ପ୍ରସ୍ତାବିତ ଗୋଳାବାରୁଦ କାରଖାନାକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ, ପ୍ରତ୍ୟାହାର କରା ନ ଗଲେ ଆଗାମୀ ଦିନରେ…

ଭଞ୍ଜନଗର,୧୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ନେତେରେଇ ପାହାଡ଼ ତଳେ ଏକ ଘରୋଇ କମ୍ପାନୀ ପକ୍ଷରୁ ଗୋଳାବାରୁଦ କାରଖାନା ନିର୍ମାଣ ପାଇଁ ଯୋଜନା ଚାଲିଛି। ତେଣୁ
ଏହାର ପ୍ରତିବାଦରେ ଏକ ସଭା ନେତେରେଇ ପାହାଡ଼ ତଳେ ବୁଧବାର ହୋଇଥିଲା। ଗୋଳାବାରୁଦ କାରଖାନା ପରି ଏକ ବିଷାକ୍ତ କାରଖାନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ। ତେଣୁ ସମସ୍ତେ ଦଳମତ ନିର୍ବିଶେଷରେ ଉକ୍ତ ପ୍ରକଳ୍ପ ବିରୋଧରେ ଏକାଠି ହେବାକୁ ସଭାରେ ଯୋଗ ଦେଇଥିବା ନେତାମାନେ ଉପସ୍ଥିତ ଲୋକଙ୍କୁ ଆହ୍ବାନ ଦେଇଥିଲେ। ଚାଷୀ ମୁଲିଆ ସଂଘ, ଓଡ଼ିଶା (ଏଆଇକେଏମ୍‌କେଏସ୍‌)ର ବ୍ଲକ କମିଟି ସାଥୀ ସଞ୍ଜୟ ନାୟକଙ୍କ ଆହ୍ବାନରେ ମାନବାଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ କୁମାର ଗୟା, ଅଲ୍‌ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭାର ରାଜ୍ୟ ନେତା ନିରାକାର ନାୟକ, ବ୍ଲକ ସମ୍ପାଦକ ଶିବରାମ ନାଇକ, ଲଡ଼ୁ ନାଇକ, ବସନ୍ତ କୁମାର ନାଇକ, ଶମ୍ଭୁ ନାୟକ, ଚିତ୍ରସେନ ପଲ୍ଲାଇ,ପୀତବାସ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବାରୁଦ କାରଖାନା ବିରୋଧରେ ବକ୍ତବ୍ୟ ରଖିଥିଲେ।

ସୂଚନାଯୋଗ୍ୟ, ପାହାଡ଼ ତଳେ ବାରୁଦ କାରଖାନା ନିର୍ମାଣ ହେଲେ ସମ୍ପୃକ୍ତ ଅଞ୍ଚଳର ୨୭ ଖଣ୍ଡ ରାଜସ୍ବ ଓ ଜଙ୍ଗଲ ଗ୍ରାମବାସୀ ପ୍ରଭାବିତ ହେବେ। ପରିବେଶ ପ୍ରଦୂଷଣ ବଢ଼ିବ। ଦୀର୍ଘ ବର୍ଷ ଧରି ଚାଷ କରି ଆସୁଥିବା ଲୋକେ ଜୀବନ ଜୀବିକା ହରାଇବେ। ବିଶେଷକରି ଗୋଛାବାଡ଼ି, ଘାଟିପଲ୍ଲୀ, ନଣ୍ଡେଇ ହିଲ, ହରଡ଼ାପଦର, କୁଡୁତାଇ, ବାଙ୍କତରା, ବେଙ୍ଗସର, ଗୁଡ଼ିପଲ୍ଲୀ, ଭଗବାନପୁର, ବଡଖଣ୍ଡା, ବରପଲ୍ଲୀ, କରଡ଼ାପଲ୍ଲୀ, ଚୁଡାଖାଇ,ନୁଆଁ ବାଙ୍କତାରା, ଖାଲିଆ, ତୁଳସୀ ପଲ୍ଲୀ, କେନ୍ଦୁପଲ୍ଲୀ, ରାମଚନ୍ଦ୍ରପୁର, ମହୁଲ ପଲ୍ଲୀ, କନ୍ଧ ନୂଆପଲ୍ଲୀ ପ୍ରମୁଖ ଗ୍ରାମର ଶହଶହ ପରିବାର ବାସହରା ହୋଇଯିବେ। ଘଞ୍ଚ ସବୁଜ ଜଙ୍ଗଲ ସମ୍ପୂର୍ଣ୍ଣ ଧୂଳି ପାଉଁଶରେ ପ୍ରଦୂଷିତ ହେବ। ସେହି ଧୂଳି ପାଉଁଶରେ ସାଧାରଣ ଲୋକ, ମହିଳା, କୋମଳମତି ଶିଶୁ ବିଭିନ୍ନ ରୋଗରେ ପଡ଼ି ଜୀବନ ହରାଇବେ। ଅନ୍ୟପଟେ ପୁରୁଷ ପୁରୁଷ ଧରି ନିଜ ଦଖଲରେ ଚାଷ କରି ଆସୁଥିବା ଗୋଷ୍ଠୀଗତ ଅଧିକାରରେ ଥିବା କିଛି ବେସରକାରୀ ଜମି ସହିତ ଶହ ଶହ ଜଙ୍ଗଲ ଜମି ଚାଲିଯିବ। ଲୋକେ ଜୀବିକା ହରାଇବେ, ଶହ ଶହ ଏକର ଜଙ୍ଗଲ ଜମି କମ୍ପାନୀ ହାତକୁ ଚାଲିଯିବ। ହଜାର ହଜାର ଆମ୍ବ, ପଣସ, କାଜୁ, ପିଜୁଳି, ଜାମୁ ଆଦି ଫଳନ୍ତି ଗଛ ନଷ୍ଟ ହୋଇଯିବ। ଯାହା ଫଳରେ ତାପମାନ ବୃଦ୍ଧି ହୋଇ ଧନଜୀବନ ସଂକଟରେ ପଡ଼ିବ। କାରଖାନା ନିର୍ମାଣ ହେଲେ ସାଧାରଣ ଲୋକେ ବିସ୍ଥାପିତ ହେବେ, ପିଇବା ପାଣି, ପନିପରିବା ଖାଦ୍ୟ ଇତ୍ୟାଦି ସମ୍ପୃକ୍ତ ଅଞ୍ଚଳରେ ବିଷାକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବକ୍ତାମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri