ଆମ ଜିଲା ଖବର

ବିସ୍ଫୋରକ ଫାଟି ହାତୀ ଶାବକ ମୁହଁରେ ଆଘାତ: ଜୀବନ ସହ ସଂଘର୍ଷ କରି ମୃତ

ରାଇଘର, ୮।୧୨ (କିରଣ କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲା ସୀମାନ୍ତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ପଘାରପାଣି ଜଙ୍ଗଲକୁ ପଶି ଆସିଥିବା ଆହତ ହାତୀ ଶାବକର ମୃତ୍ୟୁ ଘଟିଛି । ଶିକାରୀଙ୍କ ଦ୍ବାରା ଜଙ୍ଗଲରେ ଲଗାଯାଇଥିବା ବିସ୍ଫୋରକ ଫାଟି ହାତୀ ଶାବକର ପାଟିରେ…

ମାଓବାଦୀଙ୍କ ବର୍ବରକାଣ୍ଡ: ସ୍ବାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି,୮।୧୨(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ଼ ବିଜାପୁରରେ ମାଓବାଦୀମାନେ ରବିବାର ଜଣେ ମହିଳାଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ସୁକରା ୟାଲାମ। ବିଜାପୁରର ଲୋଦେଡ ଗ୍ରାମରେ ଏକ ଦମ୍ପତିଙ୍କୁ ଘରୁ କେତେଜଣ ମାଓବାଦୀ ଶନିବାର ଅପହରଣ କରି ଗଁାଠାରୁ ୩ କି.ମି.ଦୂରରେ ଥିବା ଜଙ୍ଗଲକୁ ନେଇଯାଇଥିଲେ।…

ଟ୍ରଲର-ବାଇକ୍‌ ଧକ୍କା: ୨୦ ଘଣ୍ଟା ପରେ ରାସ୍ତାରୁ ଉଠିଲା ମୃତଦେହ

ତେନ୍ତୁଳିଖୁଣ୍ଟି, ୮।୧୨ (ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅଞ୍ଚଳ ଆଉଁଳିଗୁମ୍ମା ଛକ ନିକଟରେ ଏକ ଟ୍ରଲର ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜୟପୁର ନିକଟ ବଡ଼ଯିଉନି ଗ୍ରାମର ରବି ନାରାୟଣ…

ଟ୍ୟୁଶନରୁ ଫେରିବାବେଳେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ୪ ବର୍ଷ ପରେ ରାୟ

ବ୍ରହ୍ମପୁର,୮ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶନିବାର ଜଣେ ନାବାଳିକା ଛତ୍ରୀ ଅପହରଣ ଓ ବଳାତ୍କାର ମାମଲାର ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ସେ ହେଲେ କବିସୂର୍ଯ୍ୟନଗର ଅଞ୍ଚଳର ବିଭୀଷଣ ଗୌଡ(୫୪)। ଜେଲ…

୨କୋଟିର ବ୍ରାଉନ୍‌ସୁଗାର ଜବତ: ବଡ଼ଭାଇ ଗିରଫ, ସାନଭାଇ ଚମ୍ପଟ

ବାଲେଶ୍ୱର,୮।୧୨(ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡ଼ରବଜାରର ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇ ୨କିଲୋ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ ହୋଇଛି। ଅଭିଯୁକ୍ତ ବଡ଼ଭାଇ ଅମଜେତ୍ ଖାନ୍‌ଙ୍କୁ ଗିରଫ କରାଯାଇଥିବା ବେଳେ…

ଇନ୍‌ପୁଟ ସହାୟତା ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇବ: ଆଇନ ମନ୍ତ୍ରୀ

ଖୋର୍ଦ୍ଧା,୮।୧୨(ପ୍ରଭାତ ପାଣିଗ୍ରାହୀ): ଚାଷୀଙ୍କ ଖାତାକୁ ଇନ୍‌ପୁଟ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବରଗଡ଼ ଜିଲା ସୋହେଲାରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଖୋର୍ଦ୍ଧା ଜିଲାସ୍ତରୀୟ ଶୁଭାରମ୍ଭ ସମାବେଶ ହାବେଳି ପଡ଼ିଆରେ ଆୟୋଜିତ ହୋଇଯାଇଛି।…

ମଧ୍ୟାନ୍ନଭୋଜନ ଖାଇ ୩୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା : ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ

ଦାରିଙ୍ଗବାଡି, ୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଜିଲା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି…

କେମିତି ସ୍ବାମୀଙ୍କୁ ମାରିଲେ କାହାଣୀ ବଖାଣିଲେ ସ୍ତ୍ରୀ, କହିଲେ ପ୍ରଥମେ ନିଦ ବଟିକା ଦେଇ …..

ଗଜପତି(ଗିରିଧାରୀ ପରିଛା):୮।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ଜଙ୍ଗମ ସାହିରେ ପାରିବାରିକ ହିଂସାରୁ ସ୍ବାମୀ ବିଜୟ କୁମାରଙ୍କୁ ସ୍ତ୍ରୀ ହତ୍ୟା ଘଟଣାରେ ଆଜି ପାରଳାଖେମୁଣ୍ଡି ପୋଲିସ ସିନ୍‌ ରିକ୍ରିଏଶନ କରିଛି । ଆଜି ମୃତ ବିଜୟ କୁମାରଙ୍କ ସ୍ତ୍ରୀଙ୍କୁ ଘଟଣାସ୍ଥଳକୁ ଆଣି କିଭଳି…

ପୁଣି କଟକରେ ଡ୍ରେନ୍ କାମ ନେଲା ଜୀବନ, ଜଣେ ମୃତ, ୨ ଗୁରୁତର

କଟକ,୮।୧୨: କଟକରେ ପୁଣି ଡ୍ରେନରେ ପଡି ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି। ଏପ୍ରକାର ଘଟଣା ବାରମ୍ବାର ଘଟି ଚାଲିଥିଲେ ମଧ୍ୟ କଟକ ମୁନିସିପାଲିଟି କୌଣସି ଠୋସ ପଦକ୍ଷେପ ନେଇଥିବା ଦେଖାଯାଉନାହିଁ। ରବିବାର ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମ ବେଳେ ଅଘଟଣ…

ଏହିଦିନ ଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି, ଅଳଙ୍କାରକୁ…

ପୁରୀ,୮।୧୨: ରତ୍ନଭଣ୍ଡାର ମରାମତି ନେଇ ଆସିଛି ବଡ଼ ଖବର। ଆସନ୍ତା ୧୬ ଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଏନେଇ ଆସନ୍ତା ଦୁଇଦିନ ଭିତରେ ବୈଠକ ବସିବ ବୋଲି ସୂଚନା ମିଳିଛି। ଦିନକୁ ୫ଘଣ୍ଟା ମରାମତି ହେବ। ଗତ ଜୁଲାଇରେ…

ଚୋରି ହୋଇଥିବା ସାଇକ୍ରିଷ୍ଣା ବସ ଦୁର୍ଘଟଣା ଗ୍ରସ୍ତ, ରହସ୍ୟଘେରରେ…. 

ଗଞ୍ଜାମ,୮।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ଆସିକା ଅଞ୍ଚଳରୁ ଚୋରି ହୋଇଥିବା ସାଇ କ୍ରିଷ୍ଣା ବସ୍‌ ଗଞ୍ଜାମରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଗାଡି ଭିତରେ କେହି ନ ଥିବା ବେଳେ କିଏ କାହିଁକି ଗାଡି ଚୋରି କରିଛି ତାହା …

ଧସିଲା ଖଣି: ମାଟିତଳେ ପୋତିହେଲା ଲକ୍ଷଲକ୍ଷ ଟଙ୍କାର ଗାଡ଼ି

କାଳିଆପାଣି, ୮।୧୨(ଅସିତ ମହାନ୍ତ): କ୍ରୋମନଗର କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟରତ ବାଲେଶ୍ୱର ଖଣିରେ ରବିବାର ସକାଳ ଶସମୟରେ ଖଣି ଧସଛି।  ଏଥିରେ  ୨ ଟି ମାଟି ଖୋଳା ମେଶିନ ଓ ୩ ଟି ଡ୍ରମ୍ଫର ମାଟି ତଳେ ପୋତି ହୋଇ ପଡିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri