ଜମାକାରୀଙ୍କ ଅର୍ଥ ହଡ଼ପ: ପୋଲିସର ନିରବତାକୁ ନେଇ ଅସନ୍ତୋଷ

ବାରିପଦା ଅଫିସ,୬ା୧: ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ମୁକ୍ତାପୁର ପଞ୍ଚାୟତର ଶତାଧିକ ଲୋକଙ୍କଠାରୁ କିଓସ୍କ ବ୍ୟାଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣା ପଦାକୁ ଆସିଛି। ଏ ନେଇ ବେତନଟୀ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସର ନିରବତାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଜମାକାରୀମାନେ ଶୁକ୍ରବାର ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ଚଞ୍ଚକତା ପୂର୍ବକ ଟଙ୍କା ହରିଲୁଟ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଖୁବ୍‌ଶୀଘ୍ର ଘଟଣାର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ବିନୀତ ଭରଦ୍ୱାଜ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ମୁକ୍ତାପୁର ପଞ୍ଚାୟତର ଛଚିନାପଦାଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର କିଓସ୍କୋ ଶାଖା ଖୋଲାଯାଇ ଟଙ୍କା ଦେଣନେଣ କରାଯାଉଥିଲା। ପଞ୍ଚାୟତର ଛୋଟରାୟପୁର, ମଣତାପାଳ, ଛଚିନାପଦା, ପାରୋଇ, ପଡ଼ପଡ଼ା, ନୂଆଗାଁ, କରଞ୍ଜକୁଇଲି, ନୂଆସାହି ଗ୍ରାମର ଗରିବ ଲୋକେ ଉକ୍ତ ଶାଖାରେ ଟଙ୍କା ସଞ୍ଚୟ କରିଥିଲେ। କିଓସ୍କୋ ବ୍ୟାଙ୍କର ପରିଚାଳକ ପ୍ରଦୀପ ବେହେରା ଓ ସହଯୋଗୀ ରାଜନ ମୋଦି ଟଙ୍କା ଡିପୋଜିଟ ସମୟରେ ଜମା ରସିଦ ପ୍ରଦାନ କରିବା ସହିତ ପାସ୍‌ବୁକ୍‌ରେ ଲିଖିତ ଭାବେ ରେକର୍ଡଭୁକ୍ତ କରିଛନ୍ତି। ଯାହାକି ସମ୍ପୂର୍ଣ୍ଣ ବେଆଇନ ବା ଅନିୟମିତତା ବୋଲି ବ୍ୟାଙ୍କ ଅଧିକାରୀମାନେ ପ୍ରକାଶ କରିଛନ୍ତି। ସେହିପରି ସରକାରଙ୍କ ପ୍ରଦତ୍ତ ବାର୍ଦ୍ଧକ୍ୟ, ବିକଳାଙ୍ଗ ଓ ବିଧବା ଭତ୍ତା ଜମାଖାତାରୁ ଗାଏବ ହେବା ପରେ ଆକାଉଣ୍ଟଧାରୀମାନେ ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। ଆକାଉଣ୍ଟଧାରୀଙ୍କୁ ବିଭିନ୍ନ ଆଳ ଦେଖାଇ ଟଙ୍କା ପ୍ରଦାନ କରାଯିବ ବୋଲି କହି ବାରମ୍ବାର ହଇରାଣ ହରକତ କରାଯାଉଥିଲା। ଏପରିକି ଥାଲାସେମିଆ ରୋଗୀଙ୍କ ପରିବାର ଲୋକଙ୍କ ୨ଲକ୍ଷ ୬୦ହଜାର ଟଙ୍କା ଚଞ୍ଚକତା ପୂର୍ବକ ଉଠାଣ କରାଯାଇଥିଲା। ଏହାକୁ ନେଇ ମୁକ୍ତାପୁର ଗ୍ରାମର କୁମୁଦିନୀ ସାହୁଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ୨୦୨୨ ଡିସେମ୍ବର ୧୫ରେ ଏକ ମାମଲା (ନଂ.୩୬୮/୨୨)ରୁଜୁ କରି ଚୁପ୍‌ ବସିଛି। ମାମଲାକୁ ନେଇ ଅଭିଯୋଗକାରୀମାନେ ବାରମ୍ବାର ଥାନାକୁ ଯାଇ ଥାନାଧିକାରୀଙ୍କଠାରୁ ଅପମାନିତ ହୋଇ ଫେରୁଥିବା ମୀନତୀ ବେହେରା ଓ କବିତା ରଣା ପ୍ରକାଶ କରିଛନ୍ତି।
ତେବେ କିଓସ୍କୋ ଶାଖା ବନ୍ଦ ଥିବାରୁ ଜମାକାରୀମାନେ ପରିଚାଳକଙ୍କ ଘରକୁ ବାରମ୍ବାର ଦୌଡ଼ି ନୟାନ୍ତ ହୋଇପଡ଼ିଛନ୍ତି। କିଓସ୍କୋ ପରିଚାଳକ ଜଣକ ବାରିପଦା ସ୍ଥିତ ଏକ ରାଷ୍ଟ୍ରାୟତ ବ୍ୟାଙ୍କରେ ରିକୋଭାରି ଦାୟିତ୍ୱରେ ରହି ଏଭଳି କଳାକାରନାମା ଚଳାଇ ଆସୁଥିବା ଅଭିଯୋଗ ହୋଇଛି। ପୋଲିସର ନିଷ୍କ୍ରିୟତାକୁ ନେଇ ଜମାକାରୀମାନେ ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରିବା ପରେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି। ଏ ସଂକ୍ରାନ୍ତରେ ଭାରତୀୟ ଷ୍ଟେଟ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ଦେବ ପ୍ରସାଦ କୋହରଙ୍କୁ ପଚାରିବାରୁ କାହାରି ଟଙ୍କା ବୁଡ଼ିବ ନାହିଁ ଓ ଜମାକାରୀମାନେ କିପରିି ସେମାନଙ୍କ ଅର୍ଥ ଫେରିପାଇବେ ତାହାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri