ଜମାକାରୀଙ୍କ ଅର୍ଥ ହଡ଼ପ

ବାରିପଦା ଅଫିସ,୭ା୧: ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ମୁକ୍ତାପୁର ପଞ୍ଚାୟତର ଶତାଧିକ ଲୋକଙ୍କଠାରୁ କିଓସ୍କ ବ୍ୟାଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣା ପଦାକୁ ଆସିଛି। ଏନେଇ ବେତନଟୀ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସର ନୀରବତାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଜମାକାରୀମାନେ ଶୁକ୍ରବାର ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ଚଞ୍ଚକତା ପୂର୍ବକ ଟଙ୍କା ହରିଲୁଟ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଖୁବ୍‌ଶୀଘ୍ର ଘଟଣାର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ବିନୀତ ଭରଦ୍ୱାଜ ପ୍ରକାଶ କରିଛନ୍ତି ା
ମୁକ୍ତାପୁର ପଞ୍ଚାୟତର ଛଚିନାପଦାଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର କିଓସ୍କୋ ଶାଖା ଖୋଲାଯାଇ ଟଙ୍କା ଦେଣନେଣ କରାଯାଉଥିଲା। ପଞ୍ଚାୟତର ଛୋଟରାୟପୁର, ମଣତାପାଳ, ଛଚିନାପଦା, ପାରୋଇ, ପଡ଼ପଡ଼ା, ନୂଆଗାଁ, କରଞ୍ଜକୁଇଲି, ନୂଆସାହି ଗ୍ରାମର ଗରିବ ଲୋକେ ଉକ୍ତ ଶାଖାରେ ନିଜ ସ୍ବଅର୍ଜ୍ଜିତ ଟଙ୍କା ସଞ୍ଚୟ କରିଥିଲେ। କିଓସ୍କୋ ବ୍ୟାଙ୍କର ପରିଚାଳକ ପ୍ରଦୀପ ବେହେରା ଓ ସହଯୋଗୀ ରାଜନ ମୋଦି ଟଙ୍କା ଡିପୋଜିଟ ସମୟରେ ଜମା ରସିଦ ପ୍ରଦାନ କରିବା ସହିତ ପାସ୍‌ବୁକ୍‌ରେ ଲିଖିତ ଭାବେ ରେକର୍ଡଭୁକ୍ତ କରିଛନ୍ତି। ଯାହାକି ସମ୍ପୂର୍ଣ୍ଣ ବେଆଇନ ବା ଅନିୟମିତତା ବୋଲି ବ୍ୟାଙ୍କ ଅଧିକାରୀମାନେ ପ୍ରକାଶ କରିଛନ୍ତି। ସେହିପରି ସରକାରଙ୍କ ପ୍ରଦତ୍ତ ବାର୍ଦ୍ଧକ୍ୟ, ବିକଳାଙ୍ଗ ଓ ବିଧବା ଭତ୍ତା ଜମାଖାତାରୁ ଗାଏବ ହେବା ପରେ ଆକାଉଣ୍ଟଧାରୀମାନେ ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। ଆକାଉଣ୍ଟଧାରୀଙ୍କୁ ବିଭିନ୍ନ ଆଳ ଦେଖାଇ ଟଙ୍କା ପ୍ରଦାନ କରାଯିବ ବୋଲି କହି ବାରମ୍ବାର ହଇରାଣ ହରକତ କରାଯାଉଥିଲା। ଏପରିକି ଥାଲାସେମିଆ ରୋଗୀଙ୍କ ପରିବାର ଲୋକଙ୍କ ୨ଲକ୍ଷ ୬୦ହଜାର ଟଙ୍କା ଚଞ୍ଚକତା ପୂର୍ବକ ଉଠାଣ କରାଯାଇଥିଲା। ଏହାକୁ ନେଇ ମୁକ୍ତାପୁର ଗ୍ରାମର କୁମୁଦିନୀ ସାହୁଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ୨୦୨୨ ଡିସେମ୍ବର ୧୫ରେ ଏକ ମାମଲା (ନଂ.୩୬୮/୨୨)ରୁଜୁ କରି ଚୁପ୍‌ ବସିଛି। ମାମଲାକୁ ନେଇ ଅଭିଯୋଗକାରୀମାନେ ବାରମ୍ବାର ଥାନାକୁ ଯାଇ ଥାନାଧିକାରୀଙ୍କଠାରୁ ଅପମାନିତ ହୋଇ ଫେରୁଥିବା ମୀନତୀ ବେହେରା ଓ କବିତା ରଣା ପ୍ରକାଶ କରିଛନ୍ତି।
କିଓସ୍କୋ ଶାଖା ବନ୍ଦ ଥିବାରୁ ଜମାକାରୀମାନେ ପରିଚାଳକଙ୍କ ଘରକୁ ବାରମ୍ବାର ଦୌଡ଼ି ନୟାନ୍ତ ହୋଇପଡ଼ିଛନ୍ତି। କିଓସ୍କୋ ପରିଚାଳକ ଜଣକ ବାରିପଦା ସ୍ଥିତ ଏକ ରାଷ୍ଟ୍ରାୟତ ବ୍ୟାଙ୍କରେ ରିକୋଭାରି ଦାୟିତ୍ୱରେ ରହି ଏଭଳି କଳାକାରନାମା ଚଳାଇ ଆସୁଥିବା ଅଭିଯୋଗ ହୋଇଛି। ପୋଲିସର ନିଷ୍କ୍ରିୟତାକୁ ନେଇ ଜମାକାରୀମାନେ ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରିବା ପରେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି। ଏ ସଂକ୍ରାନ୍ତରେ ଭାରତୀୟ ଷ୍ଟେଟ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ଦେବ ପ୍ରସାଦ କୋହରଙ୍କୁ ପଚାରିବାରୁ କାହାରି ଟଙ୍କା ବୁଡ଼ିବ ନାହିଁ ଓ ଜମାକାରୀମାନେ କିପରିି ସେମାନଙ୍କ ଅର୍ଥ ଫେରିପାଇବେ ତାହାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri