Odisha Elections 2024

ଆମ ଜିଲା ଖବର

ପଟାସ ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ପାଟଣା,୨୦/୪(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକବୁଢୀ କାପୁଡି ପଞ୍ଚାୟତ ପାଣପଶି ପଟାସ ଜଙ୍ଗଲରୁ ଗୁରୁବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ମୃତଦେହ ନିକଟରେ କୀଟନାଶକ ସହ ସାଇକେଲ ପଡିରହିଥିବା...

ଅତିଷ୍ଠ କରୁଛି ବିଦ୍ୟୁତ୍‌ ବିଭ୍ରାଟ

ବଅଁରପାଳ, ୨୦।୪ (ଡି.ଏନ.ଏ.) ଅନୁଗୋଳ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି। ତାପମାତ୍ରା ରେକର୍ଡ ପରେ ରେକର୍ଡ କରୁଥିବା ବେଳେ ବଅଁରପାଳ ବ୍ଲକ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ ଲୋକଙ୍କୁ ଅତିଷ୍ଠ କରିଦେଉଛି। ଦିନରେ ତାତି ଓ...

ଓଭରବ୍ରିଜ ତଳକୁ ଖସିପଡିଲା ବାଇକ୍‌, ଇଂଞ୍ଜିନିୟର ମୃତ

କେନ୍ଦୁଝର,୨୦।୪(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ଧୃପଦା ଓଭର ବ୍ରିଜ ଉପରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବ୍ରିଜ ତଳକୁ ଖସି ପଡିଛି। ଫଳରେ ଜଣେ ଇଂଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜଗସିଂହପୁର ଜିଲା କାକଟପୁର ଥାନା ଅଞ୍ଚଳର ଅରୁଣ କୁମାର...

ପାଞ୍ଚୋଟି ଚେକ୍‌ ଡ୍ୟାମ୍‌ର ପୁନରୁଦ୍ଧାର ଦାବି

ପୋଲସରା, ୨୦।୪: ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନାଥପୁର ଡାବୁରିଆ ନାଳରେ ନିର୍ମିତ ପାଞ୍ଚୋଟି ଚ୍ୟାକ୍‌ ଡ୍ୟାମ୍‌ର ମାଟି ବ୍ୟାଙ୍କ, ଗାର୍ଡ ୱାଲ, ପଥର ପ୍ୟାକିଙ୍କି, ଆବଶ୍ୟକ କଂକ୍ରିଟ କେନାଲ ନିର୍ମାଣ କରିବା, କାଶୀନାଥପୁର ଚ୍ୟାକ୍‌ ଡ୍ୟାମ୍‌ ଅର୍ଥାତ ପ୍ରାୟ...

୨୧ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ

ଗଞ୍ଜାମ, ୨୦।୪(ଡି.ଏନ.ଏ.) ଗଞ୍ଜାମ ସହର ବଡ଼ବଜାରଠାରେ ବହୁ ପୁରାତନ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ଅବସ୍ଥିତ। ଏଠାରେ ସ୍କୁଲ ନିର୍ମାଣ ପାଇଁ ଗଞ୍ଜାମ ତଥା ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍‌ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ମା’ ସ୍ବର୍ଗତ ଯଶୋଦା ପଣ୍ଡା ଜମି ପ୍ରଦାନ...

ପାଣି ପାଇଁ ଡହଳବିକଳ ଲଣ୍ଡାଗାଁ ପଞ୍ଚାୟତବାସୀ

ବାଲିଗୁଡା, ୨୦।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରତିଦିନର ତାପମାତ୍ରା ୪୦ ରୁ ୪୧ଡିଗ୍ରୀ ରହୁଛି। ତାପମାତ୍ରା ବୃଦ୍ଧି କାରଣରୁ ନଦୀ...

ଓଡ଼ିଶା ପାଣି ଲୁଟିବାକୁ ଆଉ ପାଦେ ଆଗେଇଲା ଆନ୍ଧ୍ର

ପାରଳାଖେମୁଣ୍ଡି, ୨୦।୪ (ଡି.ଏନ୍‌.ଏ): ଗଜପତି ଜିଲାର ଦୁଇ ନଦୀ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଛି । ମହେନ୍ଦ୍ରତନୟା ଓ ବଂଶଧାରା ନଦୀ ଉପରେ ଆନ୍ଧ୍ର ପ୍ରକଳ୍ପ ନିର୍ମାଣ କରି ବିବାଦକୁ ଆସିବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଉଭୟ...

ରାଜସ୍ବ ଫାଙ୍କି ରୋକିବ ଆଇଓଟି ଡିଭାଇସ୍‌

ଯୋଡ଼ା,୨୦ା୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଲୁହାପଥର ମାନରେ ହେର୍‌ଫେର ନେଇ ହେଉଥିବା ଅଭିଯୋଗକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରିଛନ୍ତି। ଖଣି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ଫେବୃୟାରୀ...

ପୁନରୁଦ୍ଧାର ହେବ ଉତ୍କଳମଣିଙ୍କ ବାସଭବନ

ବାରିପଦା ଅଫିସ,୨୦ା୪: ମୟୂରଭଞ୍ଜ ଜିଲା ବାରିପଦା ପୌରପରିଷଦର ପ୍ରଥମ ଉପାଧ୍ୟକ୍ଷ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବାସଭବନର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ବୁଧବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କ୍ଷେତ୍ର...

‘ଡିସେମ୍ବର ସୁଦ୍ଧା ସରିବ କାନପୁର ଡ୍ୟାମ୍‌ କାମ’

କେନ୍ଦୁଝର/ଆନନ୍ଦପୁର,୨୦ା୪(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବୁଧବାର କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଯୋଡ଼ା ବ୍ଲକ୍‌ କାନପୁର ଜଳସେଚନ ପ୍ରକଳ୍ପ ଗସ୍ତ କରି ଏହି ପ୍ରକଳ୍ପ ଡିସେମ୍ବର...

ଉନ୍ନୟନ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଯୋଡ଼ା/ବଡ଼ବିଲ୍‌/କେନ୍ଦୁଝର,୨୦ା୪(ଡି.ଏନ.ଏ./ସ୍ବ.ପ୍ର.): ଗ୍ରାମ୍ୟ ଉନ୍ନୟନ ଓ ସୂଚନା ଲୋକସମ୍ପର୍କ ବିଭାଗ ତଥା ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କେନ୍ଦୁଝର ଜିଲା ଯୋଡ଼ା ଓ ବଡ଼ବିଲ ଅଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଗ୍ରାମୀଣ ଉନ୍ନୟନ କାର୍ଯ୍ୟ ଓ...

ପ୍ରମାଣପତ୍ର ପାଇବାକୁ ଭୂମିହୀନ ହନ୍ତସନ୍ତ

କେନ୍ଦ୍ରାପଡ଼ା ଅଫିସ, ୨୦ା୪: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଟିକରପଙ୍ଗା ପଞ୍ଚାୟତ ନାରାୟଣପୁର ଗଁାରେ ପ୍ରାୟ ୩୦୦ ପରିବାର ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଅନୁସୂଚିତ ଜାତି ବର୍ଗ। ତେବେ ଏସ୍‌ଇସିସି (ସୋସିଓ ଇକୋନୋମିକ ଆଣ୍ଡ କାଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri