କଣ୍ଟିଲୋ ପିଇଓ ନିଲମ୍ବିତ
ନୟାଗଡ଼ ଅଫିସ,୨୩ା୫: ନୟାଗଡ଼ ଜିଲା ଖଣ୍ଡପଡା ବ୍ଲକ କଣ୍ଟିଲୋ ପଞ୍ଚାୟତର ଏକ୍ଜିକ୍ୟୁଟିଭ ଅଫିସର (ପିଇଓ) ବିଜୟ କୁମାର ନନ୍ଦଙ୍କୁ ଜିଲାପାଳ ପୋମା ଟୁଡୁ ଗତ ୨୦ ତାରିିଖରେ ନିଲମ୍ବିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗରେ ତାଙ୍କ ବିରୋଧରେ...
କୁରାଳ ପଞ୍ଚାୟତକୁ ଶଟ୍ଡାଉନ୍ ଘୋଷଣା କଲେ ସରପଞ୍ଚ
ଓଡ଼ଗାଁ,୨୨ା୫(ସ୍ବ.ପ୍ର.): ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସର୍ବାଗ୍ରେ କୁରାଳ ପଞ୍ଚାୟତ ରହିଛି। ଲଗାତାର ଦୁଇ ଦିନରେ ଏହି ପଞ୍ଚାୟତ ଅଧୀନରେ ଥିବା ସଙ୍ଗରୋଧ କେନ୍ଦ୍ରରୁ ୧୬ ସୁରଟ ଫେରନ୍ତା କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଫଳରେ ସରପଞ୍ଚ ପଞ୍ଚାୟତରେ...
କ୍ଲବ ପରିସରରେ ପଡ଼ିରହିଛି ରାତ୍ରି ଜଗୁଆଳିଙ୍କ ମୃତଦେହ: କାରଣ ଅସ୍ପଷ୍ଟ
ନୟାଗଡ଼ ଅଫିସ,୨୨ା୫: ନୟାଗଡ଼ର ସର୍ବ ପୁରାତନ କେସି କ୍ଲବ ପରିସରରେ କ୍ଲବର ନାଇଟ୍ ୱାଚର ବସନ୍ତ ବେହେରା (ଘାଉଆ)ଙ୍କର ମୃତଦେହ ପଡ଼ିରହିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ନୟାଗଡ଼ ଟାଉନ ଥାନା ପୋଲିସ...
କ୍ୱାରାଣ୍ଟାଇନ ସେଣ୍ଟରରେ ଟଳିପଡ଼ିଲେ ପ୍ରବାସୀ
ନୟାଗଡ ଅଫିସ/ଓଡ଼ଗାଁ,୨୦।୫(ସ୍ବ.ପ୍ର.): ନୟାଗଡ଼ ଜିଲା ବାହାଡ଼ାଝୋଲା ବାଳିକା ଉଚ୍ଚ ବିଦ୍ୟାଳୟ କ୍ବାରାଣ୍ଟାଇନ ସେଣ୍ଟରରେ ବୁଧବାର ସକାଳେ ଜଣେ ପ୍ରବାସୀ ଗାଧୋଇବା ପାଇଁ ତେଲ ଲଗାଉଥିବା ବେଳେ ହଠାତ୍ ଟଳି ପଡିଥିଲେ। ସେ ହେଲେ ନୂଆଗାଁ ବ୍ଲକ ହରିପୁର ଅଞ୍ଚଳର ଭଜକୃଷ୍ଣ...
ନୟାଗଡ଼ରେ ଆଉ ୩ କରୋନା ଆକ୍ରାନ୍ତ
ନୟାଗଡ଼ ଅଫିସ/ଗଣିଆ,୧୮ା୫(ଡି.ଏନ୍.ଏ.): ଗଣିଆ ବ୍ଲକର ୩ଜଣ ଚିହ୍ନଟ ପରେ ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚତ୍ଛି। ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୩୧, ୪୭ ଓ ୪୮ ବର୍ଷର ପ୍ରବାସୀ ଶ୍ରମିକ ଚିହ୍ନଟ ହୋଇଛନ୍ତି।...
ଶଟ୍ଡାଉନ୍ ଘୋଷଣା କଲେ ସରପଞ୍ଚ
ରଣପୁର, ୧୮ା୫ (ସ୍ବ.ପ୍ର.): କରୋନା ମୁକାବିଲା ପାଇଁ ସରକାର ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ରଣପୁର ବ୍ଲକ ବ୍ରଜରାଜପୁର ସରପଞ୍ଚ ସୁକାନ୍ତ ସାମନ୍ତରାୟ ସୋମବାର ଏହି କ୍ଷମତା ପ୍ରୟୋଗ କରି କୁଞ୍ଜବନ ଓ ବାମ୍ବଡା ଗ୍ରାମର...
କେରଳ, ମଧ୍ୟପ୍ରଦେଶରେ ଫସିଛନ୍ତି ୧୫୦ ଶ୍ରମିକ
ରଣପୁର, ୧୮ା୫ (ସ୍ବ.ପ୍ର.): ଲକ୍ଡାଉନ ଯୋଗୁ ରଣପୁର ବ୍ଲକ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ କେରଳ ଓ ମଧ୍ୟପ୍ରଦେଶରେ ଫସିରହିଛନ୍ତି। କେରଳ ରାଜ୍ୟର ତ୍ରିବେନ୍ଦ୍ର ହାଉସିଂ ବୋର୍ଡ ଠେଙ୍ଗାଚୁଲା ଅଞ୍ଚଳରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଭୋକ ଉପାସରେ କାଳାତିପାତ କରୁଛନ୍ତି।...
ଚାଲି ଚାଲି, ସାଇକେଲରେ ଫେରିଲେ ୧୩ ଶ୍ରମିକ
ନୟାଗଡ଼ ଅଫିସ, ୧୩ା୫: ଝାଡ଼ଖଣ୍ଡ ଓ ଆନ୍ଧ୍ରରୁ ଚାଲି ଚାଲି ଓ ସାଇକେଲ ଯୋଗେ ୧୩ଜଣ ପ୍ରବାସୀ ଶ୍ରମିକ ନୟାଗଡ଼ ଫେରିଛନ୍ତି। ଆନ୍ଧ୍ରରୁ ଗୋଡିପଡା ନିକଟ ଡିମଶରର ୨ଜଣ ଶ୍ରମିକ ଚାଲି ଚାଲି ନୟାଗଡ ଆସୁଥିଲେ। ହେଲେ ଚିକାଗୋ ପୋଲିସ...
ସଙ୍ଗରୋଧ କେନ୍ଦ୍ରରୁ ପ୍ରବାସୀ ଶ୍ରମିକ ଫେରାର
ନୟାଗଡ ଅଫିସ/ରଣପୁର,୧୧ା୫(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ବ୍ଲକ ମଝିଆଖଣ୍ଡ ପଞ୍ଚାୟତର ଏକ ସଙ୍ଗରୋଧ କେନ୍ଦ୍ରରୁ ଜଣେ ପ୍ରବାସୀ ଶ୍ରମିକ ସୋମବାର ଫେରାର ହୋଇଯାଇଛନ୍ତି। ଲୋଧାଚୁଆ ଗଁାର ରମେଶ ଚନ୍ଦ୍ର ସାହୁ (୨୫) ୪ଦିନ ତଳେ କେରଳରୁ ଆସି ଏଠାରେ ରହିଥିଲେ।...
ଆଶାକର୍ମୀଙ୍କୁ ଆକ୍ରମଣ, ୨ ଗିରଫ
ନୟାଗଡ଼ ଅଫିସ/ରଣପୁର,୧୧ା୫(ସ୍ବ.ପ୍ର.): ରଣପୁର ଥାନା ବିନୋଦପଡାଠାରେ ଭୁବନେଶ୍ୱର ଫେରନ୍ତାଙ୍କ ନାମ ପଞ୍ଜୀକରଣ କରିବାରୁ କରୋନା ଯୋଦ୍ଧା ଆଶାକର୍ମୀ ନଳିନୀ ପ୍ରଧାନଙ୍କୁ ରବିବାର ରାତିରେ ଆକ୍ରମଣ ହୋଇଛି। ଆଶାକର୍ମୀଙ୍କ ଅଭିଯୋଗ କ୍ରମେ ରଣପୁର ପୋଲିସ ଏକ ମକଦ୍ଦମା ରୁଜୁ କରି ସମ୍ପୃକ୍ତ...
CORONAVIRUS UPDATE: ନୟାଗଡ଼ ଜିଲାକୁ ଡେଇଁଲା କରୋନା; ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୮୯
ଭୁବନେଶ୍ୱର,୯।୫(ବ୍ୟୁରୋ)- ନୟାଗଡ଼ ଜିଲାକୁ ଡେଇଁଛି କରୋନା। ଶନିବାର ଜିଲାର ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ବୟସ ୪୦ବର୍ଷ ହୋଇଥିବାବେଳେ ସେ ସୁରଟ ଫେରନ୍ତା ଏବଂ କ୍ୱାରାଣ୍ଟାଇନରେ...
କୋଭିଡ୍ ହେଲ୍ଥ ସେଣ୍ଟରରେ ୫-ଟି ସଚିବ
ନୟାଗଡ଼ ଅଫିସ/ରଣପୁର,୬ା୫(ସ୍ବ.ପ୍ର.): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କୋଭିଡ୍ ହସ୍ପିଟାଲ୍ ଯାଇ ସ୍ଥିତି ପରଖୁଛନ୍ତି। ଏହି କ୍ରମରେ ବୁଧବାର ୫-ଟି ସଚିବ ଭି.କେ. ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ...
ନୟାଗଡ଼ କୋଭିଡ-୧୯ ଡାକ୍ତରଖାନା ପରିଦର୍ଶନ କଲେ ୫-ଟି ସଚିବ
ନୟାଗଡ଼ ଅଫିସ, ୬।୫: ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ କୋଭିଡ-୧୯ ହସ୍ପିଟାଲକୁ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ବୁଧବାର ପରିଦର୍ଶନ କରିଛନ୍ତି। ସକାଳ ୯.୩୦ ମିନିଟ୍ରେ ଉଭୟ ପହଞ୍ଚିବା ପରେ ସୁରକ୍ଷା...
ବଜ୍ରପାତରେ ଗାଈଆଳଙ୍କ ଜୀବନ ଗଲା
ନୟାଗଡ଼ ଅଫିସ, ୬।୫: ନୟାଗଡ଼ ଜିଲାରେ ବୁଧବାର ପୂର୍ବାହ୍ନରେ ବଜ୍ରପାତ ଘଟି ଜଣେ ଗାଈଆଳଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଲିଙ୍ଗରାଜ ବେହେରା। ତାଙ୍କ ଘର ନୟାଗଡ଼ ଜିଲା ସରଣକୁଳ ଥାନା ବାଉଁସିଆ ଗାଁରେ। ଲିଙ୍ଗରାଜ ଗାଈ ଚରାଇବାକୁ ଗାଁ...
ଜୀବନଜୀବିକା ପାଇଁ କରାଯାଉ ବ୍ୟବସ୍ଥା: ଜିଲାପାଳଙ୍କୁ ଫେରାଦ ହେଲେ ପେଣ୍ଟିଂ ଆର୍ଟିଷ୍ଟ
ନୟାଗଡ଼ ଅଫିସ,୧।୫: ନୟାଗଡ଼ ଜିଲାରେ ପେଣ୍ଟିଂ ଆର୍ଟିଷ୍ଟ କାମ ନ ପାଇ ଦୁଃଖଦ ଜୀବନ ବିତାଉଛନ୍ତି। କରୋନା ଛଡାଇ ନେଇଛି ମୁହଁର ହସ। ଭୋକଉପାସରେ ସେମାନେ ଦିନ କାଟୁଛନ୍ତି। ଗୁରୁବାର ସେମାନେ ଜିଲାପାଳଙ୍କୁ ଭେଟି ଜୀବନଜୀବିକା ବ୍ୟବସ୍ଥା କରିବାକୁ ନିବେଦନ...
ସଙ୍ଗରୋଧ ଗୃହକୁ ଗଲେ ୪୬ ସୁରଟ ଫେରନ୍ତା
ଓଡ଼ଗାଁ,୧ା୫(ସ୍ବ.ପ୍ର.): ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳର ୪୬ ସୁରଟ ଫେରନ୍ତାଙ୍କୁ ସାକେରି ହାଇସ୍କୁଲ ସଙ୍ଗରୋଧ ଗୃହରେ ୧୪ଦିନ ପାଇଁ ରଖାଯାଇଛି। ସୂଚନା ଅନୁସାରେ ଏହି ଥାନା ଅନ୍ତର୍ଗତ ସାକେରି, ଆରେଡା, ଗିରିଡିପଲ୍ଲୀ, ବାହାଡ଼ାଝୋଲା ତଥା ପଡୋଶୀ ଗଞ୍ଜାମ...
ସରକାରୀ ନିର୍ଦ୍ଦେଶକୁ ଫୁ’: ଶ୍ରମିକଙ୍କ ବଦଳରେ ଜେସିବିରେ ଚାଲିଛି ପୋଖରୀ ଖୋଳା
ଓଡ଼ଗାଁ, ୧।୫(ସ୍ବ. ପ୍ର. ): ନୟାଗଡ଼ ଜିଲା ଓଡ଼ଗାଁରେ ଶ୍ରମିକ ଦିବସ ଅର୍ଥାତ୍ ମେ’ ୧ରେ ଶ୍ରମିକଙ୍କ ବଦଳରେ ଜେସିବି ଦ୍ୱାରା ପୋଖରୀ ଖୋଳା ଚାଲିଥିବା ଦେଖିବାକୁ ମିଳୁଛି। କରୋନା ମୁକାବିଲା ପାଇଁ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଶ୍ରମଦିବସ ସୃଷ୍ଟି...
ବିହାରରୁ ଓଡଗାଁ: ସାଇକେଲରେ ୧୨୦୦ କିମି ପାର ହୋଇ ପହଞ୍ଚିଲେ ଦୁଇଜଣ ମିସ୍ତ୍ରୀ
ଓଡଗାଁ, ୨୯।୪(ସ୍ବ.ପ୍ର.)- ପରିବାର ଭରଣ ପୋଷଣ ପାଇଁ ଓଡଗାଁରୁ ବିହାରର ପୁର୍ଣିଆ ଜିଲା ବନମଖୀ ଯାଇଥିବା ଦୁଇ ମନ୍ଦିର ମିସ୍ତ୍ରୀ ସାଇକେଲରେ ଗାଁକୁ ଫେରିଛନ୍ତି। କରୋନା ଯୋଗୁ ସାରା ଦେଶରେ ଲକ୍ଡାଉନ୍ ସ୍ଥିତି ଜାରି ରହିଥିବା ଫଳରେ ସେମାନେ ରୋଜଗାର...