ଧର୍ମଘଟରେ ମୁଖ୍ୟମନ୍ତ୍ରୀ ବସ୍‌ସେବା ଡ୍ରାଇଭର ସଂଘ: ଗ୍ରାମାଞ୍ଚଳକୁ ଗଡ଼ିଲାନି ବସ୍‌

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ):ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବସ୍‌ସେବାର ଡ୍ରାଇଭର ସଂଘ ମଙ୍ଗଳବାରରୁ ଧର୍ମଘଟ ଆରମ୍ଭ କରିଛି। ବେତନ ବୃଦ୍ଧି, ବିନା ଦରମା କାଟି ମେଡ଼ିକାଲ ଲିଭ୍‌, ଠିକ୍‌ ସମୟରେ ନିୟମିତ ଦରମା ପ୍ରଦାନ, ଡ୍ରାଇଭର ସଂଖ୍ୟା ବୃଦ୍ଧି ଆଦି ଦାବି ନେଇ ଡ୍ରାଇଭରମାନେ ଏଭଳି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିରେ ବରଗଡ଼ ଜିଲାରେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ବସସେବା ଡ୍ରାଇଭରମାନେ ମଧ୍ୟ ସାମିଲ ଅଛନ୍ତି। ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଧର୍ମଘଟ ଯୋଗୁ ମୁଖ୍ୟମନ୍ତ୍ରୀ ବସ୍‌ସେବା(ଲକ୍ଷ୍ମୀ ବସ୍‌) ଚଳାଚଳ ବନ୍ଦ ହୋଇଥିବାରୁ ଜିଲାର ଗ୍ରାମାଞ୍ଚଳ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ସୂଚନା ଅନୁଯାୟୀ, ଗତପ୍ରାୟ ଏକବର୍ଷ ୩ମାସ ତଳୁ ପୂର୍ବ ସରକାରଙ୍କ ଲକ୍ଷ୍ମୀ ବସ୍‌ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବସ୍‌ସେବାରେ ଡ୍ରାଇଭରମାନେ କାର୍ଯ୍ୟରତ ଅଛନ୍ତି। ତେବେ ସେମାନେ ଏହି ଯୋଜନାରେ ଅବସ୍ଥାପିତ ହେବା ପରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ଠିକ୍‌ଭାବେ କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହୋଇଛି। ବର୍ଷେ ପରେ ବେତନ ବୃଦ୍ଧି ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। ମାତ୍ର ବେତନ ବୃଦ୍ଧି ହେବା ତ ଦୂରର କଥା, ସେତେବେଳେ ବେତନ ହାର ଯାହା ମିଳିବ ବୋଲି କୁହାଯାଇଥିଲା, ତାହା ମଧ୍ୟ ମିଳୁ ନାହିଁ। ଏପରିକି ନିର୍ଦ୍ଧାରିତ ସମୟରେ ନିୟମିତ ମିଳୁ ନଥିବା ଡ୍ରାଇଭରମାନେ ଅଭିଯୋଗ କରିଛନ୍ତି।
ସେହିପରି ନିଯୁକ୍ତି ସମୟରେ ଦୈନିକ ୮ଘଣ୍ଟା କାର୍ଯ୍ୟ କରିବା ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ପ୍ରାୟ ୧୨ଘଣ୍ଟା ଧରି ମଧ୍ୟ ସେମାନଙ୍କୁ କାର୍ଯ୍ୟ କରିବାକୁ ପଡୁଛି ବୋଲି ଡ୍ରାଇଭରମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ କେବେ ଜରୁରୀ କାମରେ ଛୁଟିରେ ରହିଲେ ଦରମା କଟୁଥିବାବେଳେ ନିର୍ଦ୍ଧାରିତ ସମୟରେ ବସ୍‌ ଚାଳନା ପାଇଁ ନ ପହଞ୍ଚିଲେ ଉଦ୍ଦିଷ୍ଟ ସଫ୍ଟୱେର୍‌ରେ ରେଡ୍‌ ସିଗନାଲ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି। ଏପରିକି ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ଗୋଟିଏ ସିଫ୍ଟ ଗାଡ଼ି ଚାଳନା କରିଥିଲେ ମଧ୍ୟ ସେହିଦିନର ଦରମା ମଧ୍ୟ କାଟିଦିଆଯାଇଥିବା ଡ୍ରାଇଭରମାନେ ଅଭିଯୋଗ କରିଛନ୍ତି। ଆନ୍ଦୋଳନ ଯୋଗୁ ଜିଲାରେ ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଜନାରେ ଚଳାଚଳ କରୁଥିବା ପ୍ରାୟ ୫୫ବସ୍‌ ବନ୍ଦ ରହିଛି। ତେବେ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଓଡ଼ିଶା ମୋଟର ଚାଳକ ସଂଘର ସଭାପତି ଉଗ୍ରସେନ ସାହୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?