ସହର ପ୍ରବେଶ ପଥ ବନ୍ଦ

ବାରିପଦା ଅଫିସ,୩୦।୧୧: ବାରିପଦା ସହରକୁ ସଂଯୋଗ କରୁଥିବା ୧୮ନଂ. ଜାତୀୟ ରାଜପଥର ପାଲବଣି ବାଇପାସ ପ୍ରବେଶ ପଥ ରାସ୍ତା ବନ୍ଦ କରାଯିବା ଘଟଣାରେ ଜିଲା ବିଜେଡି ପ୍ରତିବାଦର ସ୍ବର ଉଠାଇଛି। ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଆଇ)ର ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଜିଲା, ପଡ଼ୋଶୀ ଜିଲା ଓ ସହରବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପାଲବଣି, ଦାଗୋଗାଡାହି, ମୁର୍ଗାବାଡ଼ି ଓ ଦାରଗାଡ଼ି ଗୋଲାଇ ମଧ୍ୟରେ ଦୁଇଟି ଗଳାପୋଲ ନିର୍ମାଣ କରିବାକୁ ବିଜେଡି ପକ୍ଷରୁ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜଙ୍କ ସମେତ ଏନ୍‌ଏଚ୍‌ଆଇ ପ୍ରକଳ୍ପ ନିର୍ଦ୍ଦେଶକ ଓ ରାଜ୍ୟ ମୁଖ୍ୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ା
ବାଲେଶ୍ୱରରୁ ଝାରପୋଖରିଆ ପର୍ଯ୍ୟନ୍ତ ୪ ଲେନ୍‌ ବିଶିଷ୍ଟ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ତ୍ରୁଟିପୂର୍ଣ୍ଣ ଭାବେ ନିର୍ମାଣ କାର୍ଯ୍ୟ କରାଯାଇଥିବାରୁ ସହରରୁ ବାହାରକୁ ଯାଉଥିବା ଯାନବାହାନଗୁଡ଼ିକ ବିପରୀତ ରାସ୍ତାରେ ଯାଇ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି। ପ୍ରତିଦିନ ଏଭଳି ଘଟଣା ଘଟିବାରୁ ଟାଉନ ପୋଲିସ ପକ୍ଷରୁ ଉକ୍ତ ସଂଯୋଗକାରୀ ରାସ୍ତାକୁ ବନ୍ଦ କରିଦିଆଯାଇଛି। ଫଳରେ ବାଲେଶ୍ୱର ପଟୁ ଆସୁଥିବା ଯାନବାହାନଗୁଡ଼ିକ ବୁଲାଣି ରାସ୍ତାରେ ସହର ମଧ୍ୟକୁ ପ୍ରବେଶ କରୁଛନ୍ତି। ନିର୍ମାଣ ସମୟରେ ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଠିକ୍‌ ଭାବେ ବିଚାରକୁ ନିଆ ଯାଇ ନ ଥିବାରୁ ସହରବାସୀଙ୍କ ସମସ୍ୟା ଦ୍ୱିଗୁଣିତ ହୋଇପଡିଛି ବୋଲି ବାରିପଦା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟର ଯୋଜନା ଏବଂ ଆକଳନ ଅନୁମୋଦନ ପୂର୍ବରୁ ସ୍ଥାନୀୟ ପୌରପରିଷଦ, ଜିଲା ପ୍ରଶାସନ କିମ୍ବା ସ୍ଥାନୀୟ ଜନସାଧାରଣଙ୍କ ସହିତ ବିଭାଗୀୟ କର୍ତ୍ତୃପକ୍ଷ ଆଲୋଚନା କରି ନ ଥିଲେ। ଯାହା ଫଳରେ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପାଲବଣିଠାରେ ଥିବା ପ୍ରବେଶ ପଥକୁ ବନ୍ଦ କରାଯିବା ଦ୍ୱାରା ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ଆୟକର ବିଭାଗ କାର୍ଯ୍ୟାଳୟ, ରେଳ ଷ୍ଟେଶନ, ସର୍କିଟ ହାଉସ, କେସି ସର୍କଲ, ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲ, ଜଗନ୍ନାଥ ମନ୍ଦିର, ଜିଲାପାଳଙ୍କ କାର୍ଯ୍ୟାଳୟ ଓ କୋର୍ଟ ଆଦିକୁ ଯିବାଆସିବା ପାଇଁ ସ୍ଥାନୀୟ ଲୋକେ ହଇରାଣ ହରକତ ହେଉଛନ୍ତି। ସେହିପରି ଦାରୋଗାଡାହିରୁ ମୁର୍ଗାବାଡି ଗୋଲାଇ ମଧ୍ୟର କୌଣସି ଗଳାପୋଲ ନ ଥିବାରୁ ପଥଚାରୀମାନେ ନାନା ଅସୁବିଧା ଭୋଗୁଛନ୍ତି। ସୀମାବର୍ତ୍ତୀ ଅଞ୍ଚଳରୁ ଆସୁଥିବା ଲୋକେ ବହୁ ବାଟରୁ ବୁଲିକି ଆସୁଥିବା ବେଳେ ଅନ୍ୟ କେହି ଭୁଲ ବାଟ ଦେଇ ଆସୁଥିବାରୁ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୁର୍ଗାବାଡି ଓ ଦାରୋଗାଡାହି ଗୋଲେଇ ମଧ୍ୟରେ ଥିବା ଶ୍ମଶାନ ଘାଟ ନିକଟରେ ଏକ ଗଳାପୋଲ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ହେବ ବୋଲି ଦାବିରେ ଉଲ୍ଲେଖ କରାଯାଇଛି। ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୁଇଟି ଗଳାପୋଲ ନିର୍ମାଣ ପାଇଁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ହଁାସଦା, ଏମ୍‌ସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ପ୍ରାକ୍ତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ପ୍ରାକ୍ତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପ୍ରାକ୍ତନ ବିଧାୟକ ଭାଦବ ହଁାସଦା, ଜିତେନ୍ଦ୍ର ମହାନ୍ତି, ପ୍ରଭାତ କୁମାର ନାୟକ, କାଉନସିଲର ଦେବାଶିଷ ପାତ୍ର, ସୁନୀଲ କୁମାର ନାୟକ, ଅରୁଣ କୁମାର ବରାଡଙ୍କ ସମେତ ସମସ୍ତ ୱାର୍ଡ କାଉନସିଲର ଓ ବିଜେଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri