Posted inଗଜପତି

ଦୁଇ ଦିନ ହେଲାଣି ତୁଷାରପାତ, ପ୍ରବଳ ଥଣ୍ଡାରେ ଥରୁଛି ଜି.ଉଦୟଗିର

ଜି.ଉଦୟଗିରି, ୧୨।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଶୀତଳତମ ସହର ଜି.ଉଦୟଗିରି ଅଞ୍ଚଳରେ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଜାଡ଼ ଥଣ୍ଡା ସହ କୋହଲା ପବନ ଥଣ୍ଡାକୁ ଦ୍ୱିଗୁଣିତ କରୁଛି। ଦୁଇ ଦିନ ହେଲା ଜି.ଉଦୟଗିରିରେ ୩ ଡିଗ୍ରୀ ତାପମାତ୍ରା ରହୁଥିବା ବେଳେ ସହର ସହ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ସମଗ୍ର ରାଜ୍ୟରେ ଶନିବାର ସକାଳ ସୁଦ୍ଧା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସେମିଳିଗୁଡ଼ା ୪.୬, ଫୁଲବାଣୀ ୫.୫ ଡିଗ୍ରୀ ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ମିଳିଛି। ପ୍ରତିଦିନ ପାରଦ ତଳ ମୁହାଁ ହେଉଥିବାବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି। ଅତ୍ୟଧିକ ଜାଡ଼ ଥଣ୍ଡା ଯୋଗୁ ସକାଳ ୧୦ ଘଣ୍ଟିକା ଯାଏ ଘରୁ ବାହାରିବା କଷ୍ଟକର ହେଉଛି। ଓଡ଼ିଶାର କନ୍ଧମାଳ ଜିଲା ଜି.ଉଦୟଗିରିରେ ଆଜି ମଧ୍ୟ ସର୍ବନିମ୍ନ ତାପମାତ୍ରା ରହିଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁ ସମସ୍ତେ ପ୍ରଭାବିତ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ପାହଡ଼ ତଳିଆ ଅଞ୍ଚଳରେ ଆହୁରି ଅଧିକ ଥଣ୍ଡା ହେଉଥିବା ଦାବି ହେଉଛି।ଜି.ଉଦୟଗିରି ରେ ବିଗତ ୮ ଦିନ ହେବ ୫ ଡିଗ୍ରୀ ତଳେ ତାପମାତ୍ରା ରହିଛି । ପ୍ରବଳ ଜାଡ଼ ଶୀତ, କୋହଲା ପବନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଜୀବନ ଜୀବିକା ପ୍ରଭାବିତ ହେଉଛି। ବିଶେଷ କରି ଯାନବାହାନ ଚଳାଚଳ ଅସୁବିଧା ହେଉଛି ଓ ଦୁର୍ଘଟଣା ମଧ୍ୟ ବଢୁଛି। ଏପଟେ ଶୀତର ମଜା ନେବା ପାଇ ଜିଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଗାମୀ ଦିନରେ ଓଡ଼ିଶାର ଜି.ଉଦୟଗିରି ପର୍ଯ୍ୟଟନର ହବ୍‌ ହେବା ନେଇ ସାଧାରଣରେ ଦାବି ହେଉଛି। କାହିଁକି ନା ଏହାର ୪୦ କିଲୋମିଟର ବଳୟ ଭିତରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ରହିଛି । ଯେମିତିକି କଳିଙ୍ଗା ଘାଟି,କଳିଙ୍ଗା ବାଟନିକାଲ ଗାର୍ଡେନ, ଡୁଙ୍ଗି ଶିବ ମନ୍ଦିର,ରାଜାଗଡ଼ା ୱାଟର ଫଲ, ସିର୍କି ଇକୋ ପାର୍କ,କାଲିଗାଡୁ ହିଲ ଟପ୍‌ ,ମୁକଲିଙ୍ଗିଆ ଗୋଲ ଓ ମରିଚ କଫି ବଗିଚା , କଲିନାଯୁ ଡ୍ୟାମ,ଧାଙ୍ଗାଡ଼ାମାହା ମଧୁଝରି ଜଳାଶୟ, ମୁଣ୍ଡାକାଙ୍ଗାର ଗୁମ୍ଫା,ଡଡା ସରୁ ବାଘ ଗୁମ୍ଫା,ବଲାସରୁରେ ମେଘ ମାଳାର ଦୃଶ୍ୟ ଓ କତିଙ୍ଗିଆ ଗଡ଼ିଶିଲା ୱାଟର ଫଲ ସହ ଅଞ୍ଚଳରେ ଥିବା ପାହାଡ଼ ପାଦ ଦେଶରେ ସାହସୀକ ଜଙ୍ଗଲ ଟ୍ରାକିଙ୍ଗ ଇତ୍ୟାଦି ପର୍ଯ୍ୟଟକଙ୍କୁ ଭରପୂର ଆନନ୍ଦ ଦେବ । ଅଞ୍ଚଳର ସବୁଜିମା ସମସ୍ତଙ୍କୁ ଆକର୍ଷଣ କରୁଥିବାରୁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶକୁ ଗୁରୁତ୍ୱ ଦେବା ପାଇଁ ସରକାରଙ୍କ ନିକଟରେ ଅଞ୍ଚଳବାସୀ ଦାବି କରିଛନ୍ତି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

୧୧ ସେପ୍ଟେମ୍ବର ତୁଳା ସମେତ ୪ ରାଶିଙ୍କ ପାଇଁ ହେବ ସ୍ବତନ୍ତ୍ର: ଘଟିବ ଏଭଳି ଯାହା କେବେ ଭାବିନଥିଲେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୧ ସେପ୍ଟେମ୍ବର ୨୦୨୬, ଅର୍ଥାତ୍‌ କୁଶାଗ୍ରହଣୀ ଅମାବାସ୍ୟା ଦିନ ଶୁକ୍ର ଗ୍ରହ ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ରଦେବ ୨୪ ଅକ୍ଟୋବର ପର୍ଯ୍ୟନ୍ତ…

ଗାଡ଼ିର ଚାଲାଣ ଭରିନାହାନ୍ତି କି? ଏହିଦିନ ମିଳିବ ବଡ଼ ସୁଯୋଗ, କମ୍‌ ଟଙ୍କାରେ କରନ୍ତୁ ସମାଧାନ

ନୂଆଦିଲ୍ଲୀ,୮।୯: ରାସ୍ତାରେ ଟ୍ରାଫିକ ନିୟମ ଏବେ ଅଧିକ କଡ଼ା ହୋଇଛି। ଅଜାଣତରେ କିମ୍ବା ଭୁଲ୍‌ବଶତଃ ଗାଡ଼ିର ଇ-ଚାଲାଣ କଟିଯିବା ସାଧାରଣ କଥା। ଅନେକ ସମୟରେ ଚାଲାଣ ରାଶି…

ଦୁର୍ଗାପୂଜାରେ ବାଜିବ ନାହିଁ ଡିଜେ, ଅଷ୍ଟମୀ ହେବ ‘ଡ୍ରାଏ ଡେ’…, ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେବ ଭାଜପା ସରକାର

କୋଲକାତା,୮।୯: ଅକ୍ଟୋବର ୧୧ରେ ସାରା ଦେଶରେ ନବରାତ୍ରି ପର୍ବ ଆରମ୍ଭ ହେବ। ଏହି ଅବସରରେ ପଶ୍ଚିମବଙ୍ଗର ଦୁର୍ଗାପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ୭୫ ବର୍ଷ ପରେ…

୧୭ ବର୍ଷରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡନୃତ୍ୟ: ଚର୍ଚ୍ଚାରେ ଦେବେନ୍ଦ୍ର ନାଏକ

ଅମରପାଲି,୮ା୯(ପୀତାମ୍ବର ସାହୁ):ଦଣ୍ଡ ନୃତ୍ୟ, ଷୋଳ ସୁଆଙ୍ଗ ଓଡ଼ିଶାର ପ୍ରାଚୀନ ଲୋକକଳା ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଆଧୁନିକତାର ପ୍ରଭାବରେ ଏହି ପାରମ୍ପରିକ କଳା ଧୀରେ ଧୀରେ…

‘ଲାଜ ଲାଗୁନି…’, କଙ୍ଗନାଙ୍କ ମୁଣ୍ଡକୁ ଉଠିଗଲା ରାଗ: ଅଧିକାରୀଙ୍କୁ ମନ ଇଚ୍ଛା ଶୁଣାଇଦେଲେ

ମଣ୍ଡି,୮।୯: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ସାଂସଦ କଙ୍ଗନା ରାଣାୱତ ଜିଲା ବିକାଶ ସମନୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକରେ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ କଡ଼ା…

୫ ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ବାହାରିଲା ଏକ ଟିମ୍ : ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ

ନନ୍ଦନକାନନ,୮।୯: ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri