ସହର ଉପକଣ୍ଠରେ ଗୋଠଛଡ଼ା ଦନ୍ତା
ବାରିପଦା ଅଫିସ,୨୬ା୧୨: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠରେ ସୋମବାର ସକାଳେ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ସୃଷ୍ଟି କରିଥିଲା। ବାରିପଦା ରେଞ୍ଜ ଅଧୀନ ଭୁଗୁଡ଼ାକଟା ଓ ଦାମୋଦରପୁର ଦେଇ ଯାଇଥିବା ୧୮ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏହି ଦନ୍ତା ବୁଲୁଥିଲା।…
ହାତୀଙ୍କୁ ବିପଦ ବିଦ୍ୟୁତ୍ ତାର
ବାରିପଦା ଅଫିସ,୨୬।୧୨:ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦ ଦେଶ ସମେତ ସମଗ୍ର ବାରିପଦା ବନଖଣ୍ଡରେ ବିପଦସଙ୍କୁଳ ଅବସ୍ଥାରେ ଏଲ୍ଟି ଓ ୧୧ କେଭି ବିଦ୍ୟୁତ୍ ତାର ଏବଂ ମୁକୁଳା ଟ୍ରାନ୍ସଫର୍ମର ରହିଛି। ବିଜୁଳି ତାରକୁ ସୁରକ୍ଷିତ ଉଚ୍ଚତାକୁ ନେବାକୁ ଖର୍ଚ୍ଚ ହେଉଛି କୋଟି…
ବାଇକ୍ରୁ ଖସି ଆର୍ଆଇଙ୍କ ଜୀବନ ଗଲା
ରାଇରଙ୍ଗପୁର,୨୫ା୧୨(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଦିଘିଆବେଡ଼ା ଗ୍ରାମାଞ୍ଚଳ ନିକଟସ୍ଥ ରବିବାର ବଡ଼ଦିନ ଅବସରରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଦିଘିଆବେଡ଼ା ଗ୍ରାମ ପାର୍ଶ୍ୱ ରାସ୍ତାରେ ବୁଲାକୁକୁରଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ବାଇକ୍ରୁ ଖସିପଡ଼ି ଜଣଙ୍କର ଜୀବନ…
ବାଘ ଚମଡ଼ା ଜବତ, ହାତୀ ମୃତ୍ୟୁ ମାମଲା: ସିସିଏଫ୍ର ତଦନ୍ତ ଆରମ୍ଭ
ବାରିପଦା ଅଫିସ,୨୩ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିକାର ହୋଇଥିବା ମହାବଳ ବାଘ ଚମଡ଼ା ଜବତ ଘଟଣାରେ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କାର୍ଯ୍ୟାଳୟର ସିସିଏଫ୍ ଟିମ୍ ଶୁକ୍ରବାର ତଦନ୍ତ ପାଇଁ ମୟୂରଭଞ୍ଜ ଆସିଛନ୍ତି। ପ୍ରତିନିଧି ଦଳ ବିଭିନ୍ନ…
ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ବେଳେ ୨ ଟ୍ରକ୍ ଜବତ କଲା ପୋଲିସ, ୬ ଅଟକ
ସାରସକଣା,୨୩ା୧୨(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳ ଦେଇ ଯାଉଥିବା ଦୁଇ ଗୋରୁ ବୋଝେଇ ଟ୍ରକ୍କୁ ଜବତ କରିଛି ପୋଲିସ। ମିଳିଥିବା ସୂଚନାନୁଯାୟୀ, ଝାରପୋଖରିଆ ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହେବା ସମୟରେ ପୂର୍ବରୁ ସୂଚନା ପାଇ ଥାନାଧିକାରୀ ଫନୀନ୍ଦ୍ର ଭୂଷଣ ନାଏକ…
ଖଣ୍ଡେ ଶାଢ଼ି, ହଜାରେ ଟଙ୍କା ବଦଳରେ ଯାଆଁଳା ଶିଶୁ ଶିଶୁ ବିକ୍ରି
ମୋରଡ଼ା,୨୩ା୧୨ (ଡି.ଏନ୍.ଏ.): ଦାରିଦ୍ର୍ୟର ତାଡ଼ନାରେ ଜଣେ ଆଦିବାସୀ ମହିଳା ହଜାରେ ଟଙ୍କା ଆଉ ଖଣ୍ଡେ ଶାଢ଼ି ବଦଳରେ ନବଜାତ ଯାଆଁଳା ଶିଶୁଙ୍କୁ ଦୁଇ ବ୍ୟକ୍ତିଙ୍କୁ ବିକିଦେବା ଚର୍ଚ୍ଚାର ବିଷୟ ହୋଇଛି। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡିହା ପଞ୍ଚାୟତର ଡାକୋଇ ଅମଣନାମା…
କେନାଲରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ
ମୋରଡ଼ା,୨୨।୧୨(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ଅଧୀନ ବିଳାସ ଗ୍ରାମ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଗ୍ରାମବାସୀଙ୍କଠାରୁ ଖବରପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ…
ବଡ଼ସାହିରେ ଭାଜପା-ବିଜେଡି ମୁହାଁମୁହିଁ
ବଡ଼ସାହି,୨୧।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ପ୍ରଶାସନିକ ଭବନ ଉଦ୍ଘାଟନକୁ ନେଇ ମଙ୍ଗଳବାର ଭାଜପା ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ହସ୍ପିଟାଲ ପରିସରରେ ପୋଲିସ ମୃତୟନ କରାଯାଇଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଭାଜପା…
ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ପୁଣି ଛାତ୍ର ଅଶାନ୍ତି
ବାରିପଦା ଅଫିସ,୨୦ା୧୨: ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟରେ ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ପୁନର୍ବାର ଛାତ୍ର ଅଶାନ୍ତି ଦେଖାଦେଇଛି। ପ୍ରତିଶ୍ରୁତି ମୁତାବକ ସମାଧାନ କରାଯାଇ ନ ଥିବାରୁ ଛାତ୍ରୀଛାତ୍ରମାନେ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ପୂର୍ବକ ବିକ୍ଷୋଭ…
ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ
ବାରିପଦା ଅଫିସ,୨୦।୧୨: ଆଦିବାସୀ ଭାଷା ଓ ଲିପି ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ମଙ୍ଗଳବାର ମିଳିତ ଆଦିବାସୀ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ରହିବ।…
ରେଞ୍ଜ୍ ଦାୟିତ୍ୱରେ ତଳିଆ କର୍ମଚାରୀ
ବାରିପଦା ଅଫିସ,୨୦।୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ରେଞ୍ଜ କାର୍ଯ୍ୟାଳୟ ଦାୟିତ୍ୱରେ ରହୁଛନ୍ତି ତଳିଆ କର୍ମଚାରୀ। ଦୀର୍ଘଦିନ ଛୁଟି ଦର୍ଶାଇ ସହରରେ ରେଞ୍ଜରମାନେ ବୁଲୁଥିବା ବେଳେ ଦାୟିତ୍ୱକୁ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡୁଥିବା…
ରାଜକୁମାର, ମହିନ୍ଦ୍ରାକୁ ଫେରାଇ ଆଣିବାକୁ ଦାବି
ବାରିପଦା ଅଫିସ,୧୯ା୧୨:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ କୁମକୀ(ପୋଷା) ହାତୀ ‘ଶୋଭା’ର ବ୍ୟବଚ୍ଛେଦ ପରେ ରବିବାର ବିଭାଗୀୟ ଅଧିକାରୀମାନେ ସମ୍ମାନର ସହ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଭୁବନେଶ୍ୱର ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍)ଙ୍କ ନିର୍ଦ୍ଦେଶ କ୍ରମେ ଶିମିଳିପାଳ ବ୍ୟାଘ୍ର…

