ନୟାଗଡ଼

ନୟାଗଡ଼ କୋଭିଡ-୧୯ ଡାକ୍ତରଖାନା ପରିଦର୍ଶନ କଲେ ୫-ଟି ସଚିବ

ନୟାଗଡ଼ ଅଫିସ, ୬।୫: ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ କୋଭିଡ-୧୯ ହସ୍ପିଟାଲକୁ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ବୁଧବାର ପରିଦର୍ଶନ କରିଛନ୍ତି। ସକାଳ ୯.୩୦ ମିନିଟ୍‌ରେ ଉଭୟ ପହଞ୍ଚିବା ପରେ ସୁରକ୍ଷା...

ବଜ୍ରପାତରେ ଗାଈଆଳଙ୍କ ଜୀବନ ଗଲା

ନୟାଗଡ଼ ଅଫିସ, ୬।୫: ନୟାଗଡ଼ ଜିଲାରେ ବୁଧବାର ପୂର୍ବାହ୍ନରେ ବଜ୍ରପାତ ଘଟି ଜଣେ ଗାଈଆଳଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଲିଙ୍ଗରାଜ ବେହେରା। ତାଙ୍କ ଘର ନୟାଗଡ଼ ଜିଲା ସରଣକୁଳ ଥାନା ବାଉଁସିଆ ଗାଁରେ। ଲିଙ୍ଗରାଜ ଗାଈ ଚରାଇବାକୁ ଗାଁ...

ଜୀବନଜୀବିକା ପାଇଁ କରାଯାଉ ବ୍ୟବସ୍ଥା: ଜିଲାପାଳଙ୍କୁ ଫେରାଦ ହେଲେ ପେଣ୍ଟିଂ ଆର୍ଟିଷ୍ଟ

ନୟାଗଡ଼ ଅଫିସ,୧।୫: ନୟାଗଡ଼ ଜିଲାରେ ପେଣ୍ଟିଂ ଆର୍ଟିଷ୍ଟ କାମ ନ ପାଇ ଦୁଃଖଦ ଜୀବନ ବିତାଉଛନ୍ତି। କରୋନା ଛଡାଇ ନେଇଛି ମୁହଁର ହସ। ଭୋକଉପାସରେ ସେମାନେ ଦିନ କାଟୁଛନ୍ତି। ଗୁରୁବାର ସେମାନେ ଜିଲାପାଳଙ୍କୁ ଭେଟି ଜୀବନଜୀବିକା ବ୍ୟବସ୍ଥା କରିବାକୁ ନିବେଦନ...

ସଙ୍ଗରୋଧ ଗୃହକୁ ଗଲେ ୪୬ ସୁରଟ ଫେରନ୍ତା

ଓଡ଼ଗାଁ,୧ା୫(ସ୍ବ.ପ୍ର.): ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳର ୪୬ ସୁରଟ ଫେରନ୍ତାଙ୍କୁ ସାକେରି ହାଇସ୍କୁଲ ସଙ୍ଗରୋଧ ଗୃହରେ ୧୪ଦିନ ପାଇଁ ରଖାଯାଇଛି। ସୂଚନା ଅନୁସାରେ ଏହି ଥାନା ଅନ୍ତର୍ଗତ ସାକେରି, ଆରେଡା, ଗିରିଡିପଲ୍ଲୀ, ବାହାଡ଼ାଝୋଲା ତଥା ପଡୋଶୀ ଗଞ୍ଜାମ...

ସରକାରୀ ନିର୍ଦ୍ଦେଶକୁ ଫୁ’: ଶ୍ରମିକଙ୍କ ବଦଳରେ ଜେସିବିରେ ଚାଲିଛି ପୋଖରୀ ଖୋଳା

ଓଡ଼ଗାଁ, ୧।୫(ସ୍ବ. ପ୍ର. ): ନୟାଗଡ଼ ଜିଲା ଓଡ଼ଗାଁରେ ଶ୍ରମିକ ଦିବସ ଅର୍ଥାତ୍‌ ମେ’ ୧ରେ ଶ୍ରମିକଙ୍କ ବଦଳରେ ଜେସିବି ଦ୍ୱାରା ପୋଖରୀ ଖୋଳା ଚାଲିଥିବା ଦେଖିବାକୁ ମିଳୁଛି। କରୋନା ମୁକାବିଲା ପାଇଁ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଶ୍ରମଦିବସ ସୃଷ୍ଟି...

ବିହାରରୁ ଓଡଗାଁ: ସାଇକେଲରେ ୧୨୦୦ କିମି ପାର ହୋଇ ପହଞ୍ଚିଲେ ଦୁଇଜଣ ମିସ୍ତ୍ରୀ

ଓଡଗାଁ, ୨୯।୪(ସ୍ବ.ପ୍ର.)- ପରିବାର ଭରଣ ପୋଷଣ ପାଇଁ ଓଡଗାଁରୁ ବିହାରର ପୁର୍ଣିଆ ଜିଲା ବନମଖୀ ଯାଇଥିବା ଦୁଇ ମନ୍ଦିର ମିସ୍ତ୍ରୀ ସାଇକେଲରେ ଗାଁକୁ ଫେରିଛନ୍ତି। କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବା ଫଳରେ ସେମାନେ ରୋଜଗାର...

ପୋଲିସ, ଖବରଦାତାଙ୍କୁ ମାସ୍କ, ସାନିଟାଇଜର ପ୍ରଦାନ

ଓଡ଼ଗାଁ, ୨୮।୪(ସ୍ବ.ପ୍ର.): କରୋନା ମହାମାରୀ ପାଇଁ ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାରେ ନିୟୋଜିତ ସମସ୍ତ ପୋଲିସ କର୍ମଚାରୀ ଏବଂ ଖବରଦାତାଙ୍କୁ ଏକ ଏନ୍‌ଜିଓ ପକ୍ଷରୁ ମାସ୍କ, ସାନିଟାଇଜର ସହ ଗାମୁଛା ପ୍ରଦାନ କରାଯାଇଛି। ଗୁଜୁରାଟସ୍ଥିତ ଫାଉଣ୍ଡେସନ ଫର ଇକୋଲୋଜିକାଲ...

ପ୍ରକଳ୍ପରୁ ମିଳୁନି ପାନୀୟ ଜଳ: ପୋଖରୀ ପାଣି ଭରସା

ଖଣ୍ଡପଡ଼ା/ଭାପୁର,୨୭ା୪(ସ୍ବ.ପ୍ର./ଡି.ଏନ.ଏ.): ଭାପୁର ବ୍ଲକ ବାଇଗୁଣିଆଁ ପଞ୍ଚାୟତ କେଶରସିଂ ନୂଆସାହି ଗ୍ରାମବାସୀଙ୍କ ପାଇଁ ପାନୀୟଜଳ ମୁଖ୍ୟ ସମସ୍ୟା ହୋଇଛି। ପ୍ରକଳ୍ପ ଥିଲେ ବି ସେଥିରୁ ଜଳ ମିଳୁନି। ଫଳରେ ପୋଖରୀ ପାଣି ଲୋକଙ୍କ ଭରସା ହୋଇଛି। ପ୍ରାୟ ୫ବର୍ଷ ପୂର୍ବେ ଗ୍ରାମରେ...

ହାତବାନ୍ଧି ବସିଛନ୍ତି ଛେନାପୋଡ଼ କାରିଗର: ଜଳୁନି ଭାଟି, ବିକ୍ରି ହେଉନି କ୍ଷୀର

ନୟାଗଡ଼ ଅଫିସ,୨୭ା୪: କରୋନା କଟକଣା ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼କୁ ଜିଲା ବାହାରକୁ ପଠାଇବା ବାଟ ବନ୍ଦ କରିଦେଇଛି। ଏପରି କି ଜିଲା ଭିତରେ ବି ଏହା ବିକ୍ରି କରାଯାଇ ପାରୁନି। ଫଳରେ କାରିଗରମାନେ ହାତବାନ୍ଧି ବସିଛନ୍ତି। ଛେନାପୋଡ଼ ବାହାରକୁ ଯାଉ...

ଅପାସୋରା ସ୍ମୃତି ହୋଇ ରହିବ: ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ନିଆରା ବିବାହ

ନୟାଗଡ଼ ଅଫିସ,୨୭ା୪: ନୟାଗଡ଼ ଅତିରିକ୍ତ ଜିଲାପାଳ (ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ସୋମବାର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଥିଲା। ନ ଥିଲା ବାଜା, ବାଣ କି ରୋଶଣି। ଭୋଜି ଭାତର ଆସର ନ ଥିଲା କି ପୁରୋହିତଙ୍କ ମନ୍ତ୍ରୋଚାରଣ ଶୁଭି ନ...

ନୂଆଗାଁରେ ନିଆରା ବିବାହ: ମାସ୍କ ପିନ୍ଧି ବିବାହ କଲେ ବରକନ୍ୟା

ନୟାଗଡ଼ ଅଫିସ,୨୭ା୪: ବାହାଘର ହେଲା। ହେଲେ ନ ଥିଲା ବାଜା ବାଣ, ରୋଷଣୀ କିମ୍ବା ଭୋଜି ଭାତର ଆସର। ପୁରୋହିତଙ୍କ ମନ୍ତ୍ରଗାନ ମଧ୍ୟ ଶୁଭୁ ନ ଥିଲା। ବରଯାତ୍ରୀ ବି ନ ଥିଲେ। କରୋନା ଯୋଗୁ ନିଆରା ବାହାଘର ହୋଇଛି...

‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ଘରେ ଘରେ ବହି ବାଣ୍ଟିଲେ ପ୍ରଧାନଶିକ୍ଷୟିତ୍ରୀ

ଓଡ଼ଗାଁ,୨୬ା୪(ସ୍ବ.ପ୍ର.) : କୋଭିଡ୍‌-୧୯ ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ପିଲାଙ୍କୁ ସ୍କୁଲ ଆସିବା ବାରଣ ରହିଛ। ଏହି ସମୟରେ ପିଲାଙ୍କୁ ଘର ଘର ବୁଲି ସ୍କୁଲ କର୍ତ୍ତୃପକ୍ଷ ମାଗଣା ପାଠ୍ୟ ପୁସ୍ତକ ପ୍ରଦାନ କରିବାକୁ ସରକାରୀ ନିର୍ଦ୍ଦେଶ...

ସ୍କୁଲ କ୍ୱାର୍ଟର ଆଟୁ ଖସିଲା, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ

ଓଡ଼ଗାଁ,୨୬ା୪(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ରଘୁନାଥ ବିଦ୍ୟପୀଠ ପରିସରରେ ଥିବା ଏକ ଷ୍ଟାଫ୍‌ କ୍ୱାର୍ଟର ଆଟୁ ଖସି ଯିବାରୁ ସଂପୃକ୍ତ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ୪ ନମ୍ବର କ୍ୱାର୍ଟରରେ ସ୍କୁଲ ପିଅନ କୈଳାସ ସାହୁ ରହୁଥିବା...

ଓଡ଼ଗାଁରେ ସରକାରୀ ନିୟମକୁ ବେଖାତିର: ସ୍କୁଲକୁ ପିଲାଙ୍କୁ ଡକାଇ ଶିକ୍ଷକ ବାଣ୍ଟୁଛନ୍ତି ବହି, ସାମାଜିକ ଦୂରତାର ପ୍ରଶ୍ନ ନାହିଁ

ଓଡଗାଁ,୨୫।୪(ସ୍ବ.ପ୍ର.)- କରୋନା ମୁକାବିଲାକୁ ନେଇ ସମ୍ପ୍ରତି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପିଲାଙ୍କୁ ଘରେ ଘରେ ବୁଲି ଶିକ୍ଷକ ମାନେ ବହି ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କିଛି ସ୍କୁଲ...

ବିଷ ପିଇ ଜୀବନ ହାରିଲେ ଦିନ ମଜୁରିଆ

ଖଣ୍ଡପଡ଼ା,୨୨ା୪(ସ୍ବ.ପ୍ର.): କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିବା ଖଣ୍ଡପଡା ଅଞ୍ଚଳର ଜଣେ ଦିନମଜୁରିଆ ମଙ୍ଗଳବାର ବିଷ ପିଇ ଜୀବନ ହାରିଛନ୍ତି। ସେ ହେଲେ ଖଣ୍ଡପଡା ବ୍ଲକ ବେଣାଗଡିଆ ପଞ୍ଚାୟତ ପଥରଦ୍ୱାର ଗ୍ରାମର ନରସିଂହ ଦଳେଇ (୪୫)। ଲକ୍‌ଡାଉନ ବ୍ୟବସ୍ଥା ଯୋଗୁ...

ପୋଖରୀ ଖୋଳା ବନ୍ଦ କଲା ପ୍ରଶାସନ

ଓଡ଼ଗାଁ,୨୨ା୪(ସ୍ବ.ପ୍ର.): ଲକ୍‌ଡାଉନ ସମୟରେ ଓଡ଼ଗାଁ ବ୍ଲକ କୋରପିଠା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପୋଖରୀ ଖୋଳା କାରନାମା ପଦାରେ ପଡିଛି। ଲୋକେ ଏ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରଶାସନ ଏହାକୁ ବନ୍ଦ କରାଇଛି। ସୂଚନା ଅନୁସାରେ ରାଜ୍ୟ...

ଓଡ଼ଗାଁ ଏନ୍‌ଏସି, ପୋଲିସର ମିଳିତ ଚଢ଼ାଉ: ମାସ୍କ ନ ପିନ୍ଧି ଗଣିଲେ ଜରିମାନା

ଓଡ଼ଗାଁ,୧୯ା୪(ସ୍ବ.ପ୍ର.): ସମଗ୍ର ରାଜ୍ୟରେ କରୋନା ପାଇଁ କଟକଣା ଲାଗି ରହିଥିବା ବେଳେ ପ୍ରତିକାର ନିମନ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ଏପରିସ୍ଥଳେ ନୟାଗଡ଼ ଜିଲା ଓଡ଼ଗାଁ ଏନ୍‌ଏସି ଅଞ୍ଚଳରେ ଲୋକେ ଏହାକୁ ଫୁ କରି ଅନାୟସରେ ବୁଲିବାକୁ ପସନ୍ଦ କରୁଥିଲେ।...

ରାଇପଡ଼ା ହତ୍ୟା ଘଟଣା: ୨ ଭାଇ ଜେଲ ଗଲେ

ରଣପୁର,୧୮ା୪(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ତହସିଲ ଚାନ୍ଦପୁର ଥାନାର ରାଇପଡା ଗଁ।ରେ କାଜୁ ଜଙ୍ଗଲକୁ ନେଇ ଦୁଇ ଆଦିବାସୀଙ୍କ ହତ୍ୟା ଘଟଣାରେ ପୋଲିସ ନୂଆସାହିର ଦୁଇଭାଇ ବିକାଶ ଜେନା ଓ ପ୍ରକାଶ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।...