ଆମ ଜିଲା ଖବର

ଆଲବମ୍‌ ଅଭିନେତ୍ରୀଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

ବଲାଙ୍ଗୀର ଅଫିସ,୨୭ା୩: ଆଲବମ୍‌ ଅଭିନେତ୍ରୀ ତଥା ଗାୟିକା ରୁଚିସ୍ମିତା ଗୁରୁ ରବିବାର ବଲାଙ୍ଗୀର ଜିଲା ସୁଦପଡ଼ାରେ ଥିବା ତାଙ୍କ ମାମୁଙ୍କ ଘରେ ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତାଙ୍କ ନିଜ ଘର...

ହାଇଓ୍ବାକୁ ଧକ୍କା ଦେଲା ବସ୍‌, ଦୁଇ ଜଣଙ୍କ ଜୀବନ ଗଲା, ୧୦ରୁ ଊର୍ଦ୍ଧ୍ୱ ଆହତ

ସୁନ୍ଦରଗଡ଼,୨୭ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ନିକଟରେ ସୋମବାର ଭୋର୍‌ରୁ ଏକ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ହାଇଓ୍ବାକୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫...

ଭଙ୍ଗା ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ

ଭବାନୀପାଟଣା,୨୭।୩(ସ୍ବ.ପ୍ର.):ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଛି। କେତେବେଳେ ପକ୍କାଘର ପାଇଁ ଯୋଜନା ତ ପୁଣି କେତେବେଳେ ଘର ମରାମତି ପାଇଁ ଯୋଜନା ପ୍ରଣୟନ ହେଉଛି। ହେଲେ ଏସବୁ ଯୋଜନା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ସେଥିପ୍ରତି ସରକାରଙ୍କ ଦୃଷ୍ଟି ନାହିଁ।...

କୁରାଳର ଉନ୍ନୟନ କାର୍ଯ୍ୟରେ ସ୍ବଚ୍ଛତା ରହୁନି

ନୟାଗଡ଼ ଅଫିସ/ଓଡ଼ଗାଁ ,୨୭।୩(ସ୍ବ.ପ୍ର.)ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତର ନାଠିଆପଲ୍ଲୀ ସ୍କୁଲ ପାର୍ଶ୍ୱ କେଳାସାହି ବାରିପଟ ରାସ୍ତାରେ ଥିବା ଏକ ଖାତ ପୋତିବା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ୩ ମାସରେ କାମ ଶେଷ ହେବାକୁ...

କପା ନେଲେ, ଟଙ୍କା ଦେଲେନି

ମୁରିବାହାଲ,୨୭ା୩(ଡି.ଏନ.ଏ.):ବଲାଙ୍ଗୀର ଜ଼ିଲା ମୁରିବାହାଲ ଥାନା ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିତ୍ରାମୁଣ୍ଡା ଓ ଝିକିଡୁଙ୍ଗରି ଗ୍ରାମର କପା ଚାଷୀ ଠକାମିର ଶିକାର ହୋଇଛନ୍ତି। ଏହି ଦୁଇ ଗାଁର ୨୫ଜଣ ଚାଷୀଙ୍କଠାରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କପା କିଣିଥିବା ବ୍ୟବସାୟୀ ଟଙ୍କା...

ଅସ୍ଥାୟୀ ପାଚେରି ନିର୍ମାଣ କଲେ ସ୍କୁଲ କର୍ତ୍ତୃପକ୍ଷ

ଲୋଇସିଂହା୨୭।୩(ଡି.ଏନ.ଏ):ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ ଚାଲିଛି। ଏଥିଯୋଗୁ ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ପାଚେରିକୁ ଭାଙ୍ଗି ଦିଆଯାଇଛି। ସରକାରୀ ଅନୁଷ୍ଠାନ ହୋଇଥିବାରୁ ଏନ୍‌ଏଚ୍‌ ଡିଭିଜନ ପାଚେରି ନିର୍ମାଣ ଦାୟିତ୍ୱ ନେଇଛି। ହେଲେ ମାସାଧିକ ସମୟ...

ଜାତୀୟସ୍ତରର ସ୍କାମ୍‌: ଏସ୍‌ପି

ବଲାଙ୍ଗୀର ଅଫିସ, ୨୭ା୩:ବଲାଙ୍ଗୀର ଡାକମଣ୍ଡଳର ବିଭିନ୍ନ ପଦବୀ ପାଇଁ କେତେକ ପ୍ରାର୍ଥୀ ଜାଲ ସାର୍ଟିଫିକେଟ ଦେଇ ଧରାପଡିଛନ୍ତି। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ହଇଚଇ ସୃଷ୍ଟି ହୋଇଛି। ଗତ ତିନିଦିନ ଧରି ପୋଲିସ ପକ୍ଷରୁ କରାଯାଇଥିବା ଖୋଳତାଡରୁ ଏହା...

ଆରମ୍ଭ ହୋଇନି ମଡେଲ୍‌ ବସ୍‌ଷ୍ଟାଣ୍ଡ ନିର୍ମାଣ

ସୋନପୁର,୨୭।୩(ନି.ପ୍ର.):ସୁବର୍ଣ୍ଣପୁରର ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ଅନିଶ୍ଚିତତା ମଧ୍ୟରେ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏଥିପ୍ରତି ରାଜ୍ୟ ପରିବହନ ବିଭାଗ, ପୌର ପରିଷଦ କି ଜିଲା ପ୍ରଶାସନ କାହାରି ଦୃଷ୍ଟି ନାହିଁ। ନିର୍ବାଚିତ...

ଚାଉଳକୁ ନେଇ ଚିନ୍ତାରେ ହିତାଧିକାରୀ

ପୁରୀ ଅଫିସ, ୨୭ା୩: ରାଶନ କାର୍ଡ ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ଚାଉଳ ଯୋଗାଇ ଦିଆଯାଉଛି। ତେବେ କେତେକ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ଚାଉଳରେ ପ୍ଲାଷ୍ଟିକ୍‌ ଚାଉଳ ମିଶିଥିବା ଅଭିଯୋଗ ହେଉଛି। ପୁରୀ ପୌରସଂସ୍ଥା ଅନ୍ତର୍ଗତ ବଳିଆପଣ୍ଡା...

ଓଡ଼ିଶା ଲୋକସେବା ଅଧିକାର ଆଇନ କାମରେ ଲାଗୁନି

ପାରାଦୀପ,୨୭ା୩ (ସ୍ବ.ପ୍ର.): ୨୦୧୧-୧୨ ମସିହାରେ ସମଗ୍ର ଦେଶରେ ଜନ ଲୋକପାଳ ଆଇନ୍‌ ପାଇଁ ଆନ୍ଦୋଳନ ହୋଇଥିଲା। ସେତେବେଳେ ଆନ୍ନା ହଜାରେ ଅନଶନ ମଧ୍ୟ କରିଥିଲେ। ଯେଉଁଥିପାଇଁ ୟୁପିଏ ସରକାର ପରବର୍ତ୍ତୀ ସମୟରେ ଶାସନରୁ ଯାଇଥିଲା ବୋଲି ଚର୍ଚ୍ଚା ହୁଏ। ସେହି...

ବଦଳି ହୋଇ ନ ଥିବା ଅଧିକାରୀଙ୍କ ସ୍ଥାନକୁ ପଟ୍ଟାଙ୍ଗି ବିଡିଓଙ୍କ ବଦଳି

ପଟ୍ଟାଙ୍ଗି,୨୭ା୩(ଡି.ଏନ.ଏ.):ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମାର୍ଚ୍ଚ ୨ରେ ପ୍ରକାଶ ପାଇଥିବା ବଦଳି ତାଲିକାରେ କୋରାପୁଟ ଜିଲା ପଟ୍ଟାଙ୍ଗି ବିଡିଓଙ୍କ ନାମ ରହିଥିଲା। ତେବେ ତାଙ୍କ ସ୍ଥାନକୁ ବଦଳି ହୋଇଥିବା ବିଡିଓ ସେ କାର୍ଯ୍ୟ କରୁଥିବା ସ୍ଥାନରୁ ଆସୁ ନ ଥିବାରୁ...

ଦୁଃଖରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି

ମାଲକାନଗିରି,୨୭ା୩(ଡି.ଏନ.ଏ.):ପରିଣତ ବୟସରେ ସାହାରା ଖୋଜୁଛନ୍ତି ବୃଦ୍ଧ ଦମ୍ପତି। ନିରାଶ୍ରୟ ଅବସ୍ଥାରେ ସେମାନେ ଜିଇଁବାକୁ ୮୦ ବର୍ଷ ବୟସରେ କରୁଛନ୍ତି ସଂଘର୍ଷ ା ଏହି ବୃଦ୍ଧ ଦମ୍ପତି ହେଲେ ମାଲକାନଗିରି ଜିଲା କାଲିମେଳା ବ୍ଲକ ପୁଲିମେଟଲା ପଞ୍ଚାୟତ ଏମ୍‌ପିଭି-୬ ଗ୍ରାମର ମହେନ୍ଦ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri