ବିଡିଓ ନ ପହଞ୍ଚିବାରୁ ହେଲାନି ଅନାସ୍ଥା ଭୋଟ, ରାତିସାରା ପଞ୍ଚାୟତ ସାମ୍ନାରେ ବସିଲେ ସଭ୍ୟାସଭ୍ୟ

ଆନନ୍ଦପୁର,୪।୧୨( ସୁଶାନ୍ତ କୁମାର ସାହୁ ): କଣ୍ଟିପାଳ ସରପଞ୍ଚ ପଦ୍ମିନୀ ନାଏକଙ୍କ ବିରୁଦ୍ଧରେ ୮ ଜଣ ସଭ୍ୟ ଅନାସ୍ଥା ଆଣିଥିବା ବେଳେ ଗତ କାଲି ଏହାର ଭୋଟିଂ ହେବା ବଦଳରେ ବିଡିଓଙ୍କ ଦେହ ଅସୁସ୍ଥ ଦର୍ଶାଇ ଭୋଟିଂ କାର୍ଯ୍ୟ ଭଣ୍ଡୁର ହୋଇ ଥିବା ଦେଖିବାକୁ ମିଳିଛି । ଏ ନେଇ ୱାର୍ଡ ସଭ୍ୟମାନେ ବୁଧବାରଠାରୁ ପଞ୍ଚାୟତ ଆଗରେ ଧାରଣାରେ ବସିଛନ୍ତି ।
ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ କଣ୍ଟିପାଳ ସରପଞ୍ଚ ପଦ୍ମିନୀ ନାଏକଙ୍କ ନାମରେ ୮ ଜଣ ସଭ୍ୟ ଗତ ୩ ମାସ ହେବ ଅନାସ୍ଥା ଆଣିଥିବା ବେଳେ ଉପଜିଲାପାଳଙ୍କ ଚିଠି ନମ୍ବର ୧୦୨୧୩ ଅନୁଯାୟୀ ୩ ତାରିଖ ୧୧.୩୦ ସମୟ ବୁଧବାର ବିଡ଼ିଓଙ୍କ ଉପସ୍ଥିରେ ଭୋଟିଂ ହେବାର ଥିଲା। ଏ ବାବଦରେ ସମସ୍ତଙ୍କୁ ଚିଠି କରାଯାଇଥିଲା। ହେଲେ ଜାଣିଶୁଣି ବିଡ଼ିଓ ଦିନ ୧୧ ସମୟରେ ଦେହ ଅସୁସ୍ଥ ଜଣାଇ ରହିଯାଇଥିବା ୱାର୍ଡ ସଭ୍ୟମାନେ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲାରେ ନାରୀମାନଙ୍କୁ ସମ୍ମାନ ଦେବା ବଦଳରେ ସେମାନଙ୍କ ପରୋକ୍ଷରେ ସମ୍ମାନ ସହ ଖେଳ ଖେଳୁଥିବା ସଭ୍ୟ ଉମାମଣି ନାଏକ, ଅଳକା ବାରିକ, ଇନ୍ଦୁମତୀ ଖଣ୍ଡା, ମଞ୍ଜୁଲତା ବାରିକ, ସୁକାନ୍ତି ବେହେରା କହିଛନ୍ତି। ଭୋଟିଂ ନହେବାରୁ ପଞ୍ଚାୟତ ସମ୍ମୁ୍‌ଖରେ ରାତି ତମାମ ଖୋଲା ଆକାଶ ତଳେ ଶୀତ କାକରରେ ନିଆଁ ଜାଳି ରହିଥିବା ଦେଖିବାକୁ ମିଳିଛି । ଏହା ଖୁଲୁମ ଖୋଲା ପ୍ରଶାସନ ତରଫରୁ ୱାର୍ଡ ସଭ୍ୟମାନଙ୍କ ପ୍ରତି ଅବହେଳା ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।ଏହା ଦିନେ ଦୁଇଦିନ ଭିତରେ ସମାଧାନ ନହେଲେ ସଭ୍ୟ ମାନଙ୍କର କୌଣସି ଅସୁବିଧା ଘଟିଲେ ପ୍ରଶାସନ ଦାୟୀ ରହିବେ ବୋଲି ୱାର୍ଡ ସଭ୍ୟ ଧୂର୍‌ ନାଏକ,ହରିହର ନାଏକ, ନରେନ୍ଦ୍ର ବିରୁଆ ପ୍ରକାଶ କରିଛନ୍ତି ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶର ବାନ୍ଦା ପ୍ରଥମ ଝାରସୁଗୁଡ଼ା ଦେଶର ଦ୍ୱିତୀୟ ଉତ୍ତପ୍ତ ସହର

ଭୁବନେଶ୍ୱର,୨୯।୪: ରାଜ୍ୟରେ ତାତି ଅସହ୍ୟ ହେବାରେ ଲାଗିଛି। ଗତ କିଛିଦିନ ଧରି ଲଗାତର ଭାବେ ଝାରସୁଗୁଡ଼ାର ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିବା ସହ ରାଜ୍ୟର ସବୁଠୁ…

ଯାତ୍ରୀବାହୀ ଡଙ୍ଗାକୁ ବିପଦ ଡ୍ରେଜିଂ ଭେସଲର: ପଦକ୍ଷେପ ନେବାକୁ ଦାବିକଲେ ଅଞ୍ଚଳବାସୀ

ମହାକାଳପଡ଼ା, ୨୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀ-ବାହାକୁଦ-ମୂଷାଡ଼ିଆ ଫେରିଘାଟରେ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏକ ସପ୍ତାହଧରି…

ଧୁବେଲ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଦାବି

ଲୋଇସିଂହା,୨୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାଲେଭଟା ଗ୍ରାମର ପୋଖରୀ(ଧୁବେଲ ବନ୍ଧ )ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାୟ ୨ ମାସ…

ଦିନରେ ଚୁଟି ବେପାର, ରାତିରେ ଚୋରି: ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୋଗରାଇ, ୨୯ା୪(ପ୍ରଦୀପ ଦାସ):ଦିନରେ ଘର ଘର ବୁଲି ଚୁଟି ବେପାର କରୁଥିଲେ। ରାତି ହେଲେ ଘରେ ପଶି ଟଙ୍କା ପଇସା, ସୁନାଗହଣା ଲୁଟ୍‌ କରି ଚମ୍ପଟ ମାରୁଥିଲେ।…

ଆଜି ରଥ ନିର୍ମାଣ କାର୍ଯ୍ୟର ନବମ ଦିନ

ପୁରୀ,୨୯ା୪: ଆଜି ରଥ ନିର୍ମାଣ କାର୍ଯ୍ୟର ନବମ ଦିନ। ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥ…

ଚଷମା ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭଷ୍ମ

ସମ୍ବଲପୁର, ୨୯।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜାସ୍ଥିତ ଏକ ଜଣାଶୁଣା ତିନି ମହଲା ବିଶିଷ୍ଟ ଚଷମା ସୋରୁମ ‘ଭିଜନ କେୟାର’ରେ ଆଜି ଭୋର…

ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri