ରାଶନ ସାମଗ୍ରୀ ବଣ୍ଟନରେ ଅନିୟମିତତା: ବ୍ଲକ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା

ମୋରଡା,୨୫ା୧୧(ଡି.ଏନ.ଏ): ରାଶନ ସାମଗ୍ରୀ ବଣ୍ଟନରେ ଅନିୟମିତତା ପ୍ରତିବାଦରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା ପଞ୍ଚାୟତର ଆଣୁଆ ଗ୍ରାମବାସୀ ଶୁକ୍ରବାର ବ୍ଲକ ଅଫିସ ଆଗରେ ଧାରଣାରେ ବସିଥିଲେ।
ସୂଚନା ଅନୁଯାୟୀ, ଯୋଗାଣ ବିଭାଗ ଦ୍ୱାରା ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେବା ପାଇଁ ଏକରୁ ସିକା ନାମକ ଏକ ଏସ୍‌ଏଚ୍‌ଜି ଗ୍ରୁପକୁ ଦାୟିତ୍ୱ ଦିଆଯାଇଛି। ଉକ୍ତ ଗ୍ରୁପ ଲୋକଙ୍କୁ ଠିକ୍‌ ମାପର ଚାଉଳ ନ ଦେବା, ଯଦି କେହି ଅସୁବିଧା ହେତୁ ଚାଉଳ ଆଣିବାକୁ ଯାଇ ପାରିଲେ ନାହିଁ, ପରବର୍ତ୍ତୀ ସମୟରେ ତାଙ୍କୁ ଚାଉଳ ନ ଦେବା ଆଦି ସମସ୍ୟାକୁ ନେଇ ଗ୍ରାମବାସୀ ମୋରଡ଼ା ବିଡିଓ ସାଗର ପାଲୋଙ୍କୁ ଗତ ଅକ୍ଟୋବର ୧୦ତାରିଖରେ ଲିଖିତ ଭାବେ ଅଭିଯୋଗ କରିଥିଲେ। କିନ୍ତୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଶୁକ୍ରବାର ଶତାଧିକ ଗ୍ରାମବାସୀ ବ୍ଲକ ଅଫିସ ଆଗରେ ଧାରଣାରେ ବସିଥିଲେ। ପରେ ବିଡିଓ ଆଲୋଚନା କରି ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣାରୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର

ବାରିପଦା,୨୩।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବାଲିଯୋଡା ଗ୍ରାମର ଜନୈକ ସ୍ବାମୀ ଜଣକ ସ୍ତ୍ରୀକୁ ପଥରରେ...

ବାପା, ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାରିପଦା,୨୨।୭: ବାପା ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପଡ଼ୋଶୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ନୁଦୁଡିହା ଗାଁରେ। ବିଲରେ କାମ କରୁଥିବା...

ଦୀର୍ଘବର୍ଷ ଧରି ବନ୍ଦ ହୋଇପଡ଼ିଛି ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର

ମୋରଡ଼ା,୨୧ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଜନସାଧାରଣ ପ୍ରାୟତଃ ପଶୁ ସମ୍ପଦ ଓ ଚାଷକାର୍ଯ୍ୟ ଉପରେ ନିର୍ଭର କରି ଜୀବନଯାପନ କରନ୍ତି। ଅଧିକାଂଶ ଲୋକ...

ମୟୂରଭଞ୍ଜରେ କାର୍ଯ୍ୟକ୍ଷମ ହେବ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବିମାନବନ୍ଦର

ଭୁବନେଶ୍ୱର,୧୭ା୭: ମୟୂରଭଞ୍ଜ ଜିଲାସ୍ଥିତ ଅମର୍ଦା ରୋଡ୍‍ ରାସଗୋବିନ୍ଦପୁର ବିମାନବନ୍ଦରକୁ ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ । ଏ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି...

ସାଙ୍ଗପିଲା ଖାଦ୍ୟ ଖାଇ ଦେବାରୁ ରାଗିଯାଇ ହଷ୍ଟେଲ ଛାଡ଼ି ଚାଲିଆସିଲେ ଛାତ୍ରୀ, ଆଉ ତା’ ପରେ…

ମୋରଡ଼ା,୧୭ା୭(ସ୍ମାରକ ମାଜୀ): ଜଣେ ନାବାଳିକା ଛାତ୍ରୀ ବିଦ୍ୟାଳୟ ହଷ୍ଟେଲରୁ ରାଗି କି ଚାଲି ଆସିଥିଲେ। ତେବେ  ପ୍ରାୟ ୪୦ କିଲୋମିଟରରୁ ଅଧିକ ଚାଲି ଚାଲି ମୟୂରଭଞ୍ଜ...

ସୁନାବେଶରେ ଚମକିଲେ ଚତୁର୍ଦ୍ଧାମୂର୍ତ୍ତି

ମୋରଡ଼ା,୧୭ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ପ୍ରସିଦ୍ଧ ଚିତ୍ରଡ଼ା ରଥଯାତ୍ରାର ବାହୁଡ଼ା ପର୍ବ ମଙ୍ଗଳବାର ଶେଷ ହୋଇଥିବା ବେଳେ ଚତୁର୍ଦ୍ଧାମୂର୍ତ୍ତି ଆଜି ଭକ୍ତଙ୍କୁ ସୁନାବେଶରେ...

ଏକା ସାଙ୍ଗରେ ଡକାଡକି ହୋଇ ଚାଲିଗଲେ ଦାଦା-ପୁତୁରା

ବାରିପଦା,୧୭।୭: (ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହର ଉପକଣ୍ଠ ଦେଇ ଯାଇଥିବା ୧୮ନଂ. ଜାତୀୟ ରାଜପଥର ପାଲବଣିଠାରେ ସୋମବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା...

ହାତୀ ପାଇଁ ଖଞ୍ଜିଥିଲେ ବିଦ୍ୟୁତ୍‌ ତାର: ନିଜେ ଫସିଲେ…

ମୟୁରଭଞ୍ଜ,୧୫।୭:ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ନାକିଚୁଆଁ ଗାଁରୁ ଏକ ହାତୀର ମୃତଦେହ ମିଳିଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ମୃତଦେହ ଜବତ କରି ଘଟଣାର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri