ବାହ୍ୟ ଜଗତରୁ ବିଚ୍ଛିନ୍ନ ମଣିପୁର ଗାଁ, ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ବନ୍ୟାଜଳ

ଭାପୁର,୩୦।୭ (ପ୍ରଭାତ ବରାଡ): ଭାପୁର ପଞ୍ଚାୟତ ସମିତିର ୨୦ଗୋଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ଚାରି ଗୋଟି ପଞ୍ଚାୟତ ଦେଇ ଓଡ଼ିଶାର ବୃହତ୍ତମ ନଦୀ ମହାନଦୀ ପ୍ରବାହିତ। ସେହି ଚାରି ଗୋଟି ହେଲା ପଥରଚକଡା, କେନ୍ଦୁପଲ୍ଲୀ, ପଦ୍ମାବତୀ ଓ କରବର। ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଲେ ପ୍ରଥମେ କରବର ଓ କେନ୍ଦୁପଲ୍ଲୀ ପଞ୍ଚାୟତ ବେଶୀ କ୍ଷତିଗ୍ରସ୍ତ ହେଉଥିବା ବେଳେ ସାମନ୍ୟ ବନ୍ୟା କିମ୍ବା ବର୍ଷା ହେଲେ ଫତେଗଡ ପଞ୍ଚାୟତର ମଣିପୁର ଗାଁ ପ୍ରଥମେ ବାହ୍ୟ ଜଗତରୁ ବିଛିନ୍ନ ହୋଇଥାଏ। ଲଗାଣ ବର୍ଷା ଯୋଗୁ ମଣିପୁର ଗାଁ ଚାରିପଟ ସାତ ଆଠ ଦିନ ହେବ ଚାଷଜମି ବୁଡି ରହିଥିଲା । ଗତକାଲି ମହାନଦୀରେ ବନାଞ୍ଚଳ ଯୋଗୁ ମଣିପୁର ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରାସ୍ତା ଉପରେ ତିନି ଫୁଟ ଉଚ୍ଚର ବନ୍ୟାଜଳ। ଗତକାଲି ଫତେଗଡ ଠାରୁ କାଳିଗିରୀ ଛକଠାରୁ ମଣିପୁର ସାଢେ ଚାରି କିଲୋମିଟର ରାସ୍ତା ଉପରେ ଏକ ଫୁଟ ପାଣି ରହିଥିବା ବେଳେ ବିଳମ୍ବିତ ରାତିରେ ବନ୍ୟାଜଳ ଆସି ରାସ୍ତା ଉପରେ ତିନଗ ଫୁଟ ଉଚ୍ଚର ଜଳ ପ୍ରବାହିତ ହେଇଅଛି। ଚାଷ ଜମିରେ ପାଣିରେ ବୁଡ଼ି ରହିଅଛି। ଗ୍ରାମର ଜନସାଧାରଣ ଅଭିଯୋଗ କରିଛନ୍ତି ଯେ ପାଣି ଘେରରେ ଥିବା ବେଳେ ପ୍ରଶାସନ ତରଫରୁ ଦେଖା ଦର୍ଶନ ନାହିଁ। ଗୋରୁ ଗାଇ ଛେଳି, ମେଣ୍ଢା ଭୋକ ଉପବାସରେ ଅଛନ୍ତି। ପୂର୍ବରୁ ବନ୍ୟାରେ ତିନିକୋଟି ଟଙ୍କାରେ ନିର୍ମିତ ଆରଡ଼ି ରାସ୍ତା ଦବି ଯାଇଥିଲା। ସେଠାରେ ଚିକିଟା ମାଟି ପକା ଯାଇଥିଲା। ଯଦି ପ୍ରଶାସନ ତରଫରୁ ରାସ୍ତାକୁ ପାଞ୍ଚ ଛଅଫୁଟ ଉଚ୍ଚ କରାଯାଆନ୍ତା ତା’ହୋଲେ ଯାତାୟାତ ସ୍ବାଭାବିକ ହୋଇପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି। ଗାଁ ରାସ୍ତା ନିକଟରେ କାଳିଗିରି ନଦୀ ଯାଇଥିବାରୁ ଗହୀର ପାଣି ଓ କାଚେରା ପାଟ ପାଣି ଯୋଗୁ ରାସ୍ତା ନିଚ୍ଚା ଥିବାରୁ ବନ୍ୟା ହେଲା ମାତ୍ରେ ଭାପୁର ବ୍ଲକର ମଣିପୁର ଗାଁ ପ୍ରଥମେ ବାହ୍ୟ ଜଗତରୁ ବିଛିନ୍ନ ହୋଇଥାଏ। ମଣିପୁର ଗ୍ରାମର ଛାତ୍ରୀ ଛାତ୍ରମାନେ ଫତେଗଡ ହାଇସ୍କୁଲକୁ ପାଠପଢିବା ପାଇଁ ଆସିଥାନ୍ତି। ଗ୍ରାମବାସୀ ରାଶନ ସାମଗ୍ରୀ, ଭତ୍ତା ପାଇଁ ଫତେଗଡ ପଞ୍ଚାୟତ କାର୍ଯ୍ୟାଳୟକୁ ଏହି ବାଟ ପାଇଁ ଆସିଥାନ୍ତି। ହେଲେ ରାସ୍ତା ଉପରେ ତିନି ଫୁଟ ଉଚ୍ଚର ବନ୍ୟାଜଳ ଯୋଗୁଁ ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଛନ୍ତି।ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ତରଫରୁ ବନ୍ୟା ପାଇଁ ଅନେକ ସଚେତନତା କରିବା ସହିତ ସବୁବେଳେ ସହାଗ ଥିବା କହୁଥିବା ବେଳେ ବାସ୍ତବରେ ତାର ଓଲଟା ଦେଖିବାକୁ ମିଳିଛି ମଣିପୁର ଗ୍ରାମରେ। ମଣିପୁର ଗାଁକୁ ଆଦର୍ଶ ଗ୍ରାମ୍ୟର ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ପ୍ରଶାସନର ଦେଖା ଦର୍ଶନ ନାହିଁ। ତୁରନ୍ତ ଗୋଖାଦ୍ୟ ଯୋଗାଇ ଦେବାପାଇଁ ଓ ଯାତାୟତ ପାଇଁ ଡଙ୍ଗା ଯୋଗାଇ ଦେବାପାଇଁ ଗ୍ରାମବାସୀ ବିନୀତ ଅନୁରୋଧ କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?