ମହଙ୍ଗା ପଡ଼ିଲା ଜମି ମାଲିକଙ୍କୁ ଲାଞ୍ଚ ମାଗିବା, ଏତିକି ବର୍ଷ କାରାଦଣ୍ଡ ସହ ଜରିମାନା ରହିଛି…

ବରଗଡ଼,୩ା୧୨(ପ୍ରେମାନନ୍ଦ ଖମାରୀ): ଜମି ଅଧିଗ୍ରହଣ ବାବଦକୁ କ୍ଷତିପୂରଣ ପ୍ରଦାନରେ ଜଣେ ଜମି ମାଲିକଙ୍କଠାରୁ ଲାଞ୍ଚ ନେବା ବରଗଡ଼ ଅଶୋକା ବିଲ୍ଡକନର ଲିଆସୋନିଙ୍ଗ ଆସିଷ୍ଟାଣ୍ଟ ଶାନ୍ତନୁ ନାଏକଙ୍କୁ ମହଙ୍ଗା ପଡ଼ିଛି। ବରଗଡ଼ ଭିଜିଲାନ୍ସ କୋର୍ଟରେ ସ୍ବତନ୍ତ୍ର ବିଚାରପତି ବୁଧବାର ଏହି ଲାଞ୍ଚ ମାମଲାର ବିଚାର କରି ଲିଆସୋନିଙ୍ଗ ଆସିଷ୍ଟାଣ୍ଟ ନାଏକଙ୍କୁ ୩ବର୍ଷ କାରାଦଣ୍ଡାଦେଶ ଏବଂ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।

ପ୍ରକାଶ ଥାଉକି, ଅଶୋକା ବିଲ୍ଡକନ ଏକ ରାସ୍ତା ନିର୍ମାଣକାରୀ ସଂସ୍ଥା। ଏହି ସଂସ୍ଥା ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟିଠାରୁ ସମ୍ବଲପୁର ଜିଲା ଅଇଁଠାପାଲି ପର୍ଯ୍ୟନ୍ତ ୮୮କି.ମି ଫୋରଲେନ ରାସ୍ତା ନିର୍ମାଣ କରିଛି। ତେବେ ଏହି ରାସ୍ତା ନିର୍ମାଣ ସମୟରେ ଜମି ଅଧିଗ୍ରହଣ ହୋଇଥିଲା ଏବଂ ସେହି ସମୟରେ ଲିଆସୋନିଙ୍ଗ ଆସିଷ୍ଟାଣ୍ଟ୍‌ ନାଏକ ଜଣେ ଜମି ମାଲିକଙ୍କୁ କ୍ଷତିପୂରଣ ଯୋଗାଇବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଥିଲେ। ତାଙ୍କ ବିରୋଧରେ ବରଗଡ଼ ଭିଜିଲାନ୍ସ କୋର୍ଟରେ ମାମଲା ଚାଲିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Oman Vs Indian Rupee: ମୋଦିଙ୍କ ଓମାନ ଗସ୍ତ ପରେ ଲକ୍ଷପତି ହେବେ ୫ଶହ ଭାରତୀୟ

ମସକଟ,୧୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି, ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରୁଛନ୍ତି। ତାଙ୍କର ଚାରି ଦିନିଆ ଗସ୍ତ ସମୟରେ,...

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

ମହମ୍ମଦ ମୋକିମ କିଏ… ବର୍ଷିଲେ ପିସିସି ସଭାପତି: ଗୁମର ଖୋଲି କହିଲେ..

ଭୁବନେଶ୍ୱର,୧୬।୧୨: କଂଗ୍ରେସରୁ ମହମ୍ମଦ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଛନ୍ତି, ମହମ୍ମଦ ମୋକିମ କିଏ,...

ବଢିଲା ଶୀତ: ଦାରିଙ୍ଗବାଡିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ...

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ମୃତ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ,୧୬ା୧୨: ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି...

‘ଜମ୍ମୁ-କଶ୍ମୀର ଆମର ଥିଲା ରହିବ…’ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୧୬।୧୨: ଜାତିସଂଘ ସୁରକ୍ଷା ପରିଷଦରେ ‘ଶାନ୍ତି ପାଇଁ ନେତୃତ୍ୱ’ ବା‘ଲିଡରଶିପ ଫର ପିସ୍‌’ ଉପରେ ଖୋଲା ବିତର୍କ ସମୟରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି।...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ସୁବଳୟା ଅଞ୍ଚଳରେ ବୁଲୁଛନ୍ତି ଦନ୍ତାହାତୀ: ଗୋଡେ ଗୋଡେ ଜଗିଛି ବନ ବିଭାଗ

ଅମରପାଲି, ୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ବୀରମହାରାଜପୁର ବନାଞ୍ଚଳର ସୁବଳୟା ଅଞ୍ଚଳରେ ଜଙ୍ଗଲି ଦନ୍ତା ହାତୀ ବୁଲୁଥିବାବେଳେ ବନବିଭାଗ ପଛେପଛେ ଯାଉଛନ୍ତି। ସୂଚନା ଅନୁସାରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri