Odisha Elections 2024

ଆମ ଜିଲା ଖବର

ସ୍ବିକ୍ୟୁରିଟି ଗାଡର୍ର୍ କରୁଛନ୍ତି ରୋଗୀ ଚିକିତ୍ସା

ନୀଳଗିରି,୧୪।୧୧(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ହସ୍ପିଟାଲକୁ ନେଇ ବିବାଦ ଥମୁନି। ଏହି ହସ୍ପିଟାଲର ଜଣେ ଅସ୍ଥାୟୀ ସୁରକ୍ଷା କର୍ମଚାରୀ ନିଜ କାର୍ଯ୍ୟ ପରିବର୍ତ୍ତେ ଚିକିତ୍ସା କାମରେ ନିୟୋଜିତ ହୋଇଥିବା ଭିଡିଓ ଭାଇରାଲ ହୋଇଛି। ଯେଉଁ କାମ ଜଣେ ଡାକ୍ତର...

ସହରାଞ୍ଚଳ ପ୍ରଦୂଷଣ ଘାତକ

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର/ ଅନୁଗୋଳ ଅଫିସ୍‌,୧୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ମାରାତ୍ମକ ସ୍ତରରେ ରହୁଛି। କେବଳ ଦିଲ୍ଲୀ ନୁହେଁ, ଦେଶର ବଡ଼ ବଡ ସହରରେ ନିଃଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ବିଶୁଦ୍ଧ ବାୟୁ ମିଳିବା କଷ୍ଟକର ହୋଇପଡ଼ିଲାଣି। ଯାନବାହନ ବୃଦ୍ଧି...

ଜନସେବା କେନ୍ଦ୍ର ଖୋଲି ଠକେଇ: ବନ୍ଧାହେଲେ ଯୁବକ

ଚିତ୍ରକୋଣ୍ଡା,୧୩।୧୧: ଜନସେବା କେନ୍ଦ୍ର ଖୋଲି ଟଙ୍କା ଠକେଇ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଅଧୀନ ବଡ଼ ପଞ୍ଚାୟତ ଜାନବାଇ ଗ୍ରାମର ତରୁଣ ସାହା(୨୦)। ମିଳିଥିବା...

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ବାଇକ୍‌

ରାଉରକେଲା ଅଫିସ,୧୩।୧୧: ରାଉରକେଲା ସେକ୍ଟର-୩ ଥାନା ଅଧୀନ ସିଡବ୍ଲ୍ୟୁଏସ୍‌ ହସ୍ପିଟାଲ ସମ୍ମୁଖରେ ରବିବାର ଭାରସାମ୍ୟ ହରାଇ ଏକ ବାଇକ୍‌ ରାସ୍ତାକଡ଼ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଇ. ଲକ୍ଷ୍ମୀ ସୁରେଶ...

ସ୍ବାଭିମାନ ଅଞ୍ଚଳରେ ଶିଶୁ ମୃତ୍ୟୁହାର ରୋକିବାକୁ ପ୍ରୟାସ

ଚିତ୍ରକୋଣ୍ଡା,୧୩।୧୧: ଓଡ଼ିଶାରେ ଶିଶୁ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ନିମୋନିଆ। ଯାହା ମାଲକାନଗିରି ଜିଲାର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଛି। ବିଗତ ଦିନରେ ଉକ୍ତ ଜିଲାରେ ମ୍ୟାଲେରିଆ ରୋକିବାକୁ ସ୍ବାସ୍ଥ୍ୟ ବିଭାଗକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ବିଶେଷକରି ଚିତ୍ରକୋଣ୍ଡା...

ଯୁବକଙ୍କୁ ଅପହରଣ ପରେ ହତ୍ୟା: ପୁଣି ୩ଜଣଙ୍କୁ ଧରିଲା ପୋଲିସ

ସମ୍ବଲପୁର,୧୩।୧୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ବିଷ୍ଣୁପଡ଼ାର ରାମଚନ୍ଦ୍ର ମେହେର(୨୫)ଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ପୋଲିସ ଆଉ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମହତାବ ନଗରର ଅଜୟ ବନଛୋର, ବିଶାଳ କୁମ୍ଭାର, ଶିବ କୁମ୍ଭାର। ପୂର୍ବରୁ ମୁଖ୍ୟ...

