ସରପଞ୍ଚଙ୍କ ବିରୋଧରେ ହେଲାନାହିଁ ଅନାସ୍ଥା ଭୋଟିଂ, ନିର୍ଦ୍ଧାରିତ ସମୟ…

ଆନନ୍ଦପୁର,୩ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ସରପଞ୍ଚ ପଦ୍ମିନୀ ନାୟକଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଉପଜିଲାପାଳଙ୍କ ଚିଠି ନମ୍ବର ୧୦୨୧୨ ଅନୁଯାୟୀ ୩ ବୁଧବାର ୧୧/୩୦ ସମୟରେ ଧାର୍ଯ୍ୟ ହୋଇଥିଲା। ଏଥିରେ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ, ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା, ଆନନ୍ଦପୁର ଥାନା ଅଧିକାରୀ ଫନୀନ୍ଦ୍ର ନାୟକ ଉପସ୍ଥିତ ରହିଥିବା ବେଳେ ଉପଜିଲାପାଳଙ୍କ ଚିଠି ନମ୍ବର ୧୦୭୯୭ ଅନୁସାରେ ସ୍ବତନ୍ତ୍ର ସଭା କୌଣସି ଅପରିହାର୍ଯ୍ୟ ପରିସ୍ଥିତି କାରଣରୁ ଭୋଟିଂ ସ୍ଥଗିତ ରହିଗଲା। ଏହାକୁ ନେଇ ପଞ୍ଚାୟତରେ କିଛି ସମୟ ହୋ-ହଲ୍ଲା ହୋଇଥିଲା।ପରେ ଅନାସ୍ଥା ଆଣିଥିବା ୮ ଜଣ ସଭ୍ୟାସଭ୍ୟ ପଞ୍ଚାୟତ ସାମ୍ନାରେ ଧାରଣାରେ ବସିଥିଲେ l ଅପରାହ୍ନ ୫ଟାରେ ପୁନର୍ବାର ଆନନ୍ଦପୁର ଉପଜିଲାପାଳଙ୍କ ଚିଠି ନମ୍ବର ୧୦୮୨୬ ଅନୁସାରେ ଆସନ୍ତା ୧୯.୧୨.୨୫ ଶୁକ୍ରବାର ୧୧.୩୦ରେର କଣ୍ଟିପାଳ ପଞ୍ଚାୟତ ଅନାସ୍ଥା ପ୍ରସ୍ତାବ ପାଇଁ ବୈଠକ ନିମନ୍ତେ ଗୃହୀତ ନୋଟିସ ପ୍ରକାର ଓଡ଼ିଶା ପଞ୍ଚାୟତ ଆଇନ୍‌ ୧୯୬୪ର ଧାରା ୨୪ ଅନୁଯାୟୀ କଣ୍ଟିପାଳ ପଞ୍ଚାୟତ ଏହି ଅନାସ୍ଥା ଭୋଟିଂ ପାଇଁ ପ୍ରଶାସନ ତରଫରୁ ଆଜିର ଦିନ ଧାର୍ଯ୍ୟ ହୋଇଥିବା ବେଳେ ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା ା ୯ ଜଣ ଓ୍ବାର୍ଡ ସଭ୍ୟଙ୍କ ମଧ୍ୟରୁ ଅନାସ୍ଥା ସପକ୍ଷରେ ଥିବ ୮ଜଣ ଓ୍ବାର୍ଡମେମ୍ବର ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟଠାରେ ଭୋଟିଂ ପାଇଁ ଉପସ୍ଥିତ ରହିଥିଲେ। ହେଲେ ପ୍ରିଜାଇଡିଂ ଅଫିସର ଦାୟିତ୍ୱରେ ଥିବା ଆନନ୍ଦପୁର ବିଡିଓ କୌଣସି କାରଣରୁ ହଠାତ୍‌ ଆଜି ଛୁଟିରେ ରହିବାରୁ ଭୋଟିଂ ହୋଇପାରିନାହିଁ। ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ପରେ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ସଞ୍ଜୟ ସାମନ୍ତରାୟ ଏନେଇ ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ନୋଟିସ୍‌ ଲଗାଇଛନ୍ତି। ତେବେ ଆଜିର ଘଟଣାକୁ ନେଇ ଉପସ୍ଥିତ ଓ୍ବାର୍ଡସଭ୍ୟମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଡୁଙ୍ଗୁରିପାଲିରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ: ଜବରଦଖଲମୁକ୍ତ ହେଲା ସମବାୟ ସମିତିର ଗୋଦାମ ଗୃହ

ଡୁଙ୍ଗୁରିପାଲି, ୪।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି ଲିଃ ର ଏକ ପୁରାତନ ଗୋଦାମ ଗୃହକୁ ଦୀର୍ଘ ବର୍ଷ ଧରି ଜବରଦଖଲ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ନିୟମିତ ଭାବେ ରାସ୍ତା ଅବରୋଧକୁ କେନ୍ଦ୍ର କରି ମାରପିଟ୍, ଅଭିଯୁକ୍ତ ବାପା-ପୁଅ ଗିରଫ

ବଞ୍ଚୋ, ୪।୮(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବରାୟଣପୁର ଗ୍ରାମରେ ରାସ୍ତା ଅବରୋଧକୁ କେନ୍ଦ୍ର କରି ଘଟିଥିବା ମାରପିଟ୍ ଘଟଣାରେ ପୋଲିସ ବାପା ଓ ପୁଅଙ୍କୁ ଗିରଫ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri