ପୁରୁଷୋତ୍ତମପୁରରେ ରାସ୍ତା ନିର୍ମାଣକୁ ନେଇ ଦୁଇ ବିଭାଗ ମଧ୍ୟରେ ରହୁନି ତାଳମେଳ,ଲୋକେ ହନ୍ତସନ୍ତ

ପୁରୁଷୋତ୍ତମପୁର,୧୪।୫ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ  ପୂର୍ତ୍ତବିଭାଗ (ପିଡବ୍ଲୁଡି) ଓ ଜନସ୍ବାସ୍ଥ୍ୟ ବିଭାଗ(ପିଏଚ୍‌ଡି) ମଧ୍ୟରେ ସାମଞ୍ଜସ୍ୟ ଅଭାବରୁ ଏକପ୍ରକାରର ବିବାଦୀୟ ପରିସ୍ଥିତି ଉପୁଜିଛି। ଫଳରେ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଦୀର୍ଘଦିନ ଧରି ସହର ମଧ୍ୟଦେଇ କବିସୂର୍ଯ୍ୟନଗର-ହୁମ୍ମାକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗୀୟ ରାଜପଥରେ ୩୧ ଖାଲଖମା ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।
ତେବେ ଜନସାଧାରଣଙ୍କ ଦାବିକୁ ନେଇ କୁମାରୀଠାରୁ ସ୍ବପ୍ନେଶ୍ବର ଛକ ପର୍ଯ୍ୟନ୍ତ ଚାରି ଥାକିଆ ବିଶିଷ୍ଟ ଏହି ୨କିମି ରାସ୍ତାକୁ ପିଚୁ ପକାଯାଉଛି। ମାତ୍ର ଏହି ସମୟରେ ଜନସ୍ବାସ୍ଥ୍ୟ ବିଭାଗ ଆଗରୁ ପାଇପ ଲାଇନ ବିଛାଇବା ବଦଳରେ ତରବରିଆ ଭାବେ ରାସ୍ତାପାଶର୍‌ବକୁ  ଖୋଳି ପାଇପ ପକାଇବାରେ ଲାଗିଛିି। ଯାହାଦ୍ବାରା ମନଇଛା ଭାବରେ ବିଭାଗ ଖୋଳିଥିବା ରାସ୍ତାରେ ଯିବା ବେଳେ ଗାଡିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ  ହେଉଛନ୍ତି। ବର୍ତ୍ତମାନ ସହରରେ ଠାକୁରାଣୀ ଯାତ୍ରା ଚାଲିଥିବାବେଳେ ମାଙ୍କ ଦର୍ଶନ ଲାଗି ଦୂରଦୂରାନ୍ତରୁ ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏହାକୁ ନେଇ ଲୋକେ ଉଭୟବିଭାଗିୟ ଅଧିକାରୀଙ୍କୁ ଜଣାଇଥିଲେ ହେଁ ସେମାନେ ପରସ୍ପରକୁ ଦୋଷାରୋପ କରୁଛନ୍ତି।
ଗୋଟିଏ ପଟେ ପୂର୍ତ୍ତବିଭାଗ ପୋତିପୋତି ଯାଉଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଖୋଳି  ଚାଲିଛି। ଏ ସମ୍ପର୍କରେ ପୂର୍ତ୍ତବିଭାଗୀୟ କନିଷ୍ଟ ଯନ୍ତ୍ରୀ ସୋନିଆ ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ ପାଇପ ଲାଇନ ବିଛାଇବା ସକାଶେ ଜନସ୍ବାସ୍ଥ୍ୟ ବିଭାଗ ଗତ ୬ ମାସତଳେ ଏକ ଚିଠି କରିଥିଲେ। ସେମାନଙ୍କୁ ଫେବୃଆରୀ ସୁଦ୍ଧା କାମ ସାରିବାକୁ କୁହାଯାଇଥିଲା। ହେଲେ ସେମାନେ ଆଜ ପର୍ଯ୍ୟନ୍ତ କାମ କଲେନାହିଁ। ଏବେ ତିନିଦିନ ତଳେ ଆମେ କାମ ଆରମ୍ଭ କରିବା ପରେ ସେମାନେ ମନଇଛା ଭାବରେ ଏପରି ରାସ୍ଥାକୁ ଖୋଳି ପକାଇଛନ୍ତି, ଯାହାଦ୍ବାରା ଲୋକଙ୍କ ସମସ୍ୟା ସହ ଆମର କାମକରିବାରେ ମଧ୍ୟ ଘୋର ସମସ୍ୟା ଉପୁଜୁଛି। ଏପରିକି ଏବେ ଖୋଳା ଯାଇଥିବା ରାସ୍ତାରେ ପିଚୁ ପକାଇଲେ ଦବିଯାଇ କମଦିନ ମଧ୍ୟରେ ରାସ୍ତାଟି ଖରାପ ହୋଇଯିବ ବୋଲି ସେ କହିଛନ୍ତି।
ଅପରପକ୍ଷେ ଜନସ୍ବାସ୍ଥ୍ୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ ଗତ ଏପ୍ରିଲ ମାସରେ ଆମେ ପୂର୍ତ୍ତ ବିଭାଗକୁ ଚିଠି କରିଛୁ। ଏହାକୁ ନେଇ ସେମାନେ ଯାତ୍ରା ସରିବାପରେ ରାସ୍ତା କାମ କରିବେ ବୋଲି କହିଥିଲେ। ତେଣୁ ଆମେ କାମ ଆରମ୍ଭ କରିଥିଲୁ । ମାତ୍ର ସେମାନେ ମଧ୍ୟ ଏବେ କାମ କରିବାରେ ଲାଗିଛନ୍ତି।
ଏହାକୁ ନେଇ ଉଭୟ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ଏବଂ ଜିଲାପାଳ ଏଥିରେ ହସ୍ତକ୍ଷେପ କରି ଯେପରି ରାସ୍ତା ନିର୍ମାଣ ସ୍ଥାୟିତ୍ୱ ରହିପାରିବ ଓ ଲୋକେ ଯେପରି ହଇରାଣ ନହେବେ ସେଥିନେଇ ତୁରନ୍ତ ପଦକ୍ଷେପ ନେବା ଲାଗି ସହରବାସୀ ଦାବିକରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ସାରା ଜୀବନ ପାଇଁ ଅମର ହୋଇଗଲେ ହରେକୃଷ୍ଣ ରାଉତ

ରାଜନଗର, ୨୨।୬( ଭାସ୍କର ରାଉତରାୟ) : ରାଜନଗର ବ୍ଲକ ଅନ୍ତର୍ଗତ ବାଲିସାହି ପାଟଣା ପଞ୍ଚାୟତର ଧାନଦିଆ ଗ୍ରାମର ବାସିନ୍ଦା ହରେକୃଷ୍ଣ ରାଉତ ଏକ ଅଟୋ ଧକ୍କାରେ ଗୁରୁତର…

କେସିଙ୍ଗା ଏନ୍‌ଏସିର ୧- ୨ ନମ୍ବର ୱାର୍ଡରେ ଜବରଦଖଲ ଉଚ୍ଛେଦ; ପ୍ରଥମେ ନିଜ ଘର ଭାଙ୍ଗିଲେ ନଗରପାଳ, କାର୍ଯ୍ୟକୁ ପ୍ରଶଂସା କଲେ…

କେସିଙ୍ଗା, ୨୩.୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ୧୯୬୫ ମସିହାରେ ଗଠିତ ହୋଇଥିଲା। କେସିଙ୍ଗା ଏନ୍‌ଏସି ଅନ୍ତର୍ଗତ ବଗାଡ଼ ଅଞ୍ଚଳର…

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

ହାତ ମିଳାଇଲେ ଚାଇନା-ବାଂଲାଦେଶ; ବର୍ଡରରେ ବଢିଲା ଭାରତର ଚିନ୍ତା!

ନୂଆଦିଲ୍‌ଲୀ,୨୩।୬: ଦକ୍ଷିଣ ଏସିଆର ପ୍ରତିରକ୍ଷା ବଜାର (ଡିଫେନ୍ସ ମାର୍କେଟ)ରେ ଏବେ ଜୋରଦାର ହଲଚଲ ଦେଖିବାକୁ ମିଳିଛି। ପାକିସ୍ତାନକୁ ଅନୁସରଣ କରି ଏବେ ବାଂଲାଦେଶ ମଧ୍ୟ ଚାଇନାର ଲଢ଼ୁଆ…

ଧରିତ୍ରୀରେ ଖବର ପ୍ରକାଶ ପରେ ଅସହାୟ ପରିବାରକୁ ଭେଟିଲେ ନୀଳମାଧବ ସିଂ ଦେଓ: ପ୍ରଦାନ କଲେ ସହାୟତା….

ରିଷିଡା, ୨୩।୬ (ସୁଶାନ୍ତ ମଲ୍ଲିକ): କିଛି ଦିନ ତଳେ ଧରିତ୍ରୀ ଖବରକାଗଜରେ ଏକ ଅସହାୟ ପରିବାରର ଦୁଃଖଦ ଅବସ୍ଥା ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲା। କଳାହାଣ୍ଡି ଜିଲା …

TMCର କମାଣ କାହା ହାତରେ? ମମତା ଖେଳିଲେ ବଡ଼ ଗେମ୍‌! ସମସ୍ତେ କାବା…

ନୂଆଦିଲ୍ଲୀ,୨୩।୬: ତୃଣମୂଳ କଂଗ୍ରେସ (TMC)ରେ ବିଦ୍ରୋହ ପରେ ଏବେ ଦଳ ଉପରେ କାହାର ନିୟନ୍ତ୍ରଣ ରହିବ, ସେ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ଟିଏମସିର କମାଣ କାହା…

IPL ଇତିହାସର ସବୁଠାରୁ ବଡ଼ ଡିଲ୍‌: LSGରୁ ଅଲଗା ହେଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୩।୬: ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଅଲଗା ହୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି। ପନ୍ତଙ୍କ ନିଜ ପୂର୍ବ ଦଳକୁ ଫେରିବା ଏକ ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ…

ରାଘବ ଚଢାଙ୍କୁ କ୍ୟାବିନେଟ ମନ୍ତ୍ରୀ ଅଫର୍‌! ହଠାତ୍‌ ଦିଲ୍ଲୀରୁ ଫେରି…

ନୂଆଦିଲ୍ଲୀ,୨୩।୬: ପଞ୍ଜାବ ଗସ୍ତରେ ଯାଇଥିବା ଭାରତୀୟ ଜନତା ପାର୍ଟି (BJP)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ହଠାତ ଦିଲ୍ଲୀ ଫେରି ଆସିଛନ୍ତି। ଚଣ୍ଡୀଗରେ ସେ ପଞ୍ଜାବର ରାଜ୍ୟପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri