ଆମ ଜିଲା ଖବର

ପାଇଥିଲେ ଘର: ଏବେ ପଟ୍ଟାରେ ଥିବା ପ୍ଲଟ ଗୋଚର

କର୍ଲାମୁଣ୍ଡା:୨୮।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ରେଗଡା କଲୋନୀପଡାରେ ରହିବାର ୪୪ ବର୍ଷ ବିତିଯାଇଥିଲେ ମଧ୍ୟ ପଡାବାସୀଙ୍କୁ ସ୍ଥାୟୀ ପଟ୍ଟା ମିଳିପାରୁ ନାହିଁ। ଫଳରେ ପଡ଼ାବାସୀ ଚିନ୍ତାରେ ରହିଛନ୍ତି। ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ପଡ଼ାବାସୀ…

ବିଶ୍ୱ ପ୍ରସିଦ୍ଧ ବରଗଡ଼ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ୧ କୋଟିକୁ ବୃଦ୍ଧି

ବରଗଡ଼,୨୮।୧୨: ବରଗଡ଼ ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ବଢ଼ିଛି। ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର ୧ କୋଟିକୁ ବୃଦ୍ଧି କରିଛନ୍ତି। ଏହାଛଡ଼ା ପ୍ରମୁଖ ୧୭୦ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା…

କୋମ୍ବିଂ ବେଳେ ଧରାପଡ଼ିଲେ ୩ ମହିଳା କ୍ୟାଡର ମାଓବାଦୀ

ମାଲକାନଗିରି,୨୮।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଗୁଣ୍ଠାବାଡା ଗ୍ରାମ ନିକଟରୁ ଓଡ଼ିଶା ପୋଲିସ ଏବଂ ଡିବିଏଫ ବାହିନୀ ରବିବାର ୩ଜଣ ମହିଳା କ୍ୟାଡର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ମହିଳା କ୍ୟାଡର ମାଓବାଦୀଙ୍କ ମଧ୍ୟରୁ ମାଲକାନଗିରି…

୫ ବାବାଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର,୨୮।୧୨: ଭୁବନେଶ୍ବର ମୈତ୍ରିବିହାର ଥାନା ପୋଲିସ ଶନିବାର ୫ଜଣ ବାବାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଅଟକ ୫ ବାବା ବାହାର ରାଜ୍ୟର ବୋଲି ଜଣାପଡିଛି। ଅନ୍ୟପକ୍ଷେ ପୋଲିସ ଅଟକ ୫ ବାବାଙ୍କ ଅପରାଧିକ ମାମଲା ରହିଛି କି ନାହିଁ…

ଗଞ୍ଜେଇ ଭର୍ତ୍ତି ୨ କାର୍‌ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୨୮ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଟିମ୍‌ ଶନିବାର ଚଢ଼ାଉ କରି ୨ଟି ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଥିବାବେଳେ ୩ ଜଣଙ୍କୁ ଗିରଫ କରିଛି। ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ଚାଲାଣକାରୀଙ୍କୁ…

ନୂଆବର୍ଷରେ ପୁରୀ ଆସିବାର ଥିଲେ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୮ା୧୨: ଡିସେମ୍ବର ୩୧ରୁ ନୂଆବର୍ଷ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ୬୦ ପ୍ଲାଟୁନ ଫୋର୍ସ ଏହିଦିନ ପୁରୀରେ ନିଯୁକ୍ତି ହେବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ବେଳାଭୂମିରେ…

ଥରିଲା ମୋହନା, ହଠାତ୍‌ ଜୋର୍‌ରେ ଶବ୍ଦ ହେବାରୁ…

ଗଜପତି,୨୮ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ମୋହନାରେ ଶନିବାର ଅପରାହ୍ନରେ କିଛି କ୍ଷଣ ପାଇଁ ଭୂକମ୍ପ ଅନୁଭୂତ ହୋଇଛି। ବର୍ଷା ପରେ ଭୂକମ୍ପ ଅନୁଭୂତ ହୋଇଥିବାରୁ ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ଅପରାହ୍ନ ପ୍ରାୟ ୧ଟାରେ ଗଜପତି ଜିଲା ମୋହନାଠାରେ ହଠାତ୍‌ କିଛି ଶବ୍ଦ…

