ଆମ ଜିଲା ଖବର

ସମୟରେ ଆସୁନାହାନ୍ତି ଶିକ୍ଷକ, ବାହାରେ ବୁଲୁଛନ୍ତି ପିଲା

ଲାଠୋର, ୧୪ା୧୦(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର କ୍ଳଷ୍ଟର ଅଧୀନ ଝଲିଆଲିଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନେ ଧାର୍ଯ୍ୟ ସମୟରେ ଶିକ୍ଷାନୁଷ୍ଠାନକୁ ଆସୁନାହାନ୍ତି। ଫଳରେ ସମୟରେ ସ୍କୁଲ ଆସି ପିଲାମାନେ ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି। ଅଭିଭାବକମାନେ ଅଭିଯୋଗ କଲେ...

ଦୂଷିତ ଜଳ ବ୍ୟବହାର ଯୋଗୁ ବ୍ୟାପିଥିଲା ଝାଡ଼ାବାନ୍ତି

ନନ୍ଦାହାଣ୍ଡି,୧୪।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡ଼ାରେ ବ୍ୟାପିଥିବା ଝାଡ଼ାବାନ୍ତି ଏବେ ନିୟନ୍ତ୍ରଣାଧୀନ। ସପ୍ତାହକ ମଧ୍ୟରେ ୨୪ ଜଣ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଡାକ୍ତରୀ...

ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅବନ୍ତୀ

ଭଦ୍ରକ ଅଫିସ,୧୪।୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ ପାଇଁ ରାଜନୀତି ଏବେ ସରଗରମ ରହିଛି। ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଆଜି ଶେଷ ଦିନ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଶୁକ୍ରବାର ଏକ ବିଶାଳ ଶୋଭାଯାତ୍ରାରେ...

ଶୀତ ପୂର୍ବରୁ ବିଦେଶାଗତ ପକ୍ଷୀଙ୍କ ସମାଗମ

ସୋନପୁର,୧୪।୧୦(ନି.ପ୍ର.):ଶୀତ ଆସିବା ପୂର୍ବରୁ ସୁବର୍ଣ୍ଣପୁର ଜିଲାରେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଲାଣ। ଗୁରୁବାର ସୋନପୁର ସହର ଥନାପତିପଡାରେ ବିରଳ ପେରିଗ୍ରୀନ୍‌ ଫାଲ୍‌କନ ପକ୍ଷୀଙ୍କୁ ଠାବ କରାଯାଇଛି। ସୁଦୂର ଉତ୍ତର ଆମେରିକାରୁ ଏହି ପକ୍ଷୀ ଏଠାକୁ ଆସିଥିବା ଜଣାଯାଇଛି। ଏହି ପକ୍ଷୀ...

ବେଦାନ୍ତ ହସ୍ପିଟାଲକୁ ଇଏସ୍‌ଆଇ ହସ୍ପିଟାଲ ମାନ୍ୟତା

ଲାଞ୍ଜିଗଡ,୧୪।୧୦(ଡି.ଏନ.ଏ.):କଳାହାଣ୍ଡି ଓ ରାୟଗଡା ଜିଲାର ଦୁର୍ଗମରୁ ଅତିଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଲାଞ୍ଜିଗଡସ୍ଥିତ ବେଦାନ୍ତ ହସ୍ପିଟାଲକୁ ଇଏସଆଇ ହସ୍ପିଟାଲର ମାନ୍ୟତା ମିଳିଛି। ଏଥିପାଇଁ ଗୁରୁବାର ବେଦାନ୍ତ ହସ୍ପିଟାଲ ପରିସରରେ ଆୟୋଜିତ ସମାରୋହରେ ଭୁବନେଶ୍ୱରସ୍ଥିତ...

ଧାର୍ଯ୍ୟ ସମୟରେ କାମ ସାରିବାକୁ ନିର୍ଦ୍ଦେଶ

ବଲାଙ୍ଗୀର ଅଫିସ, ୧୪ା୧୦: ପୂର୍ତ୍ତ ବିଭାଗ ପ୍ରଧାନ ସଚିବ ବୀର ବିକ୍ରମ ଯାଦବ ଗୁରୁବାର ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ। ସଚିବ ଯାଦବ ପ୍ରଥମେ ଗନ୍ଧରେଲଠାରେ ନିର୍ମାଣାଧୀନ ୬୫୦ ଶଯ୍ୟା...

କୋଇଲା ପର୍‌ମିଟ୍‌ରେ ମାଟି ଚାଲାଣ

ସମ୍ବଲପୁର,୧୪ା୧୦(ବ୍ୟୁରୋ):ସମ୍ବଲପୁର ଜିଲା ତଲାବିରା କୋଇଲା ଖଣିରେ କୋଇଲା ପରିବହନ ଓ ଚୋରା ଚାଲାଣକୁ ନେଇ ନିୟମିତ ଆପରାଧିକ କାର୍ଯ୍ୟ ଘଟୁଛି। ଏପରିସ୍ଥଳେ ବୁଧବାର ରାତିରେ ଆଦାନୀ କମ୍ପାନୀର ଜଣେ ଡାଟା ଅପରେଟର ରାଜ କିଶୋର ସାହୁଙ୍କୁ ମାରପିଟ ଓ ହତ୍ୟା...

ବଣାଇ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ

ବଣାଇ, ୧୪।୧୦ (ସ୍ବ.ପ୍ର.):ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ଅଞ୍ଚଳରେ ଦୀର୍ଘଦିନ ହେବ ଦୁଇଟି ଦନ୍ତା ତାଣ୍ଡବ ରଚି ଅନେକ ଫସଲ ନଷ୍ଟ କରିବା ସହ ବହୁ ଘର ଭାଙ୍ଗି ଆତଙ୍କ ଖେଳାଇ ଦେଇଛନ୍ତି। ମୁଖ୍ୟତଃ ହାତୀ ଦୁଇଟି ବଣାଇ ଓ...

ଝିଅ ଉପରେ ଚଢ଼ିଗଲା ବାପାଙ୍କ ଅଟୋ

ଛେଣ୍ଡିପଦା,୧୪ା୧୦(ସ୍ବ.ପ୍ର.): ବାପା ଚଳାଉଥିଲେ ଡାଲା ଅଟୋ। ପାଖରେ ବସିଥିଲେ ୮ ବର୍ଷର ଝିଅ। ହେଲେ ହମ୍ପ୍‌ସ୍‌ ନିକଟରେ ବାପା ବ୍ରେକ୍‌ ମାରିବାରୁ ଗାଡ଼ିରୁ ରାସ୍ତା ଉପରକୁ ଗଳିପଡ଼ିଥିଲେ ଝିଅ। ଏହି ସମୟରେ ଗାଡ଼ିଟି ତାଙ୍କ ଉପରେ ଚଢ଼ିଯାଇଥିଲା। ଗୁରୁତର ଅବସ୍ଥାରେ...

ରୋଗୀ ଆସିଲେ ରେଫର୍‌

ଅନୁଗୋଳ ଅଫିସ, ୧୪ା୧୦: ଜିଲାର ମୁଖ୍ୟ ଚିକିତ୍ସାଳୟ। ଉନ୍ନତ ଚିକିତ୍ସା ଆଶା ନେଇ ଦୈନିକ ଶତାଧିକ ରୋଗୀ ଦୂର ଦୂରାନ୍ତରୁ ଆସୁଛନ୍ତି। ପଡ଼ୋଶୀ ଜିଲାର ବହୁ ରୋଗୀ ମଧ୍ୟ ଏହା ଉପରେ ନିର୍ଭରଶୀଳ। ହେଲେ ଏଠାରେ ଥିବା କେତେଜଣ ଡାକ୍ତର...

ଦଉଡ଼ି ସାଜିଛି ନଦୀପାର ମାଧ୍ୟମ

କୋଟଗଡ,୧୪ା୧୦(ଡି.ଏନ.ଏ.): କନ୍ଧମାଳ ଜିଲାରେ ଏଭଳି କେତେକ ସ୍ଥାନ ଅଛି ଯେଉଁଠି କି ବର୍ତ୍ତମାନ ପର୍ଯ୍ୟନ୍ତ ପୋଲ କିମ୍ବା ଭଲ ରାସ୍ତାଖଣ୍ଡେ ନାହିଁ। ଫଳରେ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ କିମ୍ବା...

ଲୋଧା ଛାତ୍ରୀଙ୍କ ଉଚ୍ଚଶିକ୍ଷା ଆଶା ପୂରଣ ହେଲା

ମୋରଡ଼ା, ୧୪।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଗଁା ପଞ୍ଚାୟତ ଲୋଧା କଲୋନୀ ସାହିର ଅଜିତ ମଲିକ ଓ ଦୁର୍ଗୀ ମଲିକଙ୍କ ଝିଅ ସାବି ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri