ମହାଶିବରାତ୍ରି ନେଇ ସଜେଇ ହେଉଛି ଜିଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର

କୋରାପୁଟ,୨୩।୨(ଅମିତାଭ ବେହେରା): ଆସନ୍ତା ୨୬ ରେ ପାଳନ ହେବ ମହାଶିବରାତ୍ରୀ। ଏଥିପାଇଁ ସଜେଇ ହେଉଛି କୋରାପୁଟ ଜିଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର ମନ୍ଦିର। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା ଦ୍ୱାରା ପ୍ରତିଷ୍ଠିତ ପତିତପାବନ ମନ୍ଦିରରେ ସଫେଇ କାର୍ଯ୍ୟ କରିବା ସହ ମନ୍ଦିରରେ ପୁନର୍ବାର ନୂତନ ରଙ୍ଗ ଦିଆଯାଇଛି ।

ଅନ୍ୟପଟେ ମହାଶିବରାତ୍ରୀ ପ୍ରସ୍ତୁତି ସମୀକ୍ଷା କରାଯାଇଥିବା କହିଛନ୍ତି କୋରାପୁଟ ଜିଲାପାଳ ଭି.କୀର୍ତ୍ତି ଭାସନ କୋରାପୁଟ ଜିଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵରରେ ଭକ୍ତଙ୍କୁ ଗୁମ୍ଫା ଭିତରେ ଦର୍ଶନ ଦେଉଛନ୍ତି ପ୍ରଭୁ ଶିବ । ପ୍ରତିବର୍ଷ ମହାଶିବରାତ୍ରୀ, କାର୍ତ୍ତିକ ସୋମବାର ଓ ଶ୍ରାବଣ ସୋମବାର ମନ୍ଦିରରେ ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।

ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥାଏ । ପ୍ରତି ଶିବରାତ୍ରୀର ମଧ୍ୟରାତ୍ରୀରେ ଗୁପ୍ତେଶ୍ଵର ପୀଠକୁ କୋରାପୁଟରୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମାଙ୍କୁ ଭକ୍ତ ମାନେ ପଟୁଆରରେ ଆଣିଥାନ୍ତି । ପରେ ଏଠାରେ ହରିହର ଭେଟ ଅନୁଷ୍ଠିତ ହୋଇଥାଏ । ଭକ୍ତଙ୍କ ଅନୁରୋଧକ୍ରମେ ଗୁପ୍ତେଶ୍ଵର ମନ୍ଦିର ପାଦଦେଶରେ ପତିତପାବନ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଏହି ମନ୍ଦିର ପ୍ରତିଷ୍ଠା ହେବା ଫଳରେ ଗତ ପାଞ୍ଚ ବର୍ଷ ଧରି ମହାଶିବରାତ୍ରୀ ଅବସରରେ ହରିହର ଭେଟ ସଂପନ୍ନ ହୋଇଆସୁଛି ବୋଲି କୋରାପୁଟର ଶ୍ରୀଜଗନ୍ନାଥ ମନ୍ଦିର ସମ୍ପାଦକ ଭଵାନୀ ଶଙ୍କର ଆଚାର୍ଯ୍ୟ କହିଛନ୍ତି ।ମହାଶିବରାତ୍ରୀରେ ଲକ୍ଷାଧିକ ଭକ୍ତଙ୍କ ମନ୍ଦିରକୁ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଏଠାରେ ରହୁଥିବା ଭଲ ଦୁଇ ପଇସା ରୋଜଗାର ଆଶାରେ ରହିଥାନ୍ତି ।

ବିକ୍ରି ବଟା ପାଇଁ ବହୁଦିନ ପୂର୍ବରୁ ଆଦିବାସୀ ଜନଜାତିର ଲୋକେ ଝୁଣା, ପାଳୁଅ , ହରିଡା , ବାହାଡ଼ା , ଅଁଳା ଓ ବିଭିନ୍ନ ଔଷଧୀୟ ଗୁଣରେ ଭରି ରହିଥିବା କନ୍ଦା, ଚେରମୂଳ ସଂଗ୍ରହ କରିଥାନ୍ତି । ସେହିପରି ବିଭିନ୍ନ ଘରକରଣା ଜିନିଷ ମଧ୍ୟ ବିକ୍ରି କରିଥାନ୍ତି ଆଦିବାସୀ ମାନେ । ଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ଯାତ୍ରାର ସୁଚାରୁ ସମ୍ପାଦନ ପାଇଁ ଦୁରୁଆ ଆଦିବାସୀ ଯୁବକ ଅଣ୍ଟା ଭିଡି ଆଗକୁ ଆସିଛନ୍ତି । ବର୍ଷ ପରେ ବର୍ଷ ଏହି ଯୁବକ ମାନେ ମନ୍ଦିର ପ୍ରବେଶ ଦ୍ୱାର ଠାରୁ ଆରମ୍ଭ କରି ଦୁଇ କିଲୋମିଟର ଦୂରରେ ଥିବା ପାର୍କିଂ ସ୍ଥାନ ପର୍ଯ୍ୟନ୍ତ ଦାୟିତ୍ୱ ବାଣ୍ଟି ନେଇ ଯାତ୍ରାକୁ ସୂଚାରୁ ରୂପେ ସମ୍ପାଦିତ କରାଇ ଆସୁଛନ୍ତି ।

ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର ଗୁମ୍ଫାକୁ ଘେରି ରହିଥିବା 350 ହେକ୍ଟର ଜଙ୍ଗଲକୁ ରାଜ୍ୟ ସରକାର ଜୈବ ବିବିଧତା ଐତିହ୍ୟ କେନ୍ଦ୍ର ଭାବେ ମାନ୍ୟତା ଦେଇଛନ୍ତି । କୋରାପୁଟ ଜିଲାର ପରିବେଶବିତ ପାହାଡ଼ ପର୍ବତର ଜୈବ ବିବିଧତାକୁ ସମ୍ମାନ ଓ ସୁରକ୍ଷା ଯୋଗାଇ ବିକାଶର ଧାରା ପ୍ରବର୍ତ୍ତନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି।

ଜିଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି, ”ଶିବରାତ୍ରୀ ପାଇଁ ପ୍ରସ୍ତୁତି ଜାରି ରହିଛି । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୈଠକରେ ସମସ୍ତ ପ୍ରକାର ଆଲୋଚନା ହୋଇଛି । ମହାଦେବଙ୍କୁ ଦର୍ଶନ ସମୟରେ କିପରି କିଛି ଅସୁବିଧା ନହେବ ସେନେଇ ସମସ୍ତ ବ୍ୟବସ୍ଥା କରାଯିବ । ”

ଜଗନ୍ନାଥ ମନ୍ଦିର ସମ୍ପାଦକ ଭବାନୀ ଶଙ୍କର ଆଚାର୍ଯ୍ୟ କହିଛନ୍ତି, ”ଗୁପ୍ତଶ୍ବର ମନ୍ଦିରରେ ମହାଆଡମ୍ବରରେ ଶିବରାତ୍ରୀ ପାଳନ ହୋଇଥାଏ । ଏଠାରେ ସେହି ଦିନ ବିଳମ୍ବିତ ରାତ୍ରରେ ହରିହର ଭେଟ କରାଯାଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’: ଜିଲା ସ୍ତରୀୟ ପ୍ରତିଯୋଗିତା ପାଇଁ ୬ କୃତୀ ଛାତ୍ରଛାତ୍ରୀ ମନୋନୀତ

ଦାରିଙ୍ଗବାଡ଼ି,୨୨।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଆଇଟିଆଇ (ITI) ପରିସରରେ ମଙ୍ଗଳବାର ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଆନନ୍ଦ-ଉଲ୍ଲାସ ସହ ଅନୁଷ୍ଠିତ ହୋଇଯାଇଛି। ଏହି…

ଗଞ୍ଜାମରେ ପୋଲିସ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ତିନି ତିନିଟି ମନ୍ଦିରରୁ ଲୁଟ୍‌, ରାତି ପାହିଲା ବେଳକୁ…

ଗଞ୍ଜାମ, ୨୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ସଙ୍ଘବଦ୍ଧ ଲୁଟ୍ ହୋଇଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?