ଘର ନ ଛାଡ଼ିବାରୁ ଭଡ଼ାଟିଆଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୧୩।୧୧: ଭଡ଼ାରେ ରହୁଥିବା ଜଣେ ମହିଳା ଘର ନ ଛାଡ଼ିବାରୁ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଅଭିଯୋଗ ପରେ ଟାଉନ ଥାନା ପୋଲିସ ସମ୍ପୃକ୍ତ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଗାନ୍ଧୀନଗର ତୃତୀୟ ଲାଇନ୍‌ରେ ରହୁଥିବା...

ମଞ୍ଚ ନାଟକର ପୁନରୁଦ୍ଧାର ଲାଗି ପ୍ରୟାସ

ଭଞ୍ଜନଗର,୧୩ା୧୧(ଡି.ଏନ୍‌.ଏ.): ଭଞ୍ଜନଗର ଉପଖଣ୍ଡରେ ମଞ୍ଚ ନାଟକର ପୁନରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ରବିବାର ସ୍ଥାନୀୟ ଭଞ୍ଜ ସାହିତ୍ୟ ପରିଷଦରେ ଭଞ୍ଜନଗର ତରୁଣ କଳାକାର ସଂସ୍ଥା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍ଥାର ବରିଷ୍ଠ...

ବନ୍ଧୁକ ଦେଖାଇ ଫିଲ୍ମ ଷ୍ଟାଇଲ୍‌ରେ ଲୁଟିନେଲେ ୫ ଲକ୍ଷ ଟଙ୍କା

ନିଶ୍ଚିନ୍ତକୋଇଲି,୧୩ା୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ରାଣୀପଡ଼ାଠାରେ ଫିଲ୍ମ ଷ୍ଟାଇଲ୍‌ରେ ରବିବାର ଲୁଟ୍‌ ହୋଇଛି। କଟକ-ଚାନ୍ଦବାଲି ରାସ୍ତାରେ ସାଲେପୁରର ଏକ ଘରୋଇ ମିକ୍ସଚର କମ୍ପାନୀର ପିକ୍‌ଅପ୍‌ କେନ୍ଦ୍ରାପଡ଼ାରୁ ଫେରୁଥିବା ବେଳେ ରାସ୍ତାରେ ଏକ ବାଇକ୍‌ରେ ୩ ଜଣ ଯୁବକ ଆସି...

ଶିଶୁ ସାମ୍ବାଦିକଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ

ପାଟଣା,୧୩ା୧୧: ୟୁନିସେଫ୍‌, ଧରିତ୍ରୀ ଓ ପିକକ୍‌ ସଙ୍ଗଠନ ଆନୁକୂଲ୍ୟରେ ଶିଶୁ ସାମ୍ବାଦିକମାନଙ୍କ ପାଇଁ ଦୁଇଦିନିଆ ସ୍ବତନ୍ତ୍ର ପ୍ରଶିକ୍ଷଣ ପାଟଣା ଥାନା ଅନ୍ତର୍ଗତ କପୁଣ୍ଡିସ୍ଥିତ ଜୀବନଜୀବିକା ତାଲିମ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହେଉଛି। ପିକକ୍‌ ପକ୍ଷରୁ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ...

ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ବିରୋଧରେ ଏତଲା

ପାଟଣା,୧୩ା୧୧(ସ୍ବ.ପ୍ର.): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରିଙ୍କ ଦାୟିତ୍ୱହୀନ ତଥା ଅଶାଳୀନ ମନ୍ତବ୍ୟ ବିରୋଧରେ ପାଟଣା ଭାଜପା ଆଦିବାସୀ ମୋର୍ଚ୍ଚା ତରଫରୁ ବ୍ଲକ ଭାଜପା ରାଜ୍ୟ ଅନୁସୂଚିତ ଜନଜାତି ଉପସଭାପତି ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା...

ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ସରପଞ୍ଚଙ୍କ ସ୍ବାମୀ ଗିରଫ

ଆର.ଉଦୟଗିରି,୧୩।୧୧(ଡି.ଏନ.ଏ.): ଗଜପତି ଜିଲା ଅଡବା ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଅଡ଼ବା ସରପଞ୍ଚଙ୍କ ସ୍ବାମୀ ମାନସ ମଣ୍ଡଳଙ୍କୁ ରବିବାର ପୋଲିସ ଗିରଫ କରିଛି । ନାବାଳିକା ବାପାଙ୍କ ଅଭିଯୋଗ ପ୍ରକାରେ, ଗ୍ରାମର ସରପଞ୍ଚଙ୍କ ସ୍ବାମୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri