଗାରୁଜାକୁ ବିରୋଧ କରାଯାଇଛି। ସର୍ବଭାରତୀୟ ହିନ୍ଦୁ ଜାଗରଣ ମଞ୍ଚର ଆହ୍ବାନରେ ଏକ ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?