ଏମ୍‌କେସିଜି ଆଇସିୟୁରେ ଗୁରୁତର ଯବାନଙ୍କୁ ଭେଟିଲେ ପୋଲିସ ଡିଜି

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ମାଓବାଦୀଙ୍କ ଗୁଳିରେ ଆହତ ଏସ୍‌ଓଜି ଯବାନ ପ୍ରେମ ସିଂ ମାଝୀଙ୍କୁ ଏମ୍‌କେସିଜି ମେଡିକାଲ ଆଇସିୟୁରେ ଭେଟିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସ୍ବାଇବି ଖୁରାନିଆ। ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପୋଲିସ ଏଡିଜି ସଞ୍ଜୟ କୁମାର, ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଉପସ୍ଥିତ ଥିଲେ। ମନ୍ତ୍ରୀ ଏବଂ ପୋଲିସ ମହାନିର୍ଦ୍ଦେଶକ ଯବାନଙ୍କ ସହ ଆଲୋଚନା କରିବା ସହ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ।

ସେହିପରି ଏମ୍‌କେସିଜିର ଡାକ୍ତରୀ ଦଳ ସହ ଆଲୋଚନା କରିଥିଲେ। ଯବାନ ପ୍ରେମସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ୨ ଦିନ ହେବ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗଞ୍ଜାମ ସୀମାନ୍ତ ଅଞ୍ଚଳ ରଣବା ମାଣିକେଶ୍ୱରୀ ପଞ୍ଚାୟତ ଗେବିଙ୍ଗିଆ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ପ୍ରେମ ସିଂ ମାଝୀ ଆହତ ହୋଇଥିଲେ। ତାଙ୍କ ବାମ ହାତ, ପେଟରେ ଗୁଳି ବାଜିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ଗମ୍ଭୀରଙ୍କ ହଜିଲା ନିଦ…ଫାଇନାଲ ପୂର୍ୱରୁ ଟେନଶନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର କେବଳ ଏକ ମ୍ୟାଚ ନୁହେଁ, ବରଂ 2023 ର କ୍ଷତର ହିସାବ ହେବ! ନ୍ୟୁଜିଲାଣ୍ଡ ବିପକ୍ଷରେ T20 ବିଶ୍ୱକପ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୬।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମଧନ୍ଦା ନ ପାଇ ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ…

ଏହି ଖେଳାଳି ହେବେ ‘ପ୍ଲେୟାର ଅଫ ଦି ମ୍ୟାଚ’! ଫାଇନାଲ ପୂର୍ୱରୁ ସଞ୍ଜୁ ସାମସନଙ୍କ ବଡ଼ ଭବିଷ୍ୟବାଣୀ…

ନୂଆଦିଲ୍ଲୀ,୬।୩: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ର ଗ୍ରାଣ୍ଡ ଫିନାଲେ ମୁକାବିଲା ମାର୍ଚ୍ଚ ୮ ତାରିଖରେ ଖେଳାଯିବ । ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ…

ଯେବେ ରାତି ୧୧ରେ ଯୁବତୀଙ୍କୁ ମେସେଜ କରିଥିଲେ ସଞ୍ଜୁ ସାମସନ, ଜଣା ନ ଥିଲା ଏମିତି ହୋଇଯିବ…

ନୂଆଦିଲ୍ଲୀ,୬।୩: ବର୍ତ୍ତମାନ ସବୁଠି କେବଳ ଗୋଟିଏ ନାମ ଚର୍ଚ୍ଚା ହେଉଛି: ତାହା ହେଲା ସଞ୍ଜୁ ସାମସନ। ତାଙ୍କର ଆଶ୍ଚର୍ଯ୍ୟଜନକ ବ୍ୟାଟିଂ ସହିତ, ଏହି ଓପନର ଏକାକୀ ICC…

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୪ ଗୁରୁତର

ପଦ୍ମପୁର,୬।୩(ପ୍ରଶାନ୍ତ କୁମାର କର) ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଅଧୀନ ଖିଲାପଦର ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର…

ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା! ଆଗାମୀ ୩ଦିନ ଏସବୁ ଜିଲାରେ ପ୍ରବଳ ବର୍ଷା, ଆଲର୍ଟ ଜାରି…

ଭୁବନେଶ୍ୱର,୬।୩: ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା । ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ରହିବ ପ୍ରଭାବ । ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ।…

ଟିମ୍‌ ଇଣ୍ଡିଆର ଲାଗିଲା ଲଟେରୀ, ଫାଇନାଲ ପୂର୍ୱରୁ ମିଳିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୩: ୨୦୨୬ ଟି୨୦ ବିଶ୍ୱକପ ଏବେ ଏହାର ଚୂଡ଼ାନ୍ତ ଶୀର୍ଷରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ୮ ମାର୍ଚ୍ଚରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି…

ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ଭେନସ

ଇଣ୍ଡିଆନ ଓ୍ବେଲ୍ସ,୬ା୩: ସାତ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ବିଜେତା ଭେନସ ଓ୍ବିଲିୟମ୍ସ ବିଏନ୍‌ପି ପାରିବାସ ଓପନ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଫ୍ରାନ୍ସର ଡାଏନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri