୧୪ରେ ଖୋଲିବ ଶିମିଳିପାଳ

ବାରିପଦା, ୮।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ ପରିବର୍ତ୍ତେ ଚଳିତ ମାସ ୧୪ ତାରିଖରୁ ବିଧିବଦ୍ଧ ଭାବେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଶିମିଳିପାଳ ଭିତରକୁ ପ୍ରବେଶ ନିମନ୍ତେ ଅନ୍‌ଲାଇନ ଯୋଗେ ଯାନବାହନ ଓ ରହିବା ପାଇଁ କଟେଜ୍‌ ବ୍ୟବସ୍ଥା କରାଯାଇଛି। ସାନ୍ତାଳୀ ଆଦିବାସୀ କଟେଜ, ଟ୍ରି ହାଉସ ଓ ବାଉଁଶ ଘର ସହ ସୁସ୍ବାଦୁ ବ୍ୟଞ୍ଜନ ପରଷିବା ପାଇଁ ଅଗ୍ରିମ ବ୍ୟବସ୍ଥା କରାଯାଇଛି। ଏହାସହ ଅଭୟାରଣ୍ୟ ଭିତରକୁ ପଶିବା ପାଇଁ ସାଥୀରେ ଗାଇଡ୍‌ ନେବା ବାଧ୍ୟତାମୂଳକ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଡ.ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।
ଶିମିଳିପାଳ ଅଭୟାରଣ୍ୟ ହେଉଛି ଅନନ୍ୟ ପ୍ରକୃତି ସୌନ୍ଦର୍ଯ୍ୟର ଗନ୍ତାଘର। ସବୁଜ ବୃକ୍ଷଲତା, ଝରଣା, ଜଳପ୍ରପାତ, ହ୍ରଦ ଓ ପ୍ରକୃତିର ମନଲୋଭା ଦୃଶ୍ୟ ସାଙ୍ଗକୁ ଅତି ନିକଟରୁ ବନ୍ୟପ୍ରାଣୀଙ୍କୁ ଦେଖିବା ପାଇଁ ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଥାଏ। ସବୁଜ ପରିବେଷ୍ଟିତ ବଣପାହାଡ଼ ଘେରା ଜଙ୍ଗଲ ଓ ପକ୍ଷୀଙ୍କ କଳରବକୁ ଶୁଣି ଆନନ୍ଦିତ ହେବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବାରିପଦା ପିଠାବଟା ପଟୁ ୨୫ଟି ଓ ଯଶିପୁର କାଳିଆମୀ ପ୍ରବେଶ ପଥ ଦେଇ ୩୫ଟି ଯାନ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ନିମନ୍ତେ ରାସ୍ତାଘାଟ ମରାମତି କାର୍ଯ୍ୟ ଚାଲୁ ରହିଛି। ଶିମିଳିପାଳରେ ପର୍ଯ୍ୟଟକଙ୍କ ରାତ୍ରିଯାପନ, ସେମାନଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ସହ ବନ ସୁରକ୍ଷା ସମିତି ମାଧ୍ୟମରେ ଖାଦ୍ୟ ପରଷିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜେନାବିଲ, ଜାମୁଆଣି, କୁମାରୀ, ଗୁଡୁଗୁଡିଆ, ମୁକ୍ତାପୁର, ବରେହିପାଣି ଓ ରାମତୀର୍ଥଠାରେ ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ୫ଟି ନେଚର କ୍ୟାମ୍ପ ରହିଛି। ୫ଟି ବୋଫର ଜୋନ୍‌ରେ ରାତ୍ରିଯାପନ ଲାଗି ମୋଟ ୫୯ଟି କୁଟିର ବା କଟେଜ ଥିବାବେଳେ ପର୍ଯ୍ୟଟକଙ୍କ ମନମୋହିବା ପାଇଁ ସାନ୍ତାଳୀ ସମ୍ପ୍ରଦାୟର କୁଟିର, ଆଦିବାସୀ କୁଟିର, ବାଉଁଶ କୁଟିର ଓ ଟ୍ରି ହାଉସ ଭଳି ଆକର୍ଷଣୀୟ ବ୍ୟବସ୍ଥା କରାଯାଇଛି। ଏହାକୁ ବୁକିଂ କରିବା ଲାଗି ଇକୋଟୁର ଓଡ଼ିଶା ଡଟ୍‌ କମ୍‌ ଅନ୍‌ଲାଇନ ବ୍ୟବସ୍ଥା ହୋଇଛି। ସେହିପରି ଶିମିଳିପାଳ ଡଟ୍‌ ଓଆର୍‌ଜି ୱେବ୍‌ସାଇଟ୍‌ ଜରିଆରେ ପର୍ଯ୍ୟଟକମାନେ ରହିବା ଓ ଖାଇବାର ମଜା ନେଇପାରିବେ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି। ପ୍ଲାଷ୍ଟିକ ଓ ସୋଲର ବ୍ୟବହାର ଉପରେ ଅଙ୍କୁଶ ଲଗାଯାଇଥିବାରୁ ପୂର୍ବବର୍ଷ ପରି ପ୍ରବେଶପଥ ଓ ଶିମିଳିପାଳ ମଧ୍ୟରେ ମାଟିପାତ୍ରରେ ଚା’ ସହ କଞ୍ଚା ଶାଳପତ୍ରର ପ୍ଲେଟ, ଦନାରେ ଖାଇବା ବ୍ୟବସ୍ଥା କରାଯାଇଛି। ପଲିଥିନ, ଅଗ୍ନି ସଂଯୋଗକାରୀ ସାମଗ୍ରୀ, ଆମିଷ ଓ ମାଦକ ଦ୍ରବ୍ୟ ବ୍ୟବହାର ଉପରେ କଟକଣା କରାଯାଇଛି। ଅପରାହ୍ନ ୩ଟା ପୂର୍ବରୁ ପର୍ଯ୍ୟଟକମାନେ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ସମସ୍ତେ ଚହଲା ସ୍ଥାନକୁ ଛାଡ଼ିବା ପାଇଁ ବାଧ୍ୟତାମୂଳକ କରାଯାଇଛି। କୌଣସି କାରଣବଶତଃ ଗାଡ଼ି ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶିପୁର ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର କରିବା ପାଇଁ ଅଗ୍ରିମ ଟଙ୍କା ଜମା କରିବାକୁ ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri