ସହର ପ୍ରବେଶ ପଥ ବନ୍ଦ
ବାରିପଦା ଅଫିସ,୩୦।୧୧: ବାରିପଦା ସହରକୁ ସଂଯୋଗ କରୁଥିବା ୧୮ନଂ. ଜାତୀୟ ରାଜପଥର ପାଲବଣି ବାଇପାସ ପ୍ରବେଶ ପଥ ରାସ୍ତା ବନ୍ଦ କରାଯିବା ଘଟଣାରେ ଜିଲା ବିଜେଡି ପ୍ରତିବାଦର ସ୍ବର ଉଠାଇଛି। ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଆଇ)ର ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଜିଲା, ପଡ଼ୋଶୀ…
ମେରୁମଠ ଜମିରେ ବେଆଇନ ରାସ୍ତା ନିର୍ମାଣ
ସାରସକଣା,୨୯ା୧୧(ଡି.ଏନ୍.ଏ.):ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଧୀନ ଶୀର୍ଷା ପଞ୍ଚାୟତର ମେରୁମଠ ଜମିରେ ବେଆଇନ ରାସ୍ତା ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବେଢାପାଳ ଗ୍ରାମର ପ୍ରାୟ ୧୦ ପରିବାରର ପୂର୍ବ ଯାତାୟତ ପଥ ବନ୍ଦ ହୋଇଯାଇଥିବାରୁ ସେମାନେ ମଠ ଜମିରେ ରାସ୍ତା…
ସ୍କୁଲ୍, କଲେଜ ଆଗରେ ମୁକୁଳା ଟ୍ରାନ୍ସଫର୍ମର
ସାରସକଣା/ ଗୋପବନ୍ଧୁ ନଗର,୨୯ା୧୧(ଡି.ଏନ.ଏ.):ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ୍ର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ମୁକୁଳା ହୋଇପଡ଼ିଛି। ବିଷେତଃ ଏହା ସ୍କୁଲ୍ ପରିସର ଓ କଲେଜ ଆଗରେ ଥିବାରୁ ଛାତ୍ରୀଛାତ୍ର ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ଏଥିସହ ଖୁଣ୍ଟା ବ୍ଲକ୍ ପ୍ରବେଶ ପଥରେ…
ଦୁର୍ଘଟଣାରେ ୪ ଗୁରୁତର
ଖୁଣ୍ଟା,୨୮ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା – ବାରିପଦା ରାଜ୍ୟ ରାଜପଥର ବାସିପିଠା ଛକ ନିକଟରେ ୨ ବାଇକ୍ ମଧ୍ୟରେ ଧକ୍କା ହେବାରୁ ୪ଜଣ ଗୁରୁତର ହୋଇଛନ୍ତି। ସୋମବାର ଅପରାହ୍ନରେ ଏକ ସ୍କୁଟି ଯୋଗେ ରାଢ଼ୋ ଅଞ୍ଚଳର ତପନ ପାତ୍ର (୨୪), ଉଦଳା…
୧୧ କୁଇଣ୍ଟାଲ ମହୁଲ ଜବତ: ବ୍ୟବସାୟୀ ଗିରଫ
ମୋରଡ଼ା,୨୮ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ସୋମବାର ଦାନ୍ତିଆମୁଁହା ପଞ୍ଚାୟତର ବଡ଼ଜାମବଣି ଗ୍ରାମରେ ଚଢ଼ାଉ କରି ୧୧ କୁଇଣ୍ଟାଲ ମହୁଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଲେ ତପନ କୁମାର ପାତ୍ର। ଅବକାରୀ…
ଶୋଇଥିବା ବେଳେ ଘରେ ଲଗାଇ ଦେଲେ ନିଆଁ: ଦମ୍ପତି ଗୁରୁତର
ବାରିପଦା ଅଫିସ,୨୮।୧୧: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନୂଆସାହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ପଡ଼ୋଶୀ ଜଣକ ସ୍ଥାନୀୟ ଅର୍ଜୁନ ଦଣ୍ଡପାଟଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଅର୍ଜୁନ ଏବଂ ତାଙ୍କ ସ୍ତ୍ରୀ ସୁମତୀ…
ରାଶନ ସାମଗ୍ରୀ ବଣ୍ଟନରେ ଅନିୟମିତତା: ବ୍ଲକ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା
ମୋରଡା,୨୫ା୧୧(ଡି.ଏନ.ଏ): ରାଶନ ସାମଗ୍ରୀ ବଣ୍ଟନରେ ଅନିୟମିତତା ପ୍ରତିବାଦରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା ପଞ୍ଚାୟତର ଆଣୁଆ ଗ୍ରାମବାସୀ ଶୁକ୍ରବାର ବ୍ଲକ ଅଫିସ ଆଗରେ ଧାରଣାରେ ବସିଥିଲେ। ସୂଚନା ଅନୁଯାୟୀ, ଯୋଗାଣ ବିଭାଗ ଦ୍ୱାରା ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେବା…
ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ
ବୈଶିଙ୍ଗା,୨୫୪ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ନଡ଼ପୁରଠାରେ ଗୁରୁବାର ଅପରାହ୍ନରେ ପୋଲିସ ଚଢ଼ାଉ କରି ଚୋରା ବାଲି ବୋଝେଇ ଏକ ଟ୍ରାକ୍ଟର ଜବତ କରିଛି। ପୋଲିସକୁ ଦେଖି ଟ୍ରାକ୍ଟର ଡ୍ରାଇଭର ଦୌଡ଼ି ପଳାଇ ଯାଇଥିବା ଜଣାପଡ଼ିଛି। ଫେରାର ଡ୍ରାଇଭରଙ୍କୁ ଗିରଫ…
ବାଇକ୍ରୁ ପଡ଼ି ଚାଲିଗଲା ଜୀବନ
ମୋରଡ଼ା,୨୫ା୧୧(ଡି.ଏନ୍.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ପୁନେଇତାଣ୍ଡିଠାରେ ବାଇକ୍ରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସାନମୁଣ୍ଡାବଣୀ ପଞ୍ଚାୟତ ଅଧୀନ ପରମାନନ୍ଦ ଗ୍ରାମର ଠାକୁର ହଁାସଦାଙ୍କ ପୁଅ ବାସୁ। ଗୁରୁବାର ବିଳମ୍ବିତ ରାତିରେ ସେ ଘରକୁ ଫେରୁଥିଲା…
ବାର୍ହା ମାଂସ ଧରି ଆସୁଥିଲେ, ବାଟରେ ଘେରିଲା ବନ ବିଭାଗ
ଠାକୁରମୁଣ୍ଡା,୨୫ା୧୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନାଞ୍ଚଳ ଗୋଡ଼ଭଙ୍ଗା ଫରେଷ୍ଟ ସେକ୍ସନ ଅଧୀନ ଶିମିଳିପାଳ ସଂଲଗ୍ନ ଜଙ୍ଗଲର ତରଡିହା ନାଳବନ୍ଧ ନିକଟରୁ ଶିକାର କରି ୪.୫ କି.ଗ୍ରା. ବାର୍ହା ମାଂସ ନେଇ ଆସୁଥିବା ସମୟରେ ଜଣେ ଶିକାରୀଙ୍କୁ ବନବିଭାଗ ଗିରଫ…
ବିଦ୍ୟାଳୟରେ ପଶି ଛାତ୍ରଙ୍କୁ ମାଡ଼ ଅଭିଯୋଗ
ଠାକୁରମୁଣ୍ଡା,୨୪ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଅନ୍ତର୍ଗତ ନୂଆଗଁା ପ୍ରାଥମିକ ବିଦ୍ୟାଳୟରେ ପଶି ଜଣେ ବ୍ୟକ୍ତି ଛାତ୍ରମାନଙ୍କୁ ମାଡ଼ ମରିଥିବା ଅଭିଯୋଗ ହୋଇଛି। ଏହି ବିଦ୍ୟାଳୟରେ ୩୮ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଅପରାହ୍ନ ୩ଟାରେ ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା…
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ
ଠାକୁରମୁଣ୍ଡା,୨୪ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ହାତୀଗଡ଼ା ପଞ୍ଚାୟତ ଅଧୀନ ରାଣୀଭୋଳ ଗଁାରେ ବୁଧବାର ସକାଳେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ମୃତ ମହିଳାଙ୍କ ଭାଇ ରାମଏ ହୋ ଅଭିଯୋଗ କରିଛନ୍ତି।…
Archives


