ଘର ଭିତରୁ ମିଳିଲା ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତି ଦେଖି…

ନୟାଗଡ଼,୩୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନାର ବାରମାସି ଦଣ୍ଡାସ୍ଥିତ ଅଞ୍ଚଳର ଘର ଭିତରୁ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜର ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ପୋଡ଼ା ମୃତଦେହ ଜବତ ହୋଇଛି। ନୟାଗଡ଼ ଟାଉନ ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କଲେ ହତ୍ୟାକାଣ୍ଡ ପରି ଲାଗୁଛି। ତେବେ ଶିଶିର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନାଁ ,ତାଙ୍କୁ କେହି ହତ୍ୟା କରିବା ପରେ ନିଆଁ ଲଗାଇ ପୋଡ଼ି ମାରିଦେବା ପାଇଁ ଏପରି କରିଛି ତାହା ସନ୍ଦେହ ଘେରରେ। ବିଳମ୍ବିତ ରାତିରେ ଶିଶିର, ସ୍ତ୍ରୀ ନମିତା ଓ ପୁଅ ଘରେ ଥିବା ବେଳେ ହଠାତ୍‌ ଘରୁ ନିଆଁ ବାହାରିଥିଲା। ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଡାକିଥିଲେ ଘରେ ନିଆଁ ଲାଗିଯାଇଛି। ଆଉ ସେହି ନିଆଁରେ ଶିଶିର ମଧ୍ୟ ପୋଡ଼ି ଯାଇଛନ୍ତି। ଘର ଭିତରେ ତାଙ୍କ ମୃତଦେହ ରହିଛି। ଉଦ୍ଧାର କରିବା ପାଇଁ ଯାଇ ଶିଶିରଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇନାହିଁ। ନିଆଁ ଲାଗି ଘରେ ଥିବା ସ୍କୁଟିଟି ପୋଡ଼ି ଯାଇଥିବା ବେଳେ ଅନେକ ଆସବାବପାତ୍ର ପୋଡ଼ିଯାଇଛି।

ଖବର ପାଇ ନୟାଗଡ଼ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁଙ୍କୁ ଆୟତ୍ତ କରିଥିଲା। ନିଆଁରେ ପୋଡ଼ି ହୋଇ ଶିଶିର ଘର ଭିତର ଖଟରେ ଶୋଇବା ଅବସ୍ଥାରେ ମୃତ୍ୟୁ ହୋଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାରୁ ଶିଶିରଙ୍କ ମୃତ୍ୟୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଦୁଇ ମାସ ତଳେ ସେ ପଞ୍ଚରିଡ଼ା ରେଞ୍ଜରେ ଫରେଷ୍ଟର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ସ୍ତ୍ରୀ ନମିତାଙ୍କ ହାତ ଓ ଗୋଡ଼ ପୋଡ଼ି ହୋଇଯାଇଛି। ଟାଉନ ପୋଲିସ ତଦନ୍ତ କରିବା ସହ ପୁଅକୁ ନେଇ ଅଧିକ ପଚାରଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରନେତାଙ୍କ ତତ୍ପରତା: ୮ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେବା ଚର୍ଚ୍ଚା

ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ):ଦୀର୍ଘ ୮ବର୍ଷର ବ୍ୟବଧାନ ପରେ ଛାତ୍ରସଂସଦ ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଛାତ୍ରସଂସଦ ପୁଣି ଥରେ ଆରମ୍ଭ କରିବା ନେଇ ଉଚ୍ଚଶିକ୍ଷା…

ଓରାଙ୍ଗ୍‌ଉଟାନ ଶାବକଙ୍କ ଡିଏନ୍‌ଏ ପରୀକ୍ଷାକୁ ନେଇ ଉଠୁଛି ପ୍ରଶ୍ନବାଚୀ: ଜାଣନ୍ତୁ କାହିଁକି

ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା):ବାଲେଶ୍ୱର ଜଙ୍ଗଲ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗ୍‌ଉଟାନ ଶାବକଙ୍କୁ ନେଇ ସବୁ ପ୍ରକାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ…

ଆମେରିକା ଛାଡ଼ିବାକୁ ‘ମିଷ୍ଟର ସିଂ’ଙ୍କୁ ଧମକ, US ବିଜ୍ଞାପନକୁ ନେଇ ହଙ୍ଗାମା

ୱାଶିଂଟନ,୧୧।୯(ପି.ଟି.): ଆମେରିକାର ‘ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ୍‌ ସିକ୍ୟୁରିଟି’ (ଡିଏଚ୍‌ଏସ୍‌) ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଜାରି କରାଯାଇଥିବା ଏକ ବିଜ୍ଞାପନକୁ ନେଇ ସାରା ବିଶ୍ୱରେ ତୀବ୍ର…

ଲଘୁଚାପ ସକ୍ରିୟ: ଏହି ୧୦ ଜିଲାରେ ଛେଚିବ ବର୍ଷା, ସତର୍କ ସୂଚନା ଜାରି

ଭୁବନେଶ୍ୱର, ୧୧ା୯:ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଫଳରେ ଗୁରୁବାର ଅଧିକାଂଶ ଜିଲାରେ ବର୍ଷା ହୋଇଥିବାବେଳେ କଟକ ଜିଲା ବାଙ୍କୀଠାରେ ସର୍ବାଧିକ ୧୦୪ ମି.ମି. ବର୍ଷ…

ବାରିପଦାରୁ ୨ ଅଡିଟ୍ ଅଫିସର୍‌ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍

ବାରିପଦା,୧୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଆଦିବାସୀ ହଷ୍ଟେଲ ଗୁଡିକର ଅଡିଟ…

ଭାରତରେ ପହଞ୍ଚିଲେ ପୁଟିନ: ଜୋରଦାର ସ୍ବାଗତ, ଜିନ୍‌ପିଙ୍ଗଙ୍କୁ ଅପେକ୍ଷା

ନୂଆଦିଲ୍ଲୀ,୧୧।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ଭାରତରେ ପହଞ୍ଚିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟ ଅଧିକାରୀମାନେ…

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୧୧।୯(ପି.ଟି.): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (ବ୍ରେଣ୍ଟ କ୍ରୁଡ୍‌) ଦର ବୃଦ୍ଧି ଏବଂ ବୈଦେଶିକ ପୁଞ୍ଜି ପ୍ରତ୍ୟାହାର ଯୋଗୁ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟରେ ବଡ଼ ଧରଣର…

ଗୋଟିଏ କୋଠରିରେ ଚାଲିଛି ୪୭ ବର୍ଷର ବିଦ୍ୟାଳୟ: ଅନୁଦାନ ମିଳୁ ନ ଥିବାରୁ ବଦଳୁନାହିଁ ସ୍ଥିତି

ହାଟଡ଼ିହୀ,୧୧l୯ (ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ କୁଆଡ଼ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଗୋଟିଏ ଶ୍ରେଣୀ କକ୍ଷରେ ଶିଶୁ ବାଟିକାରୁ ୫ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri