ଦୁର୍ଗମ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ମାସକୁ ୮ ରୁ ୧୨ ଦିନ ସ୍କୁଲ ଆସୁଛନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୨।୦୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତି ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେବି ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଉନ୍ନତି ହୋଇନାହିଁ, କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଉପଯୁକ୍ତ ଶିକ୍ଷକ ଥାଇ ମଧ୍ୟ ଛାତ୍ରଛାତ୍ରୀମାନେ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୁର୍ଗମ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସାଙ୍ଗେ ଖେଲି ସରକାରଙ୍କୁ ଠକିବାରେ ଲାଗିଛନ୍ତି ସେଠାକାର କିଛି ଶିକ୍ଷକ l ସରକାରଙ୍କ ଠାରୁ ବେତନ ପାଇ ତାଙ୍କ ପିଲା ଛୁଆଙ୍କୁ ଇଂରାଜୀ ସ୍କୁଲ ବା ଭଲ ବେସରକାରୀ ସ୍କୁଲ ରେ ପାଠ ପଡ଼ୁଛନ୍ତି ହେଲେ ଯେଉଁ ପିଲାଙ୍କ ଭବିଷ୍ୟତ ଗଠନ କରିବା ପାଇଁ ଗୁରୁଦାୟିତ୍ୱ ନେଇଛନ୍ତି ହେଲେ ତାଙ୍କ ଦାୟିତ୍ୱ ଭୁଲିଯାଉଛନ୍ତି l ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମପଞ୍ଚାୟତ ସ୍ଥିତ ଦାଣ୍ଡପଦର ପ୍ରାଥମିକ ବିଦ୍ୟାଳୟରେ ।

ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୨୩ ରୁ ୨୬ ଜଣ ଛାତ୍ରୀଛାତ୍ରଙ୍କୁ ଦୁଇ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି ସେମାନେ ହେଲେ ପ୍ରଧାନ ଶିକ୍ଷକ ସଦାଶିବ ନାଏକ (ସଦା) ଏବଂ ସହ ଶିକ୍ଷକ ମଧୁସୂଦନ ସାହୁ ହେଲେ ଏମାନେ ସପ୍ତାହକୁ ୨ ରୁ ୩ ଦିନ ମାସକୁ ୮ ରୁ ୧୨ ଦିନ ସ୍କୁଲ ଆସୁଛନ୍ତି, ଯୋଦି ଓ କେବେ ଆସିଲେ ସଠିକ ସମୟରେ ଆସୁନାହାନ୍ତି ଦିନ ୧୧ ଟା ୩୦ ରେ ସ୍କୁଲ ଆସୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି l ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ମନମୁଖୁ ଭାବେ ସ୍କୁଲକୁ ଆସନ୍ତି ଓ ଇଚ୍ଛା ଅନୁସାରେ ବିଦ୍ୟାଳୟରେ ତାଲା ପକାଇ ଚାଲିଯାଆନ୍ତି ବୋଲି ଅଭିଯୋଗ ହେଉଛି। ଏମିତି କି ଛାତ୍ରୀଛାତ୍ରଙ୍କୁ ନିୟମିତ ସ୍କୁଲରେ ମଧ୍ୟାହ୍ନ ଭୋଜନ ନମିଳିବା ରୁ ଭୋକ ଉପାସରେ ଘରକୁ ଯାଆନ୍ତି ଛାତ୍ର ଛାତ୍ରୀ। ଏଠି ସ୍ବାସ୍ଥ୍ୟ ସ୍ବରାଜ ର ଶିକ୍ଷା ସାଥିଙ୍କ ଭରସାରେ ଚାଲିଛି ପିଲାଙ୍କ ପାଠପଢା l ଶିକ୍ଷକଙ୍କ ମନମୁଖି ନୀତି ଯୋଗୁଁ ଛାତ୍ରଛାତ୍ରୀ ହଇରାଣହେଉଛନ୍ତି। ବିଦ୍ୟାଳୟଟି ଅବ୍ୟବସ୍ଥାରେ ଚାଲିଥିବାରୁ ଅଭିଭାବକ ମହଲ ରେ ଅସନ୍ତୋଷ ଦେଖାଦେବା ସହ କାର୍ଯ୍ୟରତ ଥିବା ଶିକ୍ଷକଙ୍କ ବୈମାତ୍ମକ କାର୍ଯ୍ୟକଳାପନେଇ ଅଭିଯୋଗହେଉଛି l ଏ ନେଇ ଦୁର୍ଗମ ଅଞ୍ଚଳର ଶିକ୍ଷାର ବ୍ୟବସ୍ଥା ଏବଂ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ କଲାପ କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଶିକ୍ଷା ବିଭାଗ ନିରବଦ୍ରଷ୍ଟା ସାଜିଛି। ଖାମଖିଆଲି ମନୋଭାବ ରଖୁଥିବା ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହେଉଛି। ଏପରିକି ଅଭିଯୋଗ କଲେ ସାଧାରଣ ଲୋକଙ୍କୁ ଧମକ ଚମକ ଦେଉଥିବା ଜଣାପଡ଼ିଛି । ତୁରନ୍ତ ଏଥପ୍ରତି ପ୍ରଶାସନ ଦୃଷ୍ଟିଦେଇ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି । ଏସଂପର୍କରେ ବ୍ଲକ ଶିକ୍ଷାଧିକାରିଣୀ ପ୍ରଭାତୀ ନଳିନୀ ଠାକୁର ଙ୍କୁ ପଚାରିବାରୁ ଆଗରୁ ମଧ୍ୟ ସେ ଅଞ୍ଚଳର ସ୍କୁଲ ର ସମସ୍ୟା ର ଅଭିଯୋଗ ମୋପାଖକୁ ଆସିଛି ବୋହୁତ ଶୀଘ୍ର କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ପ୍ୟାକେଜ୍‌ ନେଇ ଭାରତ ଆସିଛନ୍ତି ପୁଟିନ: ରୁଷିଆର କେଉଁ ପ୍ରସ୍ତାବକୁ ‘ହଁ’ କହିବ ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ପୁଟିନଙ୍କ ଭାରତ ଗସ୍ତ ସମୟରେ ରୁଷିଆର ପଞ୍ଚମ ପିଢ଼ିର ଷ୍ଟେଲ୍ଥ ଫାଇଟର ଜେଟ…

DRS କ୍ରେଡିଟ୍‌ ଚୋରି ଅଭିଯୋଗ ଆଣିଲେ ଇଶାନ୍‌, ବୈଭବଙ୍କ ଜବାବରେ ଚୁପ୍‌ ହୋଇଗଲେ କ୍ୟାପଟେନ୍‌!

ନୂଆଦିଲ୍ଲୀ,୧୧।୯: ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ୍‌ ଦଲୀପ ଟ୍ରଫି ୨୦୨୬ର ଚାମ୍ପିଅନ ହୋଇଛି । ଏହି ଦଳରେ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ…

କର୍କଟ ସମେତ ଏହି ରାଶିଙ୍କୁ ଟେନ୍‌ସନ ଦେବେ ମଙ୍ଗଳ: ସମ୍ପର୍କରେ ପଡ଼ିବ ଭଟ୍ଟା! ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କ ସେନାପତି ବୋଲି କୁହାଯାଏ। ସାହସ, ଶକ୍ତି, ଉତ୍ସାହ, କ୍ରୋଧ ଓ ଆକ୍ରମଣାତ୍ମକତାର କାରକ ଭାବେ ମଙ୍ଗଳଙ୍କୁ ବିବେଚନା କରାଯାଏ। ମଙ୍ଗଳ…

ଉଦ୍ଧାର ଓରାଙ୍ଗଉଟାନଙ୍କୁ ନେଇ PCCFଙ୍କ ବଡ଼ ସୂଚନା, ସ୍ବାସ୍ଥ୍ୟାବସ୍ଥା…

ଭୁବନେଶ୍ୱର,୧୧।୯: ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ନେଇ PCCF ପ୍ରେମ କୁମାର ଝା ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ୫ ଓରାଙ୍ଗଉଟାନ…

ପେନଶନର୍‌ଙ୍କ ପାଇଁ ଖୁସି ଖବର! ଖାତାକୁ ଆସିଲା ୧୨୩୩ କୋଟି ଟଙ୍କା, ଏମିତି ଚେକ୍‌ କରନ୍ତୁ ବାଲାନ୍ସ…

ନୂଆଦିଲ୍‌ଲୀ,୧୧।୯: ପେନଶନଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ପ୍ରାୟ ୧୦୫.୬୮ ଲକ୍ଷ (୧.୦୫ କୋଟିରୁ ଅଧିକ) ପେନଶନଭୋଗୀଙ୍କ…

ସାବଧାନ! ୩ ରାଶିରେ ଆଜି ଲାଗିବ ଗ୍ରହଣ; ହାତରୁ ପଳାଇବ ଟଙ୍କା, ପାଖଲୋକ ଦେବେ ଧୋକା

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ କିମ୍ୱା ଚନ୍ଦ୍ରଙ୍କ ସହିତ ରାହୁ କିମ୍ୱା କେତୁଙ୍କ ଯୁତି (ସଂଯୋଗ) ହେଲେ ଗ୍ରହଣ ଯୋଗ ସୃଷ୍ଟି ହୁଏ। ବର୍ତ୍ତମାନ ସୂର୍ଯ୍ୟ,…

ବାଇକ୍‌କୁ ଧକ୍କାଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଧାମନଗର,୧୦ା୯(ସନ୍ତୋଷ କୁମାର ମହାପାତ୍ର): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବାବେଳେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ କେନ୍ଦୁଆ ପଦା-ଗଣ୍ଡଗରା…

ବୈଭବଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ: ରାସ୍ତାରେ କଣ୍ଟା ହେବେନି ତ ଶ୍ରେୟସ ଆୟର? ଜାଣନ୍ତୁ ପୂରା ଖବର

ନୂଆଦିଲ୍ଲୀ୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ରହିଛି ବଡ଼ ସୁଯୋଗ। ବୈଭବ ଇତିମଧ୍ୟରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri