ଖଣ୍ଡପଡ଼ା,୧୫।୭(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା, ପବନରେ ଏକ ଅଘଟଣ ସାମ୍ନାକୁ ଆସିଛି। ଘଡ଼ଘଡ଼ି, ବର୍ଷା, ପବନରେ ଖଣ୍ଡପଡ଼ା ବ୍ଲକ ଅଧୀନ ମର୍ଦ୍ଦରାଜପୁର ମୁଣ୍ଡିଆ ହନୁମାନ ପୀଠ ପାର୍ଶ୍ୱ ଠାକୁର ମା’ବୈଷ୍ଟବ ଦେବୀ ମନ୍ଦିର ଦଧିନଉତି ଖଣ୍ଡବିଖଣ୍ଡିତ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ମନ୍ଦିରର ପ୍ରବେଶ ଦ୍ୱାରର ଉପରି ଭାଗ ଭାଙ୍ଗି ଯାଇଛି।
ଏହି ଦୈବି ଦୁର୍ଘଟଣାରେ ମନ୍ଦିରର ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ ହୋଇଥିବା ମନ୍ଦିର ପରିଚାଳକ ତଥା ପୂର୍ବତନ ସରପଞ୍ଚ ବୈକୁଣ୍ଠ ନାଥ ଗୋଚ୍ଛି ସୂଚନା ଦେଇଛନ୍ତି ।

