ବରପାଲି ଓକିଲ ସଂଘ ନିର୍ବାଚନ : ମନୋଜ ସଭାପତି, ଈଶ୍ବର ସମ୍ପାଦକ ନିର୍ବାଚିତ
ବରପାଲି, ୨୯।୩(ଚିତ୍ତରଞ୍ଜନ ସାହୁ): ବରଗଡ ଜିଲା ବରପାଲି ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ମନୋଜ କୁମାର ପଟ୍ଟନାୟକ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି ସୁଧିର ମେହେର ଉପସଭାପତି, ଈଶ୍ବର ନାଗ ସମ୍ପାଦକ, ମହେନ୍ଦ୍ର କୁମାର ଗହିର…
ସମ୍ବଲପୁରରେ ମଧ୍ୟାହ୍ନ ସୁଦ୍ଧା ୪୩ ପ୍ରତିଶତ ମତଦାନ
ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଓକିଲ ସଂଘର ନିର୍ବାଚନ ପରିପ୍ରେକ୍ଷୀରେ ଜାରି ରହିଛି ମତଦାନ। ସମ୍ବଲପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଶନିବାର ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁର ଓକିଲ ସଂଘରେ ମୋଟ୍…
ଖଣ୍ଡପଡ଼ା ବାର ଆସୋସିଏଶନ୍ ବିର୍ବାଚନ: ସଂଗ୍ରାମ ମିଶ୍ର ସଭାପତି,ବିକ୍ରମ କେଶରୀ ଦେଓ ସଂପାଦଜ
ଖଣ୍ଡପଡା,୨୯।୩(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବାର ଆସୋସିଏଶନ୍ର 2025-2 ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ଶନିବାର ବାର ଆସୋସିଏଶନ୍ କାର୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାର ଆସୋସିଏଶନ୍ର ସଭାପତି ଭାବେ ତୃତୀୟ ଥର ପାଇଁ ବରିଷ୍ଠ ଆଇନ୍ଜୀବି ସଂଗ୍ରାମ କେଶରୀ…
ପିସିସି ସଭାପତିଙ୍କ ତାରାତାରିଣୀ ଦର୍ଶନ: ରାଜ୍ୟରେ ମହିଳାଙ୍କ ସୁରକ୍ଷା ଲାଗି କଲେ କାମନା
ପୁରୁଷୋତ୍ତମପୁର,୨୯।୩(ସିମାଞ୍ଚଳ ମିଶ୍ର):ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ତାରାତାରିଣୀଙ୍କୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତଚରଣ ଦାସ ଦର୍ଶନ କରିଛନ୍ତି। ସେଠାରେ ପୂଜାର୍ଚ୍ଚନା କରି ରାଜ୍ୟରେ ଯେପରି ମହିଳାମାନେ ସୁରକ୍ଷିତ ରହିବେ ସେନେଇ କାମନା କରିଛନ୍ତି। ପିସିସି ସଭାପତିଙ୍କ ସହ…
ଏଆଇସିସି ମୁଖପାତ୍ର, ପିସିସି ସଭାପତିଙ୍କୁ ସମ୍ବର୍ଦ୍ଧନା
ଛତ୍ରପୁର,୨୯।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲ ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର କଂଗ୍ରେସ କର୍ମୀମାନଙ୍କ ଦ୍ୱାରା ଜାତୀୟ ରାଜପଥ ଡିଆରଡିଏ ଛକଠାରେ ଏଆଇସିସି ମୁଖପାତ୍ର ପବନ ଖେରା ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଉପଢୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।…
ବିଧାନସଭା ଘେରିଲେ ରାଜ୍ୟ ରଙ୍ଗତୂଳୀ କଳାକାର
ମାଲକାନଗିରି,୨୯ା୩: ଅଲ୍ ଓଡିଶା ପେଣ୍ଟିଂ ଆର୍ଟିଷ୍ଟ ଓ୍ବାର୍କର୍ସ ଆସୋସିଏଶନ ପକ୍ଷରୁ ୧୦ ଦଫା ଦାବି ନେଇ ରଜ୍ୟର ରଙ୍ଗତୂଳୀ କଳାକାରଙ୍କ ଏକ ବିରାଟ ଶୋଭାଯାତ୍ରା ରାଜମହଲ ଛକଠାରୁ ବାହାରି ବିଧାନସଭା ଧାରଣା ସ୍ଥଳ ନିକଟରେ ପହଞ୍ଚିଛି। ରଙ୍ଗତୂଳୀ ଦ୍ୱାରା ପାରମ୍ପରିକ ପଦ୍ଧତିରେ…
ସରିଲା ଭୋଟ: ଫଳାଫଳକୁ ଅପେକ୍ଷା
ଅନୁଗୋଳ ଅଫିସ,୨୯।୩(ମାନସ ବିଶ୍ୱାଳ): ସାରା ରାଜ୍ୟରେ ଶନିବାର ସମସ୍ତ ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଛି। ପୂର୍ବାହ୍ନ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ମତଦାନ ସମୟ ଥିବାବେଳେ ଅପରାହ୍ନ ୪ଟା ସମୟରେ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହେବ। ଅନୁଗୋଳ ଜିଲା…
ସମ୍ବଲପୁର ଓକିଲ ସଂଘ ନିର୍ବାଚନ: ମତଦାନ ଜାରି
ସମ୍ବଲପୁର, ୨୯।୩(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଓକିଲ ସଂଘ କାର୍ଯ୍ୟାଳୟଠାରେ ନିର୍ବାଚନ ଶନିବାର ସକାଳ ୭.୩୦ରୁ ଆରମ୍ଭ ହୋଇଛି। ଏହା ଦିନ ୩ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜିଲା ଓକିଲ ସଂଘର ସଭାପତି, ଉପସଭାପତି, ସମ୍ପାଦକ ସମେତ ବିଭିନ୍ନ…
କୃଷି ସମବାୟ ସମିତି ଉଦ୍ଘାଟନ:କୃଷକମାନଙ୍କର ହେବ ବିକାଶ
କେସିଙ୍ଗା,୨୯/୩ (ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପଠାରେ ସଭାପତି ପ୍ରଫୁଲ୍ଲ ନାଏକଙ୍କ ନେତୃତ୍ୱରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିଃର ଉଦ୍ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ARCS…
କୋରାପୁଟ ଓକିଲ ସଂଘ ନିର୍ବାଚନ: ସଭାପତି ପଦବୀ ଲାଗି ଚାଲିଛି ମତଦାନ
କୋରାପୁଟ,୨୯।୩(ଅମିତାଭ ବେହେରା): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ସକାଳ ୮ ଟାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ଅଶ୍ୱନୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସଂଘର ସଭାପତି ପଦବୀ ପାଇଁ ନିର୍ବାଚନ ଜାରି…
ହନୁମାନଙ୍କ ପୀଠରେ ୧୦୮ ହନୁମାନ ଚାଳିଶା:ରାମ ନାମରେ କମ୍ପିଲା ପୀଠ
ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ):ଗଞ୍ଜାମ ସହର ଗ୍ରାସୀମ କମ୍ପାନୀ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶନିବାର ୧୦୮ ହନୁମାନ ଚାଳିଶା ଅନୁଷ୍ଠିତ ହୋଇଥିଲା l ରାମନାମରେ ପ୍ରକମ୍ପିତ ହୋଇଥିଲା ହନୁମାନଙ୍କ ପୀଠ। ମନ୍ଦିର ପୂଜକ ମହେଶ କୁମାର ଆଚାର୍ଯ୍ୟ, ପୁରୋହିତ ଚିନ୍ମୟ ଷଡଙ୍ଗୀ, ନୃସିଂହ…
୪୧.୯୪ ଲକ୍ଷ ଟଙ୍କାର ଅନିୟମିତତା: ୨ ପୂର୍ବତନ ପାକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ
ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ) – ଏକ ବଡ ଧାରଣର ଆର୍ଥିକ ଅନିୟମିତତା ମାମଲାରେ ଶନିବାର ଭିଜିଲାନ୍ସ ବରଗଡ଼ ଜିଲା କନସିଂହା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ର ୨ପୂର୍ବତନ ସମ୍ପାଦକଙ୍କୁ ଗିରଫ କରିଛି। ସେମାନେ ହେଲେ ଛବିଲ ବେହେରା ଏବଂ କାନ୍ତିଲାଲ ଭୋଇ।…

