ସକାଳୁ ସକାଳୁ ଡ୍ୟୁଟି କରିବାକୁ ଯାଉଥିଲେ, ବାଟରେ ଛକି ବସିଥିଲା ଯମ
ଅନୁଗୋଳ,୨୦।୧୨: ଡ୍ୟୁଟି ପାଇଁ ଯାଉଥିବା ବେଳେ ଦୁଇ ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଅନୁଗୋଳ ଟାଉନ ଥାନାର ପ୍ରଶାନ୍ତି ହୋଟେଲ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି…
ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ:ଧାରଣା ଦେଲେ ପଞ୍ଚାୟତବାସୀ
ଲାଞ୍ଜିଗଡ଼,୨୦।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କୁମଖାଳ ଗ୍ରାମ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ, କର୍ମଚାରୀ ନିୟମିତ ରହୁ ନ ଥିବା ଅଭିଯୋଗରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ଆଗରେ ଆସି ଧାରଣା ଦେଇଛନ୍ତି କୁମଖାଲ ପଞ୍ଚାୟତବାସୀ I କଳାହାଣ୍ଡି…
ଯୁବକଙ୍କୁ ନୃଶଂସ ଭାବରେ ହତ୍ୟା କଲେ ଦୁଇ ଭାଇ
ଥୁଆମୂଳ ରାମପୁର,୨୦/୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଟେଭାକଲମ ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ବିବାହିତ ଯୁବକ ପାନି ମାଝି (୪୫)ଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ତ୍ରୀ କୁନି ମାଝି ଥୁଆମୂଳ ରାମପୁର…
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭୁଜାଲିରେ ଆକ୍ରମଣ: ଜଣେ ଗୁରୁତର
ଆନନ୍ଦପୁର ୨୦।୧୨(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ କଣ୍ଟିପାଳ ପଞ୍ଚାୟତ କଣ୍ଟିପାଳ ଖିଲାର ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ସକାଳୁ ବିଜୁ ପରିଡ଼ାକୁ ଏକ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଛି l ପ୍ରମିଳା ପଲେଇ ଆହତ ହୋଇ…
ପଦଚ୍ୟୁତ ହେଲେ ବାଲସି ସରପଞ୍ଚ: ନାଏବ ସରପଞ୍ଚ ତୁଲାଇବେ ସରପଞ୍ଚଙ୍କ ଦାୟିତ୍ୱ
କେସିଙ୍ଗା,୨୦।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ଗତ ୨୮ ତାରିଖରେ ଗୁପ୍ତ ଭୋଟିଂ ହୋଇଥିଲା। ଏହି ଭୋଟିଂରେ ଦୁଇ ତୃତୀୟାଂଶରୁ ଅଧିକ ଓ୍ବାର୍ଡ ମେମ୍ବର…
ଚିଲିକାରେ ୬ଲକ୍ଷ ବିଦେଶାଗତ ପକ୍ଷୀ:ଜାନୁଆରୀ ୧୭ରେ ପକ୍ଷୀ, ୨୧ରେ ଡଲ୍ଫିନ ଗଣନା
ବାଲୁଗଁା,୨୦ା୧୨(ସଂଗ୍ରାମ ପାଇକରାୟ):ଶୀତର ପ୍ରକୋପ ବଢ଼ିଥିବା ବେଳେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ମଧ୍ୟ ଆଗମନ ବଢ଼ିଛି। ଗତ ୧୮ତାରିଖ ତଥା ବୁଧବାର ସୁଦ୍ଧା ଚିଲିକାରେ ୧୦୨ ପ୍ରଜାତିର ୬ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ସେଥିମଧ୍ୟରୁ ପକ୍ଷୀ ଅଭୟାରଣ୍ୟ ନଳବଣରେ ୮୬ପ୍ରଜାତିର…
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖତ ଖାଉଛି ଆମ୍ବୁଲାନ୍ସ
ଥୁଆମୂଳ ରାମପୁର,୨୦ା୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଦୁଇଗୋଟି ପୁରୁଣା ସରକାରୀ ଆମ୍ବୁଲାନ୍ସ ଦୀର୍ଘବର୍ଷ ହେଲା ମେଡିକାଲ ପରିସରରେ ପଡ଼ି ଖତ ଖାଉଛି। ଭଲ ଚିକିତ୍ସାସେବା ପାଇବା ପାଇଁ ଅଞ୍ଚଳର ଲୋକେ ଏହି ଗୋଷ୍ଠୀ…
ଚାକିରିରୁ ବଞ୍ଚିତ ପ୍ରାର୍ଥୀଙ୍କୁ ଓପିଏସ୍ସି ଦେବ ୧ ଲକ୍ଷ କ୍ଷତିପୂରଣ
କଟକ,୨୦ା୧୨ (କାର୍ତ୍ତିକ ସାହୁ):ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି)ର ତ୍ରୁଟି ଯୋଗୁ ୫ ବର୍ଷ ଧରି ଓଏଏସ୍ ଚାକିରିରୁ ବଞ୍ଚତ୍ତ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ତାଙ୍କର ପ୍ରାପ୍ୟ ଦେବା ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ତତ୍ପରତା ପ୍ରକାଶ କରିଛି। ନିଯୁକ୍ତି, ବରିଷ୍ଠତା ସମେତ…
୪ରେ ପାଟଣା ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ
ପାଟଣା,୨୦ା୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ବିରୋଧରେ ଜାନୁୟାରୀ ୪ ତାରିଖ ଅପରାହ୍ନ ୧୧ ଟା ୩୦ରେ ଅନାସ୍ଥା ଭୋଟ ହେବ। ଏ ନେଇ କେନ୍ଦୁଝର ଉପ ଜିଲାପାଳ ଉମାଶଙ୍କର ଦଳେଇଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର…
ଅନ୍ଲାଇନ ଠକେଇ: ଝାଡ଼ଖଣ୍ଡରୁ ଅଭିଯୁକ୍ତ ଗିରଫ
ନୂଆପଡ଼ା,୧୯ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡ଼େନ ଥାନା ଅଞ୍ଚଳରେ ଏକ ସାଇବର ଠକେଇ ଘଟଣାରେ ନୂଆପଡ଼ା ପୋଲିସ ଝାଡଖଣ୍ଡରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଏ ନେଇ ଜିଲା ପୋଲିସ କାର୍ଯ୍ୟାଳୟଠାରେ ଏକ ଖବରଦାତା…
ଦେଓମାଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନରେ ଯାଇ କୁହୁଡ଼ିରେ ଫସିଲେ ଉପ ମୁଖ୍ୟମନ୍ତ୍ରୀ ପରିଡ଼ା,ପରେ…
ପଟ୍ଟାଙ୍ଗି,୧୯।୧୨(ଶରତ ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଟ୍ଟାଙ୍ଗି ବ୍ଲକ ତଥା କୋଟିଆ ପଞ୍ଚାୟତ ଅଧୀନରେ ରହିଥିବା ଦେଓମାଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବାକୁ ଯାଇ ଘନ କୁହୁଡ଼ିରେ ଫସି ଯାଇଛନ୍ତି। ଏ ନେଇ ତାଙ୍କୁ ନାକେଦମ…
କୋଡ଼ିଙ୍ଗା ତହସିଲଦାରଙ୍କୁ ୩ ବର୍ଷ କାରାଦଣ୍ଡ: ଲାଞ୍ଚ ମାମଲାରେ ରାୟ ପ୍ରକାଶ
ସୋନପୁର,୧୯।୧୨(ମୃତ୍ୟୁଞ୍ଜୟ ଶତପଥୀ): ଲାଞ୍ଚ ମାମଲାର ବିଚାରକରି ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍ ମଳୟ ରଞ୍ଜନ ଦାଶ ସୁବର୍ଣ୍ଣପୁର ଜିଲା ତରଭାର ତତ୍କାଳୀନ ତହସିଲଦାର ଓ ସବ୍ରେଜିଷ୍ଟ୍ରାର ତଥା ବର୍ତ୍ତମାନ ନବରଙ୍ଗପୁର ଜିଲା କୋଡ଼ିଙ୍ଗା ତହସିଲଦାରଭାବେ କାର୍ଯ୍ୟରତ ସୁବ୍ରତ କୁମାର ବେହେରାଙ୍କୁ ଦୋଷୀ…