ହଟୁନି ଜବରଦଖଲ, ଚାଲିଛି ବେଆଇନ ପାର୍କିଂ

ବରଗଡ଼,୨୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକଠାରୁ ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲ ହଟାଇବାକୁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଉଚ୍ଚ ନ୍ୟାୟାଳୟ ମଧ୍ୟ ଉଚ୍ଛେଦ ସପକ୍ଷରେ ରାୟ ଦେଇଛନ୍ତି। ଏଭଳି ସ୍ଥଳେ ପ୍ରଶାସନ ସମ୍ପୃକ୍ତ ଜବରଦଖଲକୁ ଉଚ୍ଛେଦ କରିବା ବଦଳରେ…

ଆଜି ଏସବୁ ଜିଲାକୁ ବର୍ଷା, ଆସନ୍ତାକାଲି ବି ବର୍ଷିବ

ଭୁବନେଶ୍ୱର,୨୮ା୧୨: ଶନିବାର ଓ ଆସନ୍ତାକାଲି ୨ ଦିନ ଧରି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ପଶ୍ଚିମା ଝଡ଼ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜିଠାରୁ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ…

ରାସ୍ତାକଡ଼ରେ ପଡ଼ିଛି ବହୁ ମୂଲ୍ୟବାନ ଔଷଧ , ସ୍ବାସ୍ଥ୍ୟ ବିଭାଗର ତଦନ୍ତ ଜାରି

ଦିଗପହଣ୍ଡି,୨୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ବିଜୟ ଆଦିକନ୍ଦପୁର – ତେଲିଆପଲ୍ଲୀ ଗ୍ରାମ ନିକଟ ରାସ୍ତାକଡରେ ପଡ଼ିଥିବା ବହୁସଂଖ୍ୟକ ମୂଲ୍ୟବାନ ଔଷଧ ପଡ଼ିଥିବା ଦେଖି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ବାସ୍ଥ୍ୟ ବିଭାଗର ସତନ୍ତ୍ର ଟିମ ଶନିବାର…

ମନରେଗା ଯୋଜନାରେ ମହାଦୁର୍ନୀତି: ଭିଜିଲାନ୍ସ ତଦନ୍ତ ଦାବି କଲେ ଅଞ୍ଚଳବାସୀ

ଥୁଆମୂଳ ରାମପୁର,୨୭।୧୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ଟିକ୍ରାଗୁଡା ନିକଟରେ ଏକ ପଥର ବନ୍ଧେଇ କାର୍ଯ୍ୟରେ ଅନିୟମିତତା ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଥୁଆମୁଳ ରାମପୁର ଗ୍ରାମ ପଞ୍ଚାୟତ ତରଫରୁ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ…

ଧାନର ଉଚିତ ମୂଲ୍ୟ, କଟ୍‌ନି ଛଟ୍‌ନି ବନ୍ଦ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ, ଦାବି ପୂରଣ ନ ହେଲେ ଆହୁରି…

କେସିଙ୍ଗା,୨୮ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଚାଷୀଙ୍କ ଅମଳ ଧାନର ଉଚିତ୍‌ ମୂଲ୍ୟ ପ୍ରଦାନ ଓ କଟ୍‌ନି ଛଟ୍‌ନ ବନ୍ଦ ବାବଦକୁ ନେଇ କେସିଙ୍ଗା ସହରରେ କଂଗ୍ରେସର ଟାଉନ ସଭାପତି ସୁଭାଷ ଚନ୍ଦ୍ର ଜୈନଙ୍କ ନେତୃତ୍ୱରେ ଜାତୀୟ ରାଜପଥ ୨୬କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?