ଜମାକାରୀଙ୍କ ଅର୍ଥ ହଡ଼ପ: ପୋଲିସର ନିରବତାକୁ ନେଇ ଅସନ୍ତୋଷ

ବାରିପଦା ଅଫିସ,୬ା୧: ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ମୁକ୍ତାପୁର ପଞ୍ଚାୟତର ଶତାଧିକ ଲୋକଙ୍କଠାରୁ କିଓସ୍କ ବ୍ୟାଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣା ପଦାକୁ ଆସିଛି। ଏ ନେଇ ବେତନଟୀ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସର ନିରବତାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଜମାକାରୀମାନେ ଶୁକ୍ରବାର ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ଚଞ୍ଚକତା ପୂର୍ବକ ଟଙ୍କା ହରିଲୁଟ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଖୁବ୍‌ଶୀଘ୍ର ଘଟଣାର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ବିନୀତ ଭରଦ୍ୱାଜ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ମୁକ୍ତାପୁର ପଞ୍ଚାୟତର ଛଚିନାପଦାଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର କିଓସ୍କୋ ଶାଖା ଖୋଲାଯାଇ ଟଙ୍କା ଦେଣନେଣ କରାଯାଉଥିଲା। ପଞ୍ଚାୟତର ଛୋଟରାୟପୁର, ମଣତାପାଳ, ଛଚିନାପଦା, ପାରୋଇ, ପଡ଼ପଡ଼ା, ନୂଆଗାଁ, କରଞ୍ଜକୁଇଲି, ନୂଆସାହି ଗ୍ରାମର ଗରିବ ଲୋକେ ଉକ୍ତ ଶାଖାରେ ଟଙ୍କା ସଞ୍ଚୟ କରିଥିଲେ। କିଓସ୍କୋ ବ୍ୟାଙ୍କର ପରିଚାଳକ ପ୍ରଦୀପ ବେହେରା ଓ ସହଯୋଗୀ ରାଜନ ମୋଦି ଟଙ୍କା ଡିପୋଜିଟ ସମୟରେ ଜମା ରସିଦ ପ୍ରଦାନ କରିବା ସହିତ ପାସ୍‌ବୁକ୍‌ରେ ଲିଖିତ ଭାବେ ରେକର୍ଡଭୁକ୍ତ କରିଛନ୍ତି। ଯାହାକି ସମ୍ପୂର୍ଣ୍ଣ ବେଆଇନ ବା ଅନିୟମିତତା ବୋଲି ବ୍ୟାଙ୍କ ଅଧିକାରୀମାନେ ପ୍ରକାଶ କରିଛନ୍ତି। ସେହିପରି ସରକାରଙ୍କ ପ୍ରଦତ୍ତ ବାର୍ଦ୍ଧକ୍ୟ, ବିକଳାଙ୍ଗ ଓ ବିଧବା ଭତ୍ତା ଜମାଖାତାରୁ ଗାଏବ ହେବା ପରେ ଆକାଉଣ୍ଟଧାରୀମାନେ ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। ଆକାଉଣ୍ଟଧାରୀଙ୍କୁ ବିଭିନ୍ନ ଆଳ ଦେଖାଇ ଟଙ୍କା ପ୍ରଦାନ କରାଯିବ ବୋଲି କହି ବାରମ୍ବାର ହଇରାଣ ହରକତ କରାଯାଉଥିଲା। ଏପରିକି ଥାଲାସେମିଆ ରୋଗୀଙ୍କ ପରିବାର ଲୋକଙ୍କ ୨ଲକ୍ଷ ୬୦ହଜାର ଟଙ୍କା ଚଞ୍ଚକତା ପୂର୍ବକ ଉଠାଣ କରାଯାଇଥିଲା। ଏହାକୁ ନେଇ ମୁକ୍ତାପୁର ଗ୍ରାମର କୁମୁଦିନୀ ସାହୁଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ୨୦୨୨ ଡିସେମ୍ବର ୧୫ରେ ଏକ ମାମଲା (ନଂ.୩୬୮/୨୨)ରୁଜୁ କରି ଚୁପ୍‌ ବସିଛି। ମାମଲାକୁ ନେଇ ଅଭିଯୋଗକାରୀମାନେ ବାରମ୍ବାର ଥାନାକୁ ଯାଇ ଥାନାଧିକାରୀଙ୍କଠାରୁ ଅପମାନିତ ହୋଇ ଫେରୁଥିବା ମୀନତୀ ବେହେରା ଓ କବିତା ରଣା ପ୍ରକାଶ କରିଛନ୍ତି।
ତେବେ କିଓସ୍କୋ ଶାଖା ବନ୍ଦ ଥିବାରୁ ଜମାକାରୀମାନେ ପରିଚାଳକଙ୍କ ଘରକୁ ବାରମ୍ବାର ଦୌଡ଼ି ନୟାନ୍ତ ହୋଇପଡ଼ିଛନ୍ତି। କିଓସ୍କୋ ପରିଚାଳକ ଜଣକ ବାରିପଦା ସ୍ଥିତ ଏକ ରାଷ୍ଟ୍ରାୟତ ବ୍ୟାଙ୍କରେ ରିକୋଭାରି ଦାୟିତ୍ୱରେ ରହି ଏଭଳି କଳାକାରନାମା ଚଳାଇ ଆସୁଥିବା ଅଭିଯୋଗ ହୋଇଛି। ପୋଲିସର ନିଷ୍କ୍ରିୟତାକୁ ନେଇ ଜମାକାରୀମାନେ ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରିବା ପରେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି। ଏ ସଂକ୍ରାନ୍ତରେ ଭାରତୀୟ ଷ୍ଟେଟ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ଦେବ ପ୍ରସାଦ କୋହରଙ୍କୁ ପଚାରିବାରୁ କାହାରି ଟଙ୍କା ବୁଡ଼ିବ ନାହିଁ ଓ ଜମାକାରୀମାନେ କିପରିି ସେମାନଙ୍କ ଅର୍ଥ ଫେରିପାଇବେ ତାହାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଠୁ ପ୍ରଚାର ଆରମ୍ଭ କରିବେ ନବୀନ, ଏଥର ଯୋଡ଼ି ଶଙ୍ଖ ପ୍ରଚାର

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri