ମେରୁମଠ ଜମିରେ ବେଆଇନ ରାସ୍ତା ନିର୍ମାଣ

ସାରସକଣା,୨୯ା୧୧(ଡି.ଏନ୍‌.ଏ.):ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଧୀନ ଶୀର୍ଷା ପଞ୍ଚାୟତର ମେରୁମଠ ଜମିରେ ବେଆଇନ ରାସ୍ତା ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବେଢାପାଳ ଗ୍ରାମର ପ୍ରାୟ ୧୦ ପରିବାରର ପୂର୍ବ ଯାତାୟତ ପଥ ବନ୍ଦ ହୋଇଯାଇଥିବାରୁ ସେମାନେ ମଠ ଜମିରେ ରାସ୍ତା ତିଆରି କରିବାକୁ ପ୍ରୟାସ କରିଥିଲେ। ଖବରପାଇ ଝାରପୋଖରିଆ ପୋଲିସ ହସ୍ତକ୍ଷେପ କରିବା ପରେ ରାସ୍ତା ନିର୍ମାଣ ବନ୍ଦ ରହିଛି।
ପର୍ଯ୍ୟଟନ ବିଭାଗ ପକ୍ଷର ମେରୁ ମଠ ଉନ୍ନତିକରଣ କାର୍ଯ୍ୟ ଚାଲିଛି। ମଠର ପ୍ରବେଶ ପଥରେ ଏକ ଗେଟ ନିର୍ମାଣ ହେଉଛି। ତେବେ ବେଢ଼ାପାଳ ଗ୍ରାମର ଲୋକେ ଗେଟ ପାଖରେ ବେଆଇନ ଭାବେ ରାସ୍ତା ତିଆରି କରିବାକୁ ପ୍ରୟାସ କରିଥିଲେ। ଗ୍ରାମବାସୀଙ୍କ କହିବା ମୁତାବକ, ପୂର୍ବରୁ ସେମାନେ ଯାତାୟତ କରୁଥିବା ରାସ୍ତାଟି ଜଣେ ଲୋକଙ୍କର ଜମି ହୋଇଥିବାରୁ ସେ ଏହାକୁ ବନ୍ଦ କରି ଦେଇଛନ୍ତି। ଫଳରେ ଯାତାୟତ ପାଇଁ ସେମାନେ ନିର୍ମାଣଧିନ ଗେଟ ସମ୍ମୁଖରେ ରାସ୍ତା ଖୋଲିବାକୁ ଚେଷ୍ଟା କରୁଥିଲେ। ଉକ୍ତ ଗ୍ରାମବାସୀଙ୍କ ଯାତାୟତ ପାଇଁ ସେଠାରେ ପୂର୍ବରୁ ରାସ୍ତା ରହିଥିବା ବେଳେ କିଛି ଲୋକ ସରକାରୀ ଜମିକୁ କବଜା କରି ଯାତାୟତ ବନ୍ଦ ରଖିଛନ୍ତି। ଅନ୍ୟପଟେ ଉକ୍ତ ଜମି ମଠର, ଯାହାକି ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ସତ୍ତ୍ୱେ କେଉଁ ଉଦ୍ଦେଶ୍ୟରେ ମଠ ଜାଗାରେ ଲୋକେ ଯାତାୟତ ପଥ ନିର୍ମାଣ କରିବାକୁ ଚାହାନ୍ତି ସେଥିନେଇ ମଠାଧୀଶ ବାବା ବିମ୍ବାଧର ଦାସ ଚିନ୍ତା ପ୍ରକଟ କରିଛନ୍ତି। ଗ୍ରାମବାସୀ ତହସିଲଦାରଙ୍କୁ ଜଣାଇ ଜମିର ମାପ କରିବା ଏବଂ ଅସ୍ଥାୟୀ ଭାବେ କିଛିଦିନ ପାଇଁ ମଠ ଜାଗା ଦେଇ ଯାତାୟତ କରନ୍ତୁ ବୋଲି ପୋଲିସ ଲୋକଙ୍କୁ କହିବା ପରେ ସମସ୍ୟାର ଅସ୍ଥାୟୀ ସମାଧାନ ହୋଇଥିଲା। ମଠ ବାବା ସଞ୍ଜୟ ଦାସ ତହସିଲଦାର ମନୋଜ କୁମାର କାର୍ଜିଙ୍କୁ ଭେଟି ମଠ ଜମିର ସ୍ଥାନ ନିରୂପଣ କରିବାକୁ ଅନୁରୋଧ କରିଥିବା ପ୍ରକାଶ କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